ଦଶପଲ୍ଲା ବାର ଆସୋସିଏସନ ପକ୍ଷରୁ ଜିଲ୍ଲା ଜଜ୍ ଇତିଶ୍ରୀ ମହାପାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡର ଅତିରିକ୍ତ ଜିଲ୍ଲା ଜଜ ତଥା ପକ୍ସୋ କୋର୍ଟ ବିଚାରପତି ଇତିଶ୍ରୀ ମହାପାତ୍ରଙ୍କୁ ଦଶପଲ୍ଲା ବାର ଆସୋସିଏସନ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମାନ୍ୟବର ଜଜ ଦଶପଲ୍ଲାକୁ କ୍ୟାମ୍ପ କୋର୍ଟ କରିବା ପାଇଁ ପ୍ରଥମେ ଆସିଥିବାରୁ ଦଶପଲ୍ଲା ବାର ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ବାରର ଲାଇବ୍ରେରୀ ହଲ ଭିତରେ ସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ପାତ୍ରଙ୍କ ସଭାପତିତ୍ବରେ ଏକ ସ୍ବାଗତ ସମ୍ଭର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବରିଷ୍ଠ ଆଇନଜୀବୀ ଗୌରଚନ୍ଦ୍ର ମିଶ୍ର, ଶରତ ଚନ୍ଦ୍ର ବେହେରା, କୃଷ୍ଣ ଚନ୍ଦ୍ର ଦାସ, ମାନସ କୁମାର ମହାଖୁଡ଼, କେଶବ ଚନ୍ଦ୍ର ମିଶ୍ର, ଚିତ ରଞ୍ଜନ କର, ସୁଦାମ ପରିଡ଼ା, ବିନୋଦ ବିହାରୀ ମିଶ୍ର, ସମୀର ବାରିକ, ବିକ୍ରମ ସାହୁ ଓ ସଂଘର ସମ୍ପାଦକ ପ୍ରମୋଦ ସାହୁ ପ୍ରମୁଖ ସ୍ବାଗତ ବକ୍ତବ୍ୟ ରଖିଥିଲେ। ସ୍ବାଗତ ସମ୍ବର୍ଧନାର ଉତ୍ତର ରଖିଲା ବେଳେ ବିଚାରପତି ମହୋଦୟ ବିଚାର ବ୍ୟବସ୍ଥାରେ ବାର ଓ ବେଞ୍ଚ୍ ଉଭୟେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ, ତେଣୁ ପରସ୍ପରର ସହଯୋଗ ନିତ୍ୟାନ୍ତ ଆବଶ୍ୟକ। ଏହି ସଭାରେ ଦଶପଲ୍ଲା ବିଚାର ବିଭାଗ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ମିର୍ଜା ଆସଲମ୍ ବେଗ ଉପସ୍ଥିତ ଥିଲେ । ଶେଷରେ ସଭାପତି ଶ୍ରୀଯୁକ୍ତ ପାତ୍ର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Related posts