ପୁଅର ଦୋୖରାତ୍ମ୍ୟରେ ଅତିଷ୍ଠ ହୋଇ ନିଜର ଜନ୍ମିତ ପୁଅକୁ ହତ୍ୟା କଲା ମା’

ଦଶପଲ୍ଲା(୨୪/୦୮):- ଦଶପଲ୍ଲା ବିଜ୍ଞାପିତ ଅଂଚଳ ପରିଷଦ ସ୍ଥିତ ନାହାକପଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସେହି ଗ୍ରାମର ସରୋଜିନୀ ବେହେରା ଓ କୁନ୍ଥୁ ବେହେରାଙ୍କ ପୁଅ ବସନ୍ତ ବେହେରା (୪୦)ଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ତାଙ୍କ ମାଆ, ସରୋଜିନୀ ବେହେରା ନିଜ ଜନ୍ମିତ ପୁଅକୁ ହତ୍ୟା କରିଛନ୍ତି। ସୂଚନା ଅନୁସାରେ, ବସନ୍ତ ଜଣେ ଅଭ୍ୟାସ ଗତ ନିଶାଖୋର୍ ବ୍ୟକ୍ତି ହେଇଥିବାରୁ ସେ ପ୍ରତିଦିନ ବୃଦ୍ଧ ବାପା ଓ ମା’ଙ୍କୁ ନିଶାଗ୍ରସ୍ତ ଅବସ୍ଥାରେ ଅକର୍ଥନୀୟ ନିର୍ଯ୍ୟାତନା ଦେଇ ଆସୁଥିଲେ । ଗତକାଲି ବିଳମ୍ଵିତ ରାତିରେ, ନିଶାଗ୍ରସ୍ତ ହୋଇ ସେ ତାଙ୍କ ବାପାଙ୍କ ଉପରେ ସବୁଦିନ ଭଳି ଅତ୍ୟାଚାର ଓ ଜୁଲୁମ୍ କରିବା ଆରମ୍ଭ କରିଦେଇଥିଲେ। ତାଙ୍କ ମା, ସରୋଜିନୀ ଏସବୁ ଦେଖି ସହ୍ୟ କରି ନ ପାରି ନିଶାଗ୍ରସ୍ତ ଏକମାତ୍ର ପୁଅକୁ ସବୁଦିନ ପାଇଁ ଶେଷ କରିଦେବାକୁ ନିଶ୍ପତ୍ତି ନେଇଥିଲେ । ଆଜି ଭୋର୍ ସମୟରେ ପୁଅ ସୋଇଥିବା ବେଳେ ଏକ ଟାଙ୍ଗିଆ ସାହାଯ୍ୟରେ ଆକ୍ରମଣ କରିଥିଲେ ଏଵଂ କିଛି ସମୟ ପରେ ଗୁରୁତର ଅବସ୍ଥାରେ ବସନ୍ତକୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ପରେ ଡାକ୍ତର ବସନ୍ତକୁ ମୃତ ଘୋଷଣା କରିଥିଲେ। ମୃତ ବସନ୍ତଙ୍କ ବାପା ଓ ମା’ଉଭୟଙ୍କୁ ଦଶପଲ୍ଲା ପୋଲିସ୍ ଥାନାକୁ ନେଇ ଘଟଣା ବିଷୟରେ ପଚରାଉଚରା କରୁଛି ବୋଲି ସୂଚନା ମିଳିଛି।

Related posts