ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ରାସପୂର୍ଣ୍ଣିମା ଅବସରରେ ନୟାଗଡ଼ ସହର ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଶିଷ୍ଟ ଅତିଥିଙ୍କ ଦ୍ଵାରା ପୁସ୍ତକ “ଜ୍ଞାନଘର” ଲୋକାର୍ପିତ ହୋଇଯାଇଛି। ଓଡ଼ଗାଁ ବ୍ଳକ ରୋହିବାଙ୍କ ଗ୍ରାମର ଶିକ୍ଷକ ଦମ୍ପତି ରାଧାଗୋବିନ୍ଦ ନାୟକ ଓ ଦମୟନ୍ତୀ ପାତ୍ରଙ୍କ ଦ୍ୱାରା ମହାପୁରୁଷଙ୍କ ମହତବାଣୀ ଉପରେ ଆଧାରିତ ୧୪୫ପୃଷ୍ଠା ସମ୍ବଳିତ ଜ୍ଞାନ ଗର୍ଭକ ପୁସ୍ତକ “ଜ୍ଞାନଘର”ଟି ଛାତ୍ରଛାତ୍ରୀ, ଅଭିଭାବକଙ୍କ ମହଲରେ ନିଶ୍ଚୟ ଆଦୃତି ଲାଭ କରିବ। ଏହି ସାରସ୍ୱତ କାର୍ଯ୍ୟକ୍ରମରେ “ଦର୍ପଣ ପବ୍ଲିକେଶନ” ତଥା “ନୟାଗଡ଼ ଦର୍ପଣ”ର ମୁଖ୍ୟ ଗୀତିକଳ୍ପ ହରିଶ ପ୍ରଧାନ ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିଲେ। ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଦାମୋଦର ସାହୁ, ନାଟ୍ୟକାର ବିଶ୍ଵନାଥ ମହାପାତ୍ର, ସିଆରସିସି ଲଳିତ ମୋହନ ମିଶ୍ର, କବି ଗୋଦାବରୀଶ ମିଶ୍ର, ଉମେଶ…
Read MoreCategory: ଦଶପଲ୍ଲା ବ୍ଲକ
ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନ କମିଟିର ବୈଠକ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପ୍ରାଙ୍ଗଣରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ରର ସଦଭାବନା ଗୃହରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୟାଗଡ ଜିଲ୍ଲାପାଳ ଡ଼. ପୋମା ଟୁଡୁ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ନୂଆଗାଁ ବ୍ଲକ୍ ବିଡ଼ିଓ ପ୍ରମୋଦ କୁମାର ନାୟକ, ଦଶପଲ୍ଲା ବ୍ଲକ୍ ବିଡ଼ିଓ ବିଶ୍ବରଂଜନ ବିଶ୍ୱାସ, ଗଣିଆ ବ୍ଲକ୍ ବିଡ଼ିଓ ସିରିଆଲ ଶୁଭ୍ର ପଟେଲ୍, ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବ୍ଲକ୍ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପାନୀୟ…
Read Moreନୟାଗଡ଼ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୮ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ନୟାଗଡ଼/ଓଡ଼ଗାଁ,(ନୟାଗଡ଼ ଦର୍ପଣ): 5T ଉପକ୍ରମରେ ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତରିତ ପର୍ବ । ରୂପାନ୍ତରଣ କାର୍ଯ୍ୟକ୍ରମରେ ଆଜି ନୂଆପଡା, ଗଞ୍ଜାମ, ସମ୍ଵଲପୁର, ରାୟଗଡ଼ା ଓ ନୟାଗଡ଼ ଜିଲ୍ଲାର ୧୩୦ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଲୋକାର୍ପିତ ହୋଇଥିବା ୧୩୦ଟି ସ୍କୁଲ ମଧ୍ୟରୁ ନୂଆପଡାର ୭ଟି, ଗଞ୍ଜାମର ୮୩ଟି, ସମ୍ବଲପୁରର ୨୫ଟି, ନୟାଗଡ଼ର ୮ଟି ଓ ରାୟଗଡ଼ାର ୭ଟି ସ୍କୁଲ ରହିଛି । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜିର ଦିନଟି ସ୍ୱତନ୍ତ୍ର । 5T ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମରେ ୧୦୭୫ଟି ସ୍କୁଲର ରୂପାନ୍ତରଣ ହେବ। ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ସ୍କୁଲ ରୂପାନ୍ତରଣ 5T କାର୍ଯ୍ୟକ୍ରମର ସବୁଠୁ ବଡ଼ ଉଦାହରଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସ୍କୁଲରେ…
Read Moreଦଶପଲ୍ଲା ବାର ଆସୋସିଏସନ ପକ୍ଷରୁ ଜିଲ୍ଲା ଜଜ୍ ଇତିଶ୍ରୀ ମହାପାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡର ଅତିରିକ୍ତ ଜିଲ୍ଲା ଜଜ ତଥା ପକ୍ସୋ କୋର୍ଟ ବିଚାରପତି ଇତିଶ୍ରୀ ମହାପାତ୍ରଙ୍କୁ ଦଶପଲ୍ଲା ବାର ଆସୋସିଏସନ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମାନ୍ୟବର ଜଜ ଦଶପଲ୍ଲାକୁ କ୍ୟାମ୍ପ କୋର୍ଟ କରିବା ପାଇଁ ପ୍ରଥମେ ଆସିଥିବାରୁ ଦଶପଲ୍ଲା ବାର ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ବାରର ଲାଇବ୍ରେରୀ ହଲ ଭିତରେ ସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ପାତ୍ରଙ୍କ ସଭାପତିତ୍ବରେ ଏକ ସ୍ବାଗତ ସମ୍ଭର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବରିଷ୍ଠ ଆଇନଜୀବୀ ଗୌରଚନ୍ଦ୍ର ମିଶ୍ର, ଶରତ ଚନ୍ଦ୍ର ବେହେରା, କୃଷ୍ଣ ଚନ୍ଦ୍ର ଦାସ, ମାନସ କୁମାର ମହାଖୁଡ଼, କେଶବ ଚନ୍ଦ୍ର ମିଶ୍ର, ଚିତ ରଞ୍ଜନ କର, ସୁଦାମ ପରିଡ଼ା, ବିନୋଦ ବିହାରୀ ମିଶ୍ର, ସମୀର ବାରିକ, ବିକ୍ରମ ସାହୁ ଓ ସଂଘର ସମ୍ପାଦକ ପ୍ରମୋଦ ସାହୁ ପ୍ରମୁଖ ସ୍ବାଗତ ବକ୍ତବ୍ୟ ରଖିଥିଲେ।…
Read Moreମହାମାରୀ କରୋନା ପାଇଁ ବନ୍ଦ ଥିଲା ବିଦ୍ୟାଳୟ, ଦୀର୍ଘ ଦେଢ଼ ବର୍ଷ ପରେ ଖୋଲିଲା ୬ଷ୍ଠ, ୭ମ ଶ୍ରେଣୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦୀର୍ଘ ଦେଢ଼ ବର୍ଷ ପରେ ୬ଷ୍ଠ ଓ ୭ମ ଶ୍ରେଣୀ ଖୋଲିଥିବା ବେଳେ ପ୍ରବଳ ଉତ୍ସାହ ଏବଂ ଉଦ୍ଦୀପନା ମଧ୍ୟରେ ଆଜି ବହୁ ସଂଖ୍ୟାରେ ପିଲାମାନେ ବିଦ୍ୟାଳୟକୁ ଆସିଥିଲେ । କରୋନା କଟକଣା ଯୋଗୁଁ ଦୀର୍ଘ ଦେଢ଼ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିଦ୍ୟାଳୟ ବନ୍ଦ ରହିଥିବା ବେଳେ ଗତ ଚାରି ମାସତଳୁ ନବମ ଏବଂ ଦଶମ ଏବଂ ଏକ ମାସ ତଳୁ ଅଷ୍ଟମ ଶ୍ରେଣୀ ଖୋଲି ଶିକ୍ଷାଦାନ କାର୍ଯ୍ୟ ଚାଲୁ ରହିଛି । ଦୀର୍ଘ ଦେଢ଼ବର୍ଷରୁ ଅଧିକ ଦିନଧରି ଘରେ ବସି ରହିଥିବା ଏହି ପିଲାମାନେ ପ୍ରବଳ ଉତ୍ସାହର ସହିତ ଆଜି ବିଦ୍ୟାଳୟ ଆସିଥିଲେ । ସକାଳ ସାଢ଼େ ୯ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଏହି କ୍ଲାସର ପିଲାମାନଙ୍କ ପାଠ ପଢ଼ା କାର୍ଯ୍ୟ ଚାଲିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ…
Read Moreଏସ.ଇ.ଏମ ଓ ଗ୍ରାମୀଣ ଜଳଯୋଗାଣ କର୍ମଚାରୀ ମହାସଂଘର ଗଣଧାରଣା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଏସ.ଇ.ଏମ ଓ ଗ୍ରାମୀଣ ଜଳଯୋଗାଣ କର୍ମଚାରୀ ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ପମ୍ପ ଚାଳକ ସଙ୍ଘର ମୁଖ୍ୟ ଦାବି ହେଲା- ୧- ଏସ.ଇ.ଏମ ଉଛେଦ କରି ଗ୍ରାମ୍ୟ ଜଳଯୋଗାଣ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଉ, ୨- ସମାନ କାମକୁ ସମାନ ଦରମା ଦିଆଯାଉ, ୩- ଗ୍ରାମପଞ୍ଚାୟତକୁ ଦରମା ବନ୍ଦ କରାଯାଇ ଆମକୁ ଡିପାଟମେଣ୍ଟ ଜରିଆରେ ଦରମା ଦିଆଯାଉ, ୪- ୫ବର୍ଷର ବୟସ କୋହଳ କରାଯାଉ, ୫- ୧୦ବର୍ଷର ଏରିୟର କରି ଦିଆଯାଉ, ୬- କାର୍ଯ୍ୟ କରୁଥିବା ସମୟରେ କୌଣସି କର୍ମଚାରୀ ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ୨୦ଲକ୍ଷ ଟଙ୍କା କ୍ଷତି ପୁରଣ ଦିଆଯାଉ, ୭- ଉକ୍ତ ପରିବାରରୁ ସେହି ସଂସ୍ଥାରେ ଜଣଙ୍କୁ ନିଯୁକ୍ତି କରାଯାଉ । ସୂଚନାନୁସାରେ ଗତ ୨୫.୦୯.୨୦୨୧ ରିଖ…
Read Moreଜିଲ୍ଲା କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଘର ସାଧାରଣ ବୈଠକ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଘର ସଭାପତି ପ୍ରକାଶ କୁମାର ଦାଶଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ନୟାଗଡ଼ ବ୍ଳକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାଧାରଣ ସଂପାଦକ ତୁଷାରକାନ୍ତ ରାଉତ, ରାଜ୍ୟ ସଂଘର ଛଅ ଦଫା ଦାବି ସମ୍ବନ୍ଧରେ ଆଲୋଚନା କରିଥିଲେ । ରାଜ୍ୟ ସରକାର ଯଦି ଏହି ଦାବୀଗୁଡିକ ପୂରଣ କରିବା ଦିଗରେ ଟାଳଟୁଳ ନିତି ଅବଲମ୍ବନ କରନ୍ତି, ତେବେ ରାଜ୍ୟ ସଂଘ ନିଷ୍ପତ୍ତି ଅନୁସାରେ କଳାବ୍ୟାଚ ପରିଧାନ କରି ପ୍ରତିବାଦ କରିବାକୁ ଆହ୍ୱାନ ଦେଇଥିଲେ । ୫୧ ଜଣ ପିଇଓଙ୍କର ଏମଏସିପି ଇତି ମଧ୍ୟରେ ମଞ୍ଜୁର ହୋଇଥିବା ଜିଲ୍ଲା ପ୍ରଶାସନଙ୍କୁ ସଙ୍ଘ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ରାଜ୍ୟ ସଂଘ ଉପସଭାପତି ଗଗନ ବିହାରି ମିଶ୍ର ଜିଲ୍ଲା ସଂଘ ଓ ରାଜ୍ୟ ସଂଘ ମଧ୍ୟରେ…
Read Moreଭୟରେ ଗାଁ ଲୋକ ଛୁଇଁଲେନି ଶବ, ଅନନ୍ୟା ଫାଉଣ୍ଡେସନ ସଦସ୍ୟ କଲେ ଶବଦାହ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକ ନୋତ୍ତର ପଞ୍ଚାୟତ ଅନ୍ତର୍ଗତ ନୋତ୍ତର ଗ୍ରାମର ବକ୍ସି ନାୟକ (୭୭) ନାମକ ଜନୈକ ବ୍ୟକ୍ତି ଗତ କିଛି ଦିନ ହେବ ମାଛିଆ ପାତକ ସହ ଅନ୍ୟ କେତେକ ରୋଗରେ ପୀଡ଼ିତ ଥିଲେ। କିନ୍ତୁ ଶୁକ୍ରବାର ରାତିରେ ଦେହତ୍ୟାଗ କରିଥିବା ବେଳେ ବକ୍ସି ନାୟକଙ୍କ ପୁଅ ଓ ନାତି ଶବଦାହ ପାଇଁ ପଡୋଶୀ ଓ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ରୋଗ ବ୍ୟାପି ଯିବା ଭୟରେ ଗ୍ରାମର କୌଣସି ବ୍ୟକ୍ତି ଶବଦାହରେ ସାମିଲ ହୋଇ ନଥିଲେ। ସୂଚନାନୁସାରେ, ନୋତ୍ତର ଗ୍ରାମର ବିଭିନ୍ନ ଦେବାଳୟ ପୂଜା କରୁଥିବା ପାଖ ଗମ୍ଭାରୀଡ଼ିହି ଗ୍ରାମର ଜଣେ ବ୍ରାହ୍ମଣ କିଛି ଦିନ ଆଗରୁ ଗ୍ରାମବାସୀଙ୍କୁ କହିଥିଲେ କି ଯେ, ବକ୍ସି ନାୟକ ଯେଉଁ ବ୍ୟାଧିରେ ପୀଡ଼ିତ ତାଙ୍କୁ ଯଦି କେହି ଛୁଇଁବ କିମ୍ବା ଶବଦାହ କରିବ ତେବେ ସେହି…
Read Moreନୟାଗଡ଼ ଜିଲ୍ଲାରେ ନଭେମ୍ବର ୧୫ରୁ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସମସ୍ତ ସବ-ସେଣ୍ଟର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଚଳିତ ମାସ ୧୫ ତାରିଖରୁ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ଅନୁଷ୍ଠିତ ହେବ । ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ବିଭିନ୍ନ ପ୍ରକାର ଟୀକା ଦିଆଯିବ । ମହାମାରୀ କୋଭିଡ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଶିଶୁମାନଙ୍କ ନିମନ୍ତେ ନିୟମିତ ଟୀକାଦାନକୁ ଗୁରୁତ୍ୱ ଦିଆଯାଇଛି । ଏହାଦ୍ୱାରା ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ କୌଣସି ଶିଶୁ ଟୀକାକରଣରୁ ବଞ୍ଚିତ ହେବେନାହିଁ । ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ଥିବା ଶିଶୁଙ୍କ ପରିବାରକୁ ଏ ସମ୍ପର୍କରେ ସଚେତନ କରାଇବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ମାଇକରେ ପ୍ରଚାର, ପୋଷ୍ଟର, ଲିଫଲେଟ…
Read Moreଦଶପଲ୍ଲାରେ ଅଖିଳ ଭାରତ କୃଷକ ସଭା ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦଶପଲ୍ଲାର ଶିକ୍ଷକ ଭବନରେ ଅଖିଳ ଭାରତ କୃଷକ ସଭାର ଦଶପଲ୍ଲା ବ୍ଲକ୍ କମିଟି ପକ୍ଷରୁ ବିଭିନ୍ନ ପଞ୍ଚାୟତର କର୍ମୀମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ସଂଗଠନର ବ୍ଲକ୍ କମିଟି ସଭାପତି ବ୍ରଜବନ୍ଧୁ ପ୍ରଧାନ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ତଥା ଉତ୍ତରପ୍ରଦେଶରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପୁଅ ଗାଡ଼ି ଚଢାଇ ହତ୍ୟା କରିଥିବା ଆନ୍ଦୋଳନରତ ଚାଷୀଙ୍କ ଉଦ୍ଦେଶ୍ୟରେ ନୀରବ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସଂଗଠନର ବ୍ଲକ୍ କମିଟି ସମ୍ପାଦକ ଗଣେଶ୍ୱର ନାୟକ ପ୍ରାରମ୍ଭିକ ବକ୍ତବ୍ୟ ଦେଲା ପରେ କୃଷକ ସଭାର ରାଜ୍ୟ କର୍ମକର୍ତ୍ତା ତଥା ପୂର୍ବତନ ରାଜ୍ୟ ସଭାପତି ଅଭିରାମ ବେହେରା ଚାଷୀମାନଙ୍କ ଚଳନ୍ତି ସମସ୍ୟା ସହିତ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୀତ ତିନି କଳା କୃଷି ଆଇନ ଏବଂ ତାକୁ ପ୍ରତ୍ୟାହାର ଦାବିରେ ଦିଲ୍ଲୀ…
Read More