ନୟାଗଡ, (ନୟାଗଡ଼ ଦର୍ପଣ): ସ୍ୱାଧୀନତା ପୂର୍ବରୁ ପ୍ରତିଷ୍ଠିତ ନୟାଗଡ଼ର ଐତିହ୍ୟ ସମ୍ପର୍ଣ୍ଣ ମର୍ଯ୍ୟାଦା ବହନ କରୁଥିବା କୃଷ୍ଣଚନ୍ଦ୍ର କ୍ଳବ୍ ତାର ୯୯ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରିଛି। ଏହି ଅବସରରେ କ୍ଳବର ମୁଖ୍ୟ ସଭାଗୃହରେ ଆୟୋଜିତ ଉତ୍ସବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ନୟାଗଡ଼ ଏସଡିପିଓ
ଡ ଜ୍ୟୋତିରଂଜନ ସାମନ୍ତରାୟ ଯୋଗଦେଇଥିଲେ। କ୍ଳବର ସଭାପତି ଭାଗିରଥି ଦାସ ସଭାପତିତ୍ବ କରିଥିବାବେଳେ ମଞ୍ଚ ସଂଯୋଜନା କରିଥିଲେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଏବଂ ସମ୍ପାଦକ ତଥା କ୍ରୀଡାବିତ ସଂଗ୍ରାମ କେଶରୀ ଗୁମାନସିଂ ବିବରଣୀ ପାଠ କରିଥିଲେ।

ମଞ୍ଚରେ ଉପସ୍ଥିତ ଥିଲେ ଉପସଭାପତି ଭବାନୀଶଙ୍କର ଦାସ, ସହ ସମ୍ପାଦକ ଚନ୍ଦନ ମହାପାତ୍ର ଓ କୋଷାଧ୍ୟକ୍ଷ ଶାରଦା ପ୍ରସାଦ ମହାପାତ୍ର। ପ୍ରତିବର୍ଷ ଭଳି ଏବର୍ଷ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେ଼ଇ ବକ୍ତୃତା, କୁଇଜ୍, ଚିତ୍ରାଙ୍କନ, ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ମଛଖଣ୍ଡ ପୁରସ୍କାର ବିତରଣ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ବିତର୍କ ପ୍ରତିଯୋଗିତାରେ ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ସପ୍ତମ ଶ୍ରେଣୀ ମେଧାବୀ ଛାତ୍ରୀ ନୟାଗଡ଼ର କୁନି ପ୍ରତିଭା ତଥା ନୟାଗଡ଼ର ଗର୍ଵ ଓ ଗୌରବ ବିଶ୍ୱବିଜିତା ମହାନ୍ତିଙ୍କୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଛି।
ଚାରିଗୋଟି ପର୍ଯ୍ୟାୟର ବିଭିନ୍ନ ବିଷୟ ଗୁଡ଼ିକୁ ଅତିଚାମତ୍କର ଢଙ୍ଗରେ ଉପସ୍ଥାପନା ଶୈଳୀରେ ମନ୍ତ୍ରମୁଗ୍ଧ କରିଥିଲେ ଛାତ୍ରୀ ବିଶ୍ଵବିଜିତା ଓ ସମସ୍ତଙ୍କ ହୃଦୟ ଜୟ କରିଥିଲେ। ଉପସ୍ଥିତ ଅତିଥି କ୍ଲବ୍ କର୍ମକର୍ତ୍ତା ଓ ଜନସାଧାରଣ ବିଶ୍ୱବିଜିତାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ଏବଂ କହିଥିଲେ ନୟାଗଡ଼ ତୁମଠରୁ ଆହୁରି ବହୁତ କିଛି ଆଶାକରେ। ଏଭଳି କାର୍ଯକ୍ରମ କ୍ଳବ୍ ଦ୍ଵାରା କାଯାଉଥିବବାରୁ ସମସ୍ତେ ଭୂୟସୀ ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଅନେକ ଉପଦେଶାତ୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ ଯୋଗଦେଇଥିବା ମୁଖ୍ୟଅତିଥି। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।