ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅଧିନସ୍ଥ ଟାକରା ଗ୍ରାମ ପଂଚାୟତ ଅଧୀନରେ ଥିବା ରଥିପୁର ଅଙ୍ଗନବାଡ଼ି କେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ଭିତରେ ଥିବା ଅଭିଯୋଗ ପୂର୍ବରୁ ହୋଇଆସୁଥିଲା। ଯେମିତି କି ଅଙ୍ଗନବାଡି କର୍ମୀ ଲିପ୍ସା ନାୟକ କେନ୍ଦ୍ରକୁ ମାଡୁନଥିବା ଠାରୁ ଆରମ୍ଭ କରି ହିତାଧିକାରୀଙ୍କ ପାଇଁ ଆସୁଥିବା ଖାଦ୍ୟକୁ ଅଙ୍ଗନବାଡି କେନ୍ଦ୍ରରେ ନରଖି ନିଜ ଘରେ ରଖି ହିତାଧିକାରୀଙ୍କୁ ବଣ୍ଟନ କରୁଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଥିଲା ଅଙ୍ଗନବାଡି କର୍ମୀଙ୍କ ନାମରେ। ଗତ ଏପ୍ରିଲ ୨୮ତାରିଖରେ ମଧ୍ୟ ଅଙ୍ଗନବାଡି କର୍ମୀ କେନ୍ଦ୍ରକୁ ଯାଉନଥିବା ସହ ଫୋନ ଉଠାଉନଥିବା ସମ୍ୱନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କୁ ଜଣାଇଥିଲେ ହେଲ୍ପର ରଂଜିତା ପରିଡ଼ା। ପରେ ଅଙ୍ଗନବାଡ଼ି କର୍ମୀଙ୍କ ବାପା ଫୋନ କରି ହେଲ୍ପରଙ୍କୁ ତାଗିଦ କଲାଭଳି ମନ୍ତବ୍ୟ ଦେଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ପରେ ସମ୍ୱନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ସଂଯୁକ୍ତା ସାମଲ ଓ ସୁପରଭାଇଜର ଉକ୍ତ ଅଙ୍ଗନବାଡି କେନ୍ଦ୍ରରେ ପହଂଚି ସ୍ଥାନୀୟ ଲୋକ ଓ ହେଲ୍ପରଙ୍କ ଠାରୁ ଅଙ୍ଗନବାଡି କେନ୍ଦ୍ରର ଅବ୍ୟବସ୍ଥା ସମ୍ପର୍କରେ ବୁଝିବା ସହିତ ତଦନ୍ତ କରି ଫେରିଥିଲେ।
ପରେ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଶ୍ରୀମତୀ ସାମଲ ଖବର କାଗଜରେ ବାହାରିଥିବା ଘଟଣାରେ ସତ୍ୟତା ରହିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ। ଘଟଣାର ତଦନ୍ତ ହେବାର ପ୍ରାୟ ୨ମାସ ପରେ ଟାକରା ଅଙ୍ଗନବାଡି କର୍ମୀ ମନ୍ଦାକିନୀ ସାହୁଙ୍କୁ ଦାୟୀତ୍ୱ ଦେଇ ବସି ପଡିଥିଲେ ବିଭାଗୀୟ ଅଧିକାରୀ। କିନ୍ତୁ ସୂଚନା ଥାଉକି ଟାକରା ଅଙ୍ଗନବାଡି କର୍ମୀ ଦାୟୀତ୍ୱ ନେଇଥିବା ପରେ ମଧ୍ୟ୍ୟ ଅଙ୍ଗନବାଡିର ଜଏଣ୍ଟ ଖାତାକୁ ଲିପ୍ସା ନାୟକ ଦାୟୀତ୍ୱରେ ଥିବା ଅଙ୍ଗନବାଡି କର୍ମୀ ମନ୍ଦାକିନୀ ସାହୁଙ୍କୁ ଦେଇନଥିବା ବେଳେ ଜୁନମାସରେ କିଶୋରୀ, ଗର୍ଭବତୀ ଅନ୍ୟାନ୍ୟ ହିତାଧିକାରୀଙ୍କୁ ଅଣ୍ଡା/ଶୁଖିଲା ଖାଦ୍ୟ ଦିଆନଯାଇ କେବଳ ହାତଗଣତି ହିତାଧିକାରୀଙ୍କୁ ଶୁଖିଲା ଖାଦ୍ୟ ଦିଆଯାଇଥିଲା। ପରେ ଚଳିତ ଜୁଲାଇ ମାସରେ ଶୁଖିଲା ଖାଦ୍ୟ ଆସିଥିବା ବେଳେ ଅଣ୍ଡା ଦେଉନଥିବା ହେତୁ ଲୋକମାନେ କେବଳ ଶୁଖିଲା ଖାଦ୍ୟ ନେବାକୁ ମନା କରିଥିବା ଜଣାପଡ଼ିଛି।ଅନ୍ୟପକ୍ଷେ ହେଲ୍ପର ରଂଜିତା ପରିଡ଼ା ଦୀର୍ଘ ୪ ମାସ ହେବ କେନ୍ଦ୍ର ଚଳାଇ ଆସୁଥିବା ବେଳେ ବର୍ତମାନ ଆର୍ଥିକ ସଙ୍କଟ ଯୋଗୁଁ ଗତ ୪ ଦିନ ହେବ ଅଙ୍ଗନବାଡି କେନ୍ଦ୍ରରେ ରୋଷେଇ ହୋଇନଥିବା କହିଛନ୍ତି ହେଲ୍ପର ରଂଜିତା ପରିଡ଼ା।ସାଧାରଣରେ ଶୁଣିବାକୁ ମିଳୁଛି ଏତେ ସବୁ ଘଟଣା ପରେ ଅଙ୍ଗନବାଡି କର୍ମୀ ଲିପ୍ସା ନାୟକ ସମ୍ୱନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଙ୍କୁ ୩ ମାସ ଛୁଟି ମାଗିବାକୁ ଯାଇଥିବାବେଳେ ସେ ମନା କରିଦେବାରୁ ସେ ମଧ୍ୟ ନିଜ ଇଛାମୁତାବକ ଅଙ୍ଗନବାଡି କେନ୍ଦ୍ରକୁ ଗଲେନାହିଁ। ଯେଉଁଥିପାଇଁ ଅଙ୍ଗନବାଡି କର୍ମୀଙ୍କ ଦରମା ବନ୍ଦ କରି ଅନ୍ୟଜଣେ ଅଙ୍ଗନବାଡି କର୍ମୀ ଙ୍କୁ ଦାୟୀତ୍ୱ୍ୱ ଦେଇଦେଲେ ଅଧିକାରୀ। ଯଦି କୁହାଯାଏ ପୂର୍ବ ଅଙ୍ଗନବାଡ଼ି କର୍ମୀ ଲିପ୍ସା ନାୟକ ୩ ମାସ ଛୁଟି ମାଗିଥିବାବେଳେ ତାଙ୍କୁ ନମିଳିବାରୁ ସେ ମନଇଛା ଘରେ ରହିଗଲେ। ଏବେ ପୁଣି ମନହେଲେ ଯାଇ ନିଜ ଚାକିରୀରେ ଯୋଗଦେବେ।

ତେବେ ସାଧାରଣରେ ପ୍ରଶ୍ନ ଉଠେ ୩ ମାସ ଛୁଟି ନମିଳିବାରୁ ସେ ମନଇଛା ରହିଲେ ପୁଣି ମନ ହେଲେ ଯୋଗଦେବେ ଯେଉଁଥିପାଇଁ ବିଭାଗ ତରଫରୁ କେବଳ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ଦରମା ବନ୍ଦକରି ଅନ୍ୟକୁ ଦାୟୀତ୍ୱ୍ୱ ଦେଇଦେବେ। ଏ ସମ୍ପର୍କରେ ମହିଳା ଶିଶୁ ବିକାଶ ଅଧିକାରିଣୀ ଙ୍କୁ ପଚାରିବାରୁ ଅଙ୍ଗନବାଡି କର୍ମୀଙ୍କୁ କେଉଁଠୁ ଖୋଜିକି ଆଣିବି, ତାଙ୍କୁ ଯୋଗଦେବା ପାଇଁ ନୋଟିସ ହୋଇଛି ନହେଲେ ତାଙ୍କୁ ବାହାର କରିଦିଆଯିବ ବୋଲି କହିଥିଲେ। ତେବେ ୪ ମାସ ଧରି ଅଙ୍ଗନବାଡି କର୍ମୀ ଆସୁନାହାନ୍ତି ସେ କେବେ ଯୋଗଦେବେ। । ତେବେ ରଥିପୁର ଅଙ୍ଗନବାଡି କେନ୍ଦ୍ର ସମସ୍ତ ଙ୍କ ପାଇଁ ଉଦାହରଣ ପାଲଟିବ କି ଯେ, ଉପରିସ୍ଥ ଅଧିକାରୀଙ୍କୁ ନ ଜଣାଇ ରହିଲେ କିଛି ଅସୁବିଧା ହେବନାହିଁ। ଖାଲି ଦରମା ବନ୍ଦ କରିବା ସହିତ କାରଣ ଦର୍ଶାଅ ନୋଟିସ ଟିଏ ଜାରି ହୋଇଯିବ ତା ସାଙ୍ଗକୁ ଯୋଗଦେବା ପାଇଁ ଚିଠି ଟିଏ ହୋଇ ରହିଯିବ। ତେବେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନଉଠେ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଏବଂ ଅଙ୍ଗନବାଡି କର୍ମୀଙ୍କ ମଧ୍ୟରେ କେଉଁ ମଧୁଚନ୍ଦ୍ରିକା ରହିଥିବାରୁ ସାଧାରଣ ଜନତା ଓ କାମଳମତି ଶିଶୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଦାୟୀ କିଏ ରହିବ।ତେଣୁ ଭବିଷ୍ୟତରେ ହିତାଧିକାରୀ ମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବା ପାଇଁ ସଜବାଜ ହେଉଥିବା ଶୁଣିବାକୁ ମିଳୁଛି।