ଦଶପଲ୍ଲାରେ ମାନବିକ ଅଧିକାର ସଚେତନତା କାର୍ଯ୍ୟକ୍ରମ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଓକିଲ ସଂଘ ଆୟୋଜନ କ୍ରମେ ଦଶପଲ୍ଲାସ୍ଥ ଗୋବିନ୍ଦ ଭବନ ଠାରେ ଅନୁସୂଚିତ ଜାତି , ଜନଜାତି ଓ ମହିଳା ମାନଙ୍କର ମାନବିକ ଅଧିକାର ଉପରେ ଏକ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ମୁଖ୍ୟ ବିଚାରପତି ହାଇକୋର୍ଟ ତଥା ଅଧୁନା ଜାତୀୟ ମାନବିକ ଅଧିକାର ଆୟୋଗର ମାନ୍ୟବର ସଦସ୍ୟ ଜଷ୍ଟିସ ଡ. ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଓ ମୁଖ୍ୟବକ୍ତା ଭାବରେ ପ୍ରାକ୍ତନ ସି.ବି.ଆଇ. ଜଜ୍ ଶରତ ଚନ୍ଦ୍ର ମିଶ୍ର ଯୋଗଦେଇଥିଲେ। ସଭାର ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ବାବା ସାହେବ୍ ଡ. ଆମ୍ବେଦକରଙ୍କ ଫଟୋଚିତ୍ରରେରେ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଯୋଳନ କରାଗଲା ପରେ ଓକିଲ ସଂଘର ସମ୍ପାଦକ ଶରତ ଚନ୍ଦ୍ର ବେହେରା ଅତିଥି ପରିଚୟ ସହିତ ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।…

Read More

ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଶ୍ରଦ୍ଧା ଦିବସ ପାଳନ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ପୂଜ୍ୟ ପୂଜା ସମିତି, ଦଶପଲ୍ଲାର ଆୟୋଜନ କ୍ରମେ ଏପ୍ରିଲ ୧୩ତାରିଖ ସନ୍ଧ୍ୟାରେ ସ୍ଥାନୀୟ ଇଲେଭେନ ଷ୍ଟାର କ୍ଲବ୍ରର ସଭା ଗୃହରେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଓଡ଼ିଶାର ପ୍ରଥମ ବ୍ୟକ୍ତି ଯିଏକି ଗାନ୍ଧିଜୀଙ୍କ ନିକଟକୁ ଯାଇ ସାବରମତି ଗାନ୍ଧିଜୀଙ୍କ ଆଶ୍ରମରେ ରହି ଅସହଯୋଗ ଆନ୍ଦଳନରେ ଯୋଗଦେଇଥିଲେ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ୫୯ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଅଛି। ସମିତିର ସଭାପତି ତଥା ବିଶିଷ୍ଟ ଆଇନଜୀବି ଶରତ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଯାଇଅଛି। ସଭାର ପ୍ରାରମ୍ଭରେ ସମସ୍ତେ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏହିସଭାରେ ମୁଖ୍ୟବକ୍ତା ଅଧ୍ୟାପକ ଅଲେଖ କୁମାର ସ୍ୱାଇଁ ସଂଗ୍ରାମୀଙ୍କ ଜୀବନୀ ଓ ଆଦର୍ଶ ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଦଶପଲ୍ଲା ବରିଷ୍ଠ…

Read More

ମଧ୍ୟାହ୍ନ ଭୋଜନ ପାଚିକା ସଂଘର ବିକ୍ଷୋଭ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): କେନ୍ଦ୍ରୀୟ ଶ୍ରମିକ ସଂଗଠନ ସିଆଇଟିୟୁ ଦ୍ଵାରା ପରିଚାଳିତ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା/ସହାୟିକା ସଂଘର ବିକ୍ଷୋଭ। ଆଜି ଦଶପଲ୍ଲା ମଣ୍ଡଳ ଶିକ୍ଷା ଅଧିଆରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୧୨ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଅଛି। ବିକ୍ଷୋଭ ପୂର୍ବରୁ ଦଶପଲ୍ଲାର ଶିକ୍ଷକ ଭବନ ପରିସରରେ ଏକ ସାଧାରଣ ସଭା ସଭାପତି ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ପାଚିକାମାନଙ୍କର ବହୁବିଧ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଏହିସଭାରେ ସଂଘର ନୟାଗଡ଼ ଜିଲ୍ଲା ସମ୍ପାଦିକା ଜୟନ୍ତୀ ଦାସ, ସିଆଇଟିୟୁ ଜିଲ୍ଲା ଆବାହକ କମ୍ରେଡ୍ ବିଶ୍ଵନାଥ ମହାପାତ୍ର କୃଷକ ନେତା ବ୍ରଜବନ୍ଧୁ ପ୍ରଧାନ, ଯୁବନେତା ସୁଶାନ୍ତ ନାୟକ ଓ ସିପିଆଇ(ଏମ) ଦଶପଲ୍ଲା ଲୋକାଲ କମିଟି ସମ୍ପାଦକ ବିପିନ ବିହାରୀ ବାଜୁ ପ୍ରମୁଖ ଆଲୋଚନା କରିଥିଲେ। ଏହି ସଭାପରେ…

Read More

ଦଶପଲ୍ଲା ବାର ତରଫରୁ ଉତ୍କଳ ଦିବସ ପାଳିତ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଏପ୍ରିଲ ପହିଲା ଦିନ ଉତ୍କଳ ଦିବସ ପାଳନ ଅବସରରେ ଦଶପଲ୍ଲା ଓକିଲ ସଂଘ ପକ୍ଷରୁ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ସୁଶାନ୍ତ କୁମାର ପାତ୍ର ଏଥିରେ ସଭାପତିତ୍ବ କରିଥିଲାବେଳେ ଏହି ଆଲୋଚନାଚକ୍ରକୁ ସଂଘର ସମ୍ପାଦକ ଶରତ ଚନ୍ଦ୍ର ବେହେରା ସଂଯୋଜନା କରିବା ସହିତ ପ୍ରାରମ୍ଭିକ ସୂଚନା ଦେଇ ଉତ୍କଳ ଦିବସ ପାଳନ ତଥା ବୁଦ୍ଧିଜୀବୀମାନଙ୍କ ଭିତରେ ଏହାର ଗୌରବମୟ ଐତିହ୍ୟକୁ ମନେପକାଇ କଷ୍ଟଲବ୍ଧ ସ୍ଵତନ୍ତ୍ର ଉତ୍କଳର ଅଖଣ୍ଡତାର ସୁରକ୍ଷା ପାଇଁ ସମସ୍ତେ ଅନ୍ତାଭିଡ଼ି ବାହାରିବା ପାଇଁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ଭିତରେ ବରିଷ୍ଠ ଆଇନଜୀବି ଗୌର ଚନ୍ଦ୍ର ମିଶ୍ର ବିଭେଦକାରୀ ଶକ୍ତିମାନଙ୍କ ପ୍ରତି ସତର୍କ ରହିବା ସହିତ ଓଡ଼ିଶାର ଅଖଣ୍ଡତା ତଥା ଓଡ଼ିଆଭାଷାର ସୁରକ୍ଷା ପାଇଁ ଆହ୍ବାନ ଦେଇଥିଲେ। ଆଇନଜୀବୀ କୃଷ୍ଣ ଚନ୍ଦ୍ର ଦାସ ଉତ୍କଳ ଦିବସର ଇତିହାସ…

Read More

ସହିଦ୍ ଭଗତ ସିଂହଙ୍କ ବଳିଦାନ ଦିବସ ପାଳନ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତର ଗଣତାନ୍ତ୍ରିକ ଯୁବ ଫେଡରେଶନ (DYFI) ପକ୍ଷରୁ ଦଶପଲ୍ଲା ବ୍ଲକ ଚଢ଼େୟାପଲ୍ଲୀ ପଞ୍ଚାୟତ ଯୁରଗଣ୍ଡା ଗ୍ରାମ ଠାରେ ସହିଦ୍ ଭଗତ ସିଂହଙ୍କ ବଳିଦାନ ଦିବସ ପାଳନ କରାଯାଇଅଛି। ପ୍ରଥମେ ସହିଦଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କଲାପରେ ଆଲୋଚନା ସଭା ଗୋପବନ୍ଧୁ ଜାନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସଂଗଠନର ବ୍ଲକ କମିଟି ସଂପାଦକ ବିପିନ କୁମାର ବାଜୁ ସ୍ବାଗତ ଭାଷଣ ଦେଲାପରେ, ଆଦିବାସୀ ନେତା ଶ୍ରୀନିବାସ ଜାନି ସମ୍ମାନିତ ଅତିଥି, ଆଡଭୋକେଟ୍ ଶରତ ଚନ୍ଦ୍ର ବେହେରା ମୁଖ୍ୟବକ୍ତା ଓ ବିଶିଷ୍ଟ ଲେଖକ ତଥା ବାମପନ୍ଥୀ ନେତା ବିଶ୍ବନାଥ ମହାପାତ୍ର ମୁଖ୍ୟଅତିଥି ଭାବେ ସହିଦଙ୍କ ସ୍ମୃତିଚରଣ ସହିତ ତାଙ୍କ ବେସାଲିସ ସଂଗ୍ରାମ ଓ ବଳିଦାନ ବିଷୟରେ ଆଲୋଚନା କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ମୁନା ନାୟକ,…

Read More

ମହାବୀର ବଣିକ ମହାସଂଘର ୧୪ତମ ବାର୍ଷିକ ଉତ୍ସବ ପାଳିତ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲାର ଅଗ୍ରଣୀ ସଂଗଠନ ମହାବୀର ବଣିକ ମହାସଂଘ ମଙ୍ଗଳବାର ଦିନ ଅନୁଷ୍ଠାନର ୧୪ତମ ବାର୍ଷିକ ସାରସ୍ୱତ ଉତ୍ସବ ପାଳନ କରିଛି। ସମସ୍ତ ୧୪ ଗୋଟି ବଜାର ସମ୍ପୂର୍ଣ ବନ୍ଦ କରି ସ୍ଥାନୀୟ ବିଶ୍ୱ କର୍ମା ବାଜ଼ାର ଠାରୁ ପ୍ରଭୁ ମହାବୀରଙ୍କ ପୂଜା ପରେ ନାମ ସଂକୀର୍ତନ ଦ୍ୱରା ମହାସଂଘକୁ ଉତ୍ସସିତ ସ୍ୱାଗତ କରି ଥିଲେ। ଅନୁରୂପ ଭାବେ ବିଭିନ୍ନ ବଜାର ସଂଘ ପକ୍ଷରୁ ଶୋଭାଯାତ୍ରାକୁ ସ୍ଵାଗତ କରିବା ଶହ ଅଭିବାଦନ ଜଣାଇ ଥିଲେ। ପଟୁଆର ଯିବାବେଳେ ସହର ମଧ୍ୟରେ ଥିବା ବିଭିନ୍ନ ମହାପୁରୁଷ, ସାରସ୍ୱତ ସାଧକମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଥିଲା। ପରେ ଦଶପଲ୍ଲାର ଆରାଧ୍ୟ ଦେବ ପ୍ରଭୁ ରଘୁନାଥ ଓ ଶ୍ରୀ ମହାବୀରଙ୍କ ମନ୍ଦିରରେ ପୂଜାର୍ଚନା କରି ସଭା ମଞ୍ଚ ମହାବୀର ମହାସଂଘର ନିଜସ୍ୱ କାର୍ଯ୍ୟାଳୟକୁ ଶୋଭାଯାତ୍ରା…

Read More

ଜିଲ୍ଲାପାଳଙ୍କ ଦ୍ଵାରା ନୂତନ “ଡୁଡା” କାର୍ଯ୍ୟାଳୟ ଉଦଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗରେ ଆଜି ଜିଲ୍ଲା ପୌର ଉନ୍ନୟନ ସଂସ୍ଥାର ନୂତନ କାର୍ଯ୍ୟାଳୟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି । ଉଦଘାଟନୀ ପର୍ବରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଜିଲ୍ଲା ପୌର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁମନ ବେହେରା, ଜିଲ୍ଲାର ସମସ୍ତ ଏନ.ଏ.ସି ଓ ପୌର ପରିଷଦର ନିର୍ବାହୀ ଅଧିକାରୀ ଗଣ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ସହରାଞ୍ଚଳର ବିକାଶ ନିମନ୍ତେ ଏହି କାର୍ଯ୍ୟାଳୟ ଏକ ପ୍ରମୁଖ ଦାୟିତ୍ଵ ନିର୍ବାହ କରିବ ବୋଲି ଜିଲ୍ଲାପାଳ ମହୋଦୟ ମତବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟ…

Read More

ପଞ୍ଚୁପାଣ୍ଡବ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ସାନ ବଡ଼ ଘୁଡୁକା ଲୋକନୃତ୍ୟ ଏବଂ ନୂଆଗାଁ ବନ୍ଦନା

ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୫ର ଦ୍ଵିତୀୟ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଅତିଥି ଭାବେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗଦେଇ କହିଥିଲେ ଯେ ଦଶପଲ୍ଲା ବିଧାୟକଙ୍କ ପାଇଁ ଆଜି ଏହି ମହୋତ୍ସବ ଯାହା  ଦ୍ଵାରା ଭାଇ ଚାରା ସୃଷ୍ଟି ହୋଇପାରିଛି । ସମ୍ମାନିତ ଅତିଥି ଭାବେ  ନୟାଗଡ ପୌର ପରିଷଦ ଅଧ୍ୟକ୍ଷ ନିରୁପମା ଖଟେଇ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ନୟାଗଡ ଲଗ୍ନଜିତ ରାଉତ, ଜିଲ୍ଲା ପରିଷଦ ସଭ୍ୟ ଜୋନ୍ ନଂ ୧୧ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଜୋନ ନଂ ୮ ନରେଶ କୁମାର ବେହେରା, ନୂଆଗାଁ ଥାନା ଅଧିକାରୀ ଶରତ କୁମାର ସେଠୀ, ପଞ୍ଚୁପାଣ୍ଡବ ମହୋତ୍ସବ ଉପ…

Read More

ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୫ ଉଦଘାଟିତ ହୋଇଯାଇଛି । ଅପରାହ୍ନ ୨ ଘଟିକା ସମୟରେ ଏକ ମଶାଲ ଶୋଭାଯାତ୍ରାରେ ପଞ୍ଚୁପାଣ୍ଡବଙ୍କ ବେଶରେ ସୁସଜିତ୍ ହୋଇ କଳାକାର ମାନେ ନାମ ସଙ୍କୀର୍ତ୍ତନ, ଦୁଲୁ ଦୁଲି ବାଜାରେ ପଞ୍ଚୁପାଣ୍ଡବଙ୍କ ପୀଠରୁ ବାହାରି ନୂଆଗାଁ ବିରୁପାଖେଶ୍ଵର ମନ୍ଦିର ଏବଂ ଶହୀଦ କଷ୍ଟି ଡାକୁଆ ସ୍ମୃତିମଣ୍ଡପ, ନୂଆଗାଁ ବଜାର ଦେଇ ମହୋତ୍ସବ ପଡ଼ିଆ ଠାରେ ପହଞ୍ଚିଥିଲେ। ଉଦଘାଟକ ଭାବେ ପୂର୍ବତନ ମନ୍ତ୍ରୀ ତଥା ଓଡ଼ିଶାର ଦକ୍ଷ ନେତା ସୁରେଶ କୁମାର ରାଉତରାୟ ମଶାଲ ଶୋଭାଯାତ୍ରାରେ ଆସି ମହୋତ୍ସବ ପଡ଼ିଆରେ ପହଞ୍ଚି ପତାକା ଉତ୍ତୋଳନ କରିବା ସହ ମହୋତ୍ସବକୁ ଉଦ୍ଘାଟନ କରିଥଲେ। ତତସହିତ ବୃତଙ୍ଗ ପ୍ରକଳ୍ପ ଏବଂ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ବିଧାୟକ…

Read More

ଦଶପଲ୍ଲାରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା

ସେମି ଫାଇନାଲକୁ ଗଲେ ୬ପ୍ରତିଯୋଗୀ ଦଶପଲ୍ଲା,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ  ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା ବ୍ଲକ ଅଡିସନ ଦଶପଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ,ଦଶପଲ୍ଲାଠାରେ ଅନୁଷ୍ଠିତ ହୋଇଯାଇଛି।  ପ୍ରତିଯୋଗିତାକୁ ଦଶପଲ୍ଲା ବ୍ଲକ ଶିକ୍ଷାଧିକାରୀ ଭକ୍ତ ବିନୋଦ ସାଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ସଙ୍ଗୀତଧାରା ମୁଖ୍ୟ ପୃଷ୍ଠପୋଷକ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉପ ସଭାପତି ଲକ୍ଷ୍ମୀଧର ମହାପାତ୍ର, ସଂଯୋଜକ ଲକ୍ଷ୍ମୀଧର ସାହୁ,କବି ଅଶୋକ ମଲ୍ଲ ଏବଂ ସହଯୋଗୀ ଭାବେ ଶିକ୍ଷକ ବିଘ୍ନେଶ୍ୱର ବେହେରା, ଲକ୍ଷ୍ମୀଧର ସାହୁ, ସଂଗ୍ରାମ କେଶରୀ ଜେନା, ପ୍ରଭାତ ସାଥୁଆ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ସମ୍ପାଦକ ପ୍ରଶାନ୍ତ କୁମାର ଦାଶ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଉପସ୍ଥାପନ କରିଥିଲେ ।ଏହି ପ୍ରତିଯୋଗିତାରେ ଦଶପଲ୍ଲା ବ୍ଲକ…

Read More