ସେବା ଉତ୍ସବ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ଦଶପଲ୍ଲା ରାମଲୀଳା ଯାତ୍ରା ମଣ୍ଡପ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାଭାଗିତାରେ ବିଭିର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ପାରିବେଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର କଳାକେନ୍ଦ୍ରର କଳାକାରମାନଙ୍କ ସମେତ ସ୍ଥାନୀୟ କଳାକାର ମାନେ ଓଡିଶୀ ଓ ଶାସ୍ତ୍ରୀୟ ନୃତ୍ୟ ଗୀତ ପରିବେଶଣ କରିଥିଲେ। ଶେଷରେ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର ଙ୍କ ଅଧକ୍ଷତାରେ ସାହିତ୍ୟିକ ହାଡିବନ୍ଧୁ ମହାଖୁଡ଼, ପ୍ରିୟରଞ୍ଜନ ଦାସପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେବା ଉତ୍ସବ ସମିତି ସମସ୍ତ କର୍ମକର୍ତା ଏହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Related posts