ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଦଶପଲ୍ଲା ବ୍ଲକ ଅନ୍ତର୍ଗତ କୁଳୁରୁକୁମ୍ପା ଠାରେ ନବମ ବାର୍ଷିକ ସେବା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବ ସମିତି ଓ ଵାଣିଗୋଚ୍ଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ମିଳିତ ଉଦ୍ୟମରେ କୁଲୁରିକୁମ୍ପା ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର ଓ ଚଷମା ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହେବା ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିର ରେ ପ୍ରାୟ ଦେଢ଼ ଶହ ଜଣ ରୋଗୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ଓ ପ୍ରାୟ ୨୦ଜଣଙ୍କୁ ଚଷମା ବଣ୍ଟନ କରାଯାଇଥିଲା। ଅନ୍ୟପକ୍ଷେ ସେବା ସମିତି ସଦସ୍ୟଙ୍କ ଦ୍ୱାରା ମନୁଷ୍ୟ ଓ ବନ୍ୟଜନ୍ତୁ ମଧ୍ୟରେ ବିବାଦ ପ୍ରତିବିଧାନ ସମ୍ପର୍କରେ ସଚେତନ ସଭା କରାଯିବା ସହ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା। ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଡ଼ ଅରବିନ୍ଦ ଦାସ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଫାର୍ମାସିଷ୍ଟ ବଂଶୀଧର ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବେ ଵାଣିଗୋଚ୍ଛା ବନ୍ୟପ୍ରାଣୀ ବନାଞ୍ଚଳ ରେଞ୍ଜର ସଂସାର ବର୍ଗିଆ, ସାମାଜିକ କର୍ମୀ ରଶ୍ମିରଂଜନ ପ୍ରଧାନ, ପରିବେଷପ୍ରେମୀ ପ୍ରଫୁଲ କୁମାର ମିଶ୍ର, ଶିକ୍ଷକ ଶରତ କୁମାର ସାହୁ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ସେବା ଉତ୍ସବ ସମିତି ସଦସ୍ୟ ପରମେଶ୍ବର, ସୁନୀଲ, ଗୁଲସନ୍, ସୌମ୍ୟା, ବର୍ଷା, ସ୍ନେହା, ସ୍ମୃତିଶିଖା, କରନ, ଗାୟତ୍ରୀ, ସତ୍ୟ, ଅବିନାଶ, ଓମ୍, ଦେବାଶିଷ, ସିଲୁ, ରାଜେଶ, ଅନୁ, ଆଶୁତୋଷ, ଅଭିଲିପ୍ସା, ଜୟନ୍ତ, ଅଂଶୁମାନ, ରଶ୍ମି, ତପନ, ଜ୍ୟୋତି, ରଞ୍ଜନ, ଅଭିଜିତ, ଶୁଭସ୍ମିତା, ସଞ୍ଜୟ, ଅଶ୍ୱିନୀ, ସତ୍ୟବ୍ରତ, କାଳନ୍ଦୀ ଚରଣ, ଶିବାନୀ ପ୍ରମୁଖ ପରିଚାଳନା କରିଥିଲେ । ଏହି ସେବା କାର୍ଯ୍ୟକ୍ରମ ଆଗାମୀ ତିରିଶ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିର୍ଣ୍ଣ ସ୍ଥାନରେ ଚାଲିବ ବୋଲି ଅଧ୍ୟକ୍ଷ ଶ୍ରୀ ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି।
କୁଳୁରୁକୁମ୍ପାରେ ସେବା ଉତ୍ସବ
