ନୟାଗଡ଼,(୨୫/୦୮): ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନୟାଗଡ଼ ସୃଜନ ସଭାଗୃହରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସହାୟତାରେ ଏକ ମେଗା ସ୍ୱୟଂ ସହାୟକ ଗୋଷ୍ଠୀ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି । ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଜରିଆରେ ଜିଲ୍ଲାର ୬୭୨ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର କାଗଜପତ୍ର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ମିଶନଶକ୍ତି ଋଣ ପାଇଁ ପ୍ରେରଣ କରାଯାଇଥିଲା। ତନ୍ମଧ୍ୟରୁ ୫୦୩ଟି ସ୍ୱୟଂ ସହାୟକ ଗୋଷ୍ଠୀର ଲୋନ ବ୍ୟାଙ୍କ ତରଫରୁ ଅନୁମୋଦନ କରାଯାଇଥିଲା। ଯାହାକି ମୋଟ ୧୨.୮୮ କୋଟି ଟଙ୍କା ବୋଲି ସୂଚନା ମିଳିଛି । ଏହି ରାଶି ଏହି ୫୦୩ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବ୍ୟାଙ୍କ ତରଫରୁ ଲୋନ ଯୋଗାଇ ଦିଆଯିବ । ଯାହା ଫଳରେ ଓଡିଶା ଜୀବିକା ମିଶନ, ମିଶନ ଶକ୍ତିର ଏସ୍ଏଚ୍ଜି ମାନଙ୍କ ଜୀବିକାରେ ଉନ୍ନର୍ତି ଆସିବ…
Read MoreCategory: ଦଶପଲ୍ଲା ବ୍ଲକ
ସମର୍ପଣ(ବୃଦ୍ଧାଶ୍ରମ)ରେ ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ଦାନ ଉତ୍ସବ
ନୟାଗଡ଼,(୨୫/୦୮):- ନୟାଗଡ଼ ଲେଖନପୁରଠାରେ ଗଢ଼ି ଉଠିଥିବା ସମର୍ପଣ(ବୃଦ୍ଧାଶ୍ରମ)ରେ ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ଦାନ ଉତ୍ସବ ତଥା ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମର୍ପଣର ସଭାପତି ତଥା ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଦାନ ଉତ୍ସବରେ ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ଓଡ଼ିଶା ମୁଖ୍ଯ ଶ୍ରୀମତୀ ବିଦ୍ଯା କ୍ରିଷ୍ଣନ୍ ମୁଖ୍ଯଅତିଥିଭାବେ ଯୋଗ ଦେଇଥିଲା ବେଳେ ଜେନେରାଲ ମ୍ଯାନେଜର ଅଭୟ କିଶୋର ପାଣ୍ଡେ, ଡିଜିଏମ୍ ଆନନ୍ଦ ବିକ୍ରମ, ସୁନୀଲ କୁମାର ଖେରନାର, ରିଜିଓନାଲ ମ୍ଯାନେଜର ଭୂପଦେବ ପ୍ରଧାନ ଓ ନୟାଗଡ଼ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସୁବାସ ଚନ୍ଦ୍ର ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଜରିଆରେ ସମର୍ପଣକୁ ଆଜି ଏକ ଫ୍ରିଜ୍ ଦାନ କରିବା ସହିତ ଅନ୍ତେବାସୀମାନଙ୍କୁ ଅତିଥିମାନେ ବସ୍ତ୍ରଦାନ କରିଥିଲେ। ସମର୍ପଣ ପରିସର ପରିଦର୍ଶନ…
Read Moreପୁଅର ଦୋୖରାତ୍ମ୍ୟରେ ଅତିଷ୍ଠ ହୋଇ ନିଜର ଜନ୍ମିତ ପୁଅକୁ ହତ୍ୟା କଲା ମା’
ଦଶପଲ୍ଲା(୨୪/୦୮):- ଦଶପଲ୍ଲା ବିଜ୍ଞାପିତ ଅଂଚଳ ପରିଷଦ ସ୍ଥିତ ନାହାକପଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସେହି ଗ୍ରାମର ସରୋଜିନୀ ବେହେରା ଓ କୁନ୍ଥୁ ବେହେରାଙ୍କ ପୁଅ ବସନ୍ତ ବେହେରା (୪୦)ଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ତାଙ୍କ ମାଆ, ସରୋଜିନୀ ବେହେରା ନିଜ ଜନ୍ମିତ ପୁଅକୁ ହତ୍ୟା କରିଛନ୍ତି। ସୂଚନା ଅନୁସାରେ, ବସନ୍ତ ଜଣେ ଅଭ୍ୟାସ ଗତ ନିଶାଖୋର୍ ବ୍ୟକ୍ତି ହେଇଥିବାରୁ ସେ ପ୍ରତିଦିନ ବୃଦ୍ଧ ବାପା ଓ ମା’ଙ୍କୁ ନିଶାଗ୍ରସ୍ତ ଅବସ୍ଥାରେ ଅକର୍ଥନୀୟ ନିର୍ଯ୍ୟାତନା ଦେଇ ଆସୁଥିଲେ । ଗତକାଲି ବିଳମ୍ଵିତ ରାତିରେ, ନିଶାଗ୍ରସ୍ତ ହୋଇ ସେ ତାଙ୍କ ବାପାଙ୍କ ଉପରେ ସବୁଦିନ ଭଳି ଅତ୍ୟାଚାର ଓ ଜୁଲୁମ୍ କରିବା ଆରମ୍ଭ କରିଦେଇଥିଲେ। ତାଙ୍କ ମା, ସରୋଜିନୀ ଏସବୁ ଦେଖି ସହ୍ୟ କରି ନ ପାରି ନିଶାଗ୍ରସ୍ତ ଏକମାତ୍ର ପୁଅକୁ ସବୁଦିନ ପାଇଁ ଶେଷ…
Read Moreଉଦଘାଟନ ପୂର୍ବରୁ ଲୋକଙ୍କ ବିରୋଧର ସମ୍ମୁଖୀନ ହେଲେ ଦଶପଲ୍ଲା ବିଧାୟକ
ଗଣିଆ(୨୪/୦୮):- ଗଣିଆ ବ୍ଲକ ବଡମୂଳ ଠାରୁ ଶିଖରଗୋଛା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କର ଶୁଭ ଉଦଘାଟନ କାର୍ଯ୍ୟକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଏହାକୁ ନେଇ ଆଜି ରାସ୍ତା ଅବରୋଧ କରି ବସିଥିଲେ ଶତାଧିକ ଜନସାଧାରଣ। ଉକ୍ତ ରାସ୍ତାକୁ ଉଦଘାଟନ କରିବାକୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ, କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ମହେଶ୍ୱର ମହାରଣାଙ୍କ ସମେତ ବିଭାଗୀୟ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଯାଉଥିବା ସମୟରେ ବଡମୂଳ ବନବିଭାଗର ଫାଟକ ନିକଟରେ ରାସ୍ତା ଅବରୋଧ କରି ବସିଥିବା ଜନସାଧାରଣ ସେମାନଙ୍କୁ ଛାଡ଼ିନଥିଲେ। ରାସ୍ତା କାମ ଅଧାପନ୍ତରିଆ ହୋଇଥିବାବେଳେ କିପରି ଉଦଘାଟନ ହେଉଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। ବଡମୂଳ ଠାରୁ ଶିଖରଗୋଚ୍ଛା ପର୍ଯ୍ୟନ୍ତ ଏକ କିଲୋମିଟର ରାସ୍ତା ଅସମ୍ପୂର୍ଣ୍ଣ ହୋଇଥିବାରୁ ଯଥାଶୀଘ୍ର ସମ୍ପୂର୍ଣ…
Read Moreକଂଗ୍ରେସ ସେବା ଦଳ ଷ୍ଟିଅରିଂ କମିଟି ସଭ୍ୟ ହେଲେ ନୟାଗଡ଼ର ମନୋଜ କୁମାର ସାହୁ
ନୟାଗଡ଼,(୨୩/0୮): ନୟାଗଡ଼ ଅଖିଳ ଭାରତ କଂଗ୍ରେସ ସେବାଦଳ ଷ୍ଟିଅରିଂ କମିଟିର ସଦସ୍ୟ ହେଲେ ନୟାଗଡ଼ ବ୍ଲକ ଇଟାମାଟିର ପୂର୍ବତନ ସରପଞ୍ଚ ତଥା ନୟାଗଡ ନିର୍ବାଚନ ମଣ୍ଡଳୀରୁ ୨୦୧୯ ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ହୋଇଥିବା ବିଧାୟକ ପ୍ରାର୍ଥୀ ମନୋଜ କୁମାର ସାହୁ। ସେବା ଦଳ ମୁଖ୍ୟ ସଙ୍ଗଠକ ଲାଲାଜୀ ଦେଶାଇ ଶ୍ରୀ ସାହୁଙ୍କୁ କମିଟିର ସଦସ୍ୟ ଭାବେ ଅନୁମୋଦନ କରିଛନ୍ତି। ସଦସ୍ୟ ହେବାପରେ ସେ ପ୍ରଦେଶ କଂଗ୍ରେସ ସେବା ଦଳ ମୁଖ୍ୟ ସଙ୍ଗଠକ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି। ଆଗାମୀ ଦିନରେ ପ୍ରଦେଶ କଂଗ୍ରେସ ସେବା ଦଳ କିପରି ସାରା ରାଜ୍ୟରେ କ୍ରିୟାଶୀଳ ହେବ ସେ ଦିଗରେ ଅହରହ ଉଦ୍ୟମ ଜାରି ରଖିବି ବୋଲି ଶ୍ରୀଯୁକ୍ତ ମନୋଜ କୁମାର ସାହୁ…
Read Moreବଟ ବୃକ୍ଷରେ ରାକ୍ଷୀ ବାନ୍ଧିଲେ ଗ୍ରାମବାସୀ
ଦଶପଲ୍ଲା(୨୨/୦୮): ସାରା ରାଜ୍ୟରେ ଆଜି ରକ୍ଷାବନ୍ଧନ ତଥା ଗହ୍ମା ପୂର୍ଣ୍ଣିମା ଉତ୍ସବ ଆନନ୍ଦଉଲ୍ଲାସରେ ପାଳିତ ହୋଇଛି । ଏହି ଉତ୍ସବରେ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇଙ୍କ ଶୁଭ ମନାସିଥିବା ବେଳେ ଏକ ନିଆରା ପରମ୍ପରା ଦଶପଲ୍ଲାରେ ଦେଖିବାକୁ ମିଳୁଛି । ଦୀର୍ଘ ବର୍ଷ ହେଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବୁଗୁଡା ଓ ବୁଗୁଡା କଲୋନୀ ଗ୍ରାମବାସୀ ଏହି ନିଆରା ପରମ୍ପରା ସହ ବାନ୍ଧି ହୋଇ ଯାଇଛନ୍ତି । ବୃକ୍ଷ ମାନବ ସମାଜ ପାଇଁ ସବୁଠାରୁ ଦରକାରୀ ହୋଇଥିବାରୁ ଗ୍ରାମର ବୟସ୍କ ବ୍ୟକ୍ତିମାନେ ରକ୍ଷାବନ୍ଧନ ତିଥିରେ ଗଛରେ ରାକ୍ଷୀ ବାନ୍ଧିଥାନ୍ତି । ବୁଗୁଡା ଓ ବୁଗୁଡା କଲୋନୀ ଗ୍ରାମରେ ୧୯୮୮ମସିହା ଠାରୁ ଏଭଳି ପରମ୍ପରା ଚାଲି ଆସିଛି । ଅପରାହ୍ନରେ ପ୍ରଥମେ ଗ୍ରାମର ବୟସ୍କ ବ୍ୟକ୍ତିମାନେ ନୂଆ ଲୁଗା ପିନ୍ଧି ଗଛରେ ରାକ୍ଷୀ ବାନ୍ଧି ସାରିବା…
Read Moreଉତ୍କଳ ସାମ୍ବାଦିକ ସଙ୍ଘର ନବନିଯୁକ୍ତ ରାଜ୍ୟ ସଭାପତି ପ୍ରମୋଦ ପଟ୍ଟନାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା
ନୟାଗଡ଼,(୨୦/୦୮):- ଓଡ଼ିଶାର ସର୍ଵ ପୁରାତନ ଉତ୍କଳ ସାମ୍ବାଦିକ ସଂଘର ନବନିଯୁକ୍ତ ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରମୋଦ ପଟ୍ଟନାୟକଙ୍କୁ ନୟାଗଡ଼ ସହର ସ୍ଥିତ ପଠାଣି ସାମନ୍ତ ଅଡିଟୋରିୟମରେ ଆଜି ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟତମ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ ସମ୍ପାଦକ ବେଣୁଧର ପଣ୍ଡା, ଉପସଭାପତି ବିନାୟକ ମିଶ୍ର, ଜିଲ୍ଲା ଡିଜିଟାଲ ମିଡ଼ିଆ ସାମ୍ୱାଦିକ ସଙ୍ଘ ସଭାପତି ଅନୱାର ଅଲ୍ଲୀ, ସମାଜସେବୀ କିଷାନ ଦାସ, ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ଦାସ, କିଶୋର ମହାପାତ୍ର ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । ସଂଘର ସମ୍ବିଧାନ ଏବଂ ଲକ୍ଷ ବିଷୟରେ ଶ୍ରୀଯୁକ୍ତ ପଣ୍ଡା ଆଲୋଚନା କରିଥିବା ବେଳେ ଜୀବନର ଶେଷ ବିନ୍ଦୁ ପର୍ଯ୍ୟନ୍ତ ସାମ୍ବାଦିକଙ୍କ ପାଇଁ ଲଢ଼େଇ କରିବାକୁ ନବନିଯୁକ୍ତ ରାଜ୍ୟ…
Read Moreଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ବୈଠକ(ଦିଶା)
ନୟାଗଡ଼,(୧୯.୦୮):- ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସୃଜନ ସମ୍ମଳନୀ କକ୍ଷରେ ମାନ୍ୟବର ସାଂସଦ କଟକ ଶ୍ରୀ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶ୍ରୀ ମହତାବ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ ଓ ସହରାଂଚଳ) ଉପରେ ଆଲୋଚନା କରାଯାଇଥିଲା । ଏହି ଯୋଜନା ଅନର୍ଗତ ନୟାଗଡ଼ ଜିଲ୍ଲା ୨୦୨୦-୨୧ ଆର୍ଥିକ ବର୍ଷରେ ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ମାନ୍ୟବର ସାଂସଦ ଖୁସି ପ୍ରକଟ କରିଥିଲେ । ଏହା ସଙ୍ଗେ ସଙ୍ଗେ ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀମାନେ କିପରି ଉପକୃତ ହୋଇପାରିବେ ସେଥି ପ୍ରତି ଦୃଷ୍ଟି ଦେବାପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ ।…
Read Moreଦଶପଲ୍ଲାରେ ରେଲୱେ ଟ୍ରାକ ନିର୍ମାଣ ନାଁ’ରେ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ହେଉଥିବା ଅଭିଯୋଗ କଲା ଜିଲ୍ଲା କଂଗ୍ରେସ
ଦଶପଲ୍ଲା,(୧୪/୦୮):- ଦଶପଲ୍ଲା ରେଲୱେ ଟ୍ରାକ ନିର୍ମାଣ ପାଇଁ ଦଶପଲ୍ଲା ତହସିଲ ଅନ୍ତର୍ଗତ ପୁରୁଣା ଦଶପଲ୍ଲା ନୁଆସାହି ସରହଦର ପ୍ରାୟ ୨କିମି ରେଳ ଲାଇନ ଭୂଇଁଠାରୁ ୨୧ ମିଟର ଗଭୀର ଖୋଳାଯିବା ସହ ଦୁଇଟି ପାହାଡ଼ କଟାଯାଇଛି। ବର୍ତମାନ ପ୍ରାୟ ୧୦ ମିଟର ତଳକୁ ଖୋଳାଯିବା ଦ୍ୱାରା ତଳୁ ବହୁ ପରିମାଣର କଳାମୁଗୁନି ପଥର ବାହାରିଛି ଏବଂ ପାହାଡ଼ କଟାଯିବା ଯୋଗୁଁ ପ୍ରାୟ ଆନୁମାନିକ ୫ହଜାର ଟ୍ରିପ ପଥର ଏବଂ ମାଟିତଳୁ ପ୍ରାୟ ୨ହଜାର ଟ୍ରିପ ପଥର ବାହାରି ଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୁଣି ଆଉ ଅବଶିଷ୍ଟ ପାହାଡ଼ କଟାଯିବା ସହ ମାଟିତଳୁ ଆଉ ସେତିକି ବଡ଼ବଡ଼ ମୂଲ୍ୟବାନ କଳାମୁଗୁନି ପଥର ବାହାରିବ। ଆଜକୁ ଦୁଇ ତିନି ମାସ ଧରି ରେଲୱେ ଠିକାଦାର ଶ୍ରୀ ଦୁର୍ଗା କନଷ୍ଟ୍ରକସନ କମ୍ପାନୀ ବ୍ଲାଷ୍ଟିଙ୍ଗ କରି ପାହାଡ଼ ଫଟାଇ ପ୍ରାୟ…
Read Moreକୁଆଁରିଆରେ କର୍ମକର୍ତ୍ତା ସମ୍ମିଳନୀ
ନବୀନ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ପାଇଁ ଭୋଟହାର ଦ୍ୱିଗୁଣିତ: ମନ୍ତ୍ରୀ ଦଶପଲ୍ଲା,(୧୧/୦୮):- ଦଶପଲ୍ଲା କୁଆଁରିଆ ଡ୍ୟାମ୍ ଠାରେ ଆଜି ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା,ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା, ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ଦଶପଲ୍ଲା ବ୍ଲକ୍ ଉପାଧ୍ୟକ୍ଷ ବସନ୍ତ କୁମାର ସାହୁ, ମହିଳା ବିଜେଡି ସଭାନେତ୍ରୀ ବିରଜା ଲକ୍ଷ୍ମୀ ସାହୁ, ଦଶପଲ୍ଲା ଏନ୍ଏସି ପୂର୍ବତନ ଅଧ୍ୟକ୍ଷା ବବିତା ସାହୁଙ୍କ ସମେତ ବହୁ ବରିଷ୍ଠ ବିଜେଡ଼ି କର୍ମୀ ଯୋଗ ଦେଇଥିଲେ । ଏହି ଅବସରରେ ନିର୍ବାଚନ ମଣ୍ଡଳୀର ବହୁ ବିଜେଡି କର୍ମୀ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ…
Read More