ଦେବଦୂତ୍ତ ସେବା ପରିଷଦ ପକ୍ଷରୁ ବନ ମହୋତ୍ସବ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରତିବର୍ଷ ଜୁଲାଇ ମାସରେ ବନ ମହୋତ୍ସବ ପାଳିତ ହେଉଥିବା ବେଳେ ଏ ବର୍ଷ ମଧ୍ୟ ବର୍ଷାକୁ ଦେଖି ଦେବଦୂତ୍ତ ସେବା ପରିଷଦ,  ନୟାଗଡ ପକ୍ଷରୁ ଅନୁଷ୍ଠାନର ସମସ୍ତ ସଦସ୍ୟମାନଙ୍କ ଦ୍ୱାରା ଦୁର୍ଗାପ୍ରସାଦ, ନୂଆ ଘଡୁଆଳ, ନୟାଗଡ଼ ପରି ଅନେକ ଖାଲି ସ୍ଥାନ, ମଶାଣି ଏବଂ ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି। ଏଯାବତ ସମସ୍ତେ ମିଶି ପ୍ରାୟ୧୦୦ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରିସାରିଲେଣି। ଦୁର୍ଗାପ୍ରସାଦ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ପରୀକ୍ଷିତ ପ୍ରଧାନ,  ନୂଆ  ଘଡୁଆଳ ଗ୍ରାମର ସେନା ବାହିନୀରେ କାର୍ଯ୍ୟରତ ସୁରେଶ କୁମାର ପାଳ ଓ ଯୁବ ବେବସାୟୀ ମୁନା ପ୍ରଧାନ ସହଯୋଗ କରିଥିଲେ। ସେବା ପରିଷଦ ମୁଖ୍ୟ ଉମାକାନ୍ତ ମହାପାତ୍ର ଙ୍କ ଅଧକ୍ଷତା ରେ ଏହି ବର୍ଷ ର ବୃକ୍ଷରୋପଣ ଆରମ୍ଭ କରିଦେଇଛନ୍ତି। ସେବା ପରିଷଦ ର ସକ୍ରିୟ ସଦସ୍ୟ ପ୍ରଭୁଦତ୍ତ ପ୍ରଧାନ, ପ୍ରଶାନ୍ତ କୁମାର ସାହୁ, ରଶ୍ମି ରଞ୍ଜନ ମହାପାତ୍ର,ରାଜେଶ ବାରିକ, ନିବାଶିଷ ସ୍ୱାଇଁ, ସତ୍ୟ ରଞ୍ଜନ ସାହୁ, ଜ୍ଞାନ ରଂଜନ ବିଶ୍ୱାଳ, ସିଲୁ ବରାଡ଼ ଆଦିତ୍ୟ ପାଲ, ଓମ ପ୍ରକାଶ ସାହୁ  ସହଯୋଗ କରିଛନ୍ତି |

Related posts