ଦଶପଲ୍ଲା, (ନୟାଗଡ଼ ଦର୍ପଣ): କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ, ସଂଯୁକ୍ତ କିସାନ ମୋର୍ଚ୍ଚା ଓ ସ୍ଵାଧୀନ ଫେଡରେଶନ ମାନଙ୍କର ମିଳିତ ଆହ୍ବାନ କ୍ରମେ ଦେଶବ୍ୟାପୀ ସାଧାରଣ ଧର୍ମଘଟ ପରିପ୍ରେଖିରେ ଆଜି ଦଶପଲ୍ଲାରେ ଶହ ଶହ କର୍ମୀ ଦଶପଲ୍ଲା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ବିଭିନ୍ନ ସ୍ଲୋଗାନ ମାନ ଦେବା ସହ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଶ୍ରମିକ ନେତା ବରିଷ୍ଠ ଆଇନଜୀବି ଶରତ ଚନ୍ଦ୍ର ବେହେରା, ଆଦିବାସୀ ନେତା ଶ୍ରୀନିବାସ ଜାନୀ, ମଧ୍ୟାହ୍ନ ଭୋଜନ ପାଚିକା ସଂଘ୍ ନୟାଗଡ଼ ଜିଲ୍ଲା ସମ୍ପାଦିକା ଜୟନ୍ତୀ ଦାଶ୍, ଯୁବନେତା ବିପିନ୍ କୁମାର ବାଜୁ, ସୁଶାନ୍ତ ନାୟକ, ଆଶାକର୍ମୀ ସଂଘର ଦଶପଲ୍ଲା ସମ୍ପାଦିକା ସସ୍ମିତା ପଟ୍ଟନାୟକ, କୃଷକ ନେତା ବ୍ରଜବନ୍ଧୁ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସାହୁ ଓ କ୍ଷେତ ମଜଦୂର୍ ନେତା ବିରଞ୍ଚି ନାୟକ ପ୍ରମୁଖ ବକ୍ତବ୍ୟ ରଖିବା ସହ ବିଭିନ୍ନ ଦାବି ଉପରେ ସ୍ଲୋଗାନ ମାନ ଦେଇଥିଲେ।

ମୁଖ୍ୟ ଦାବି ଭିତରେ ଶ୍ରମିକ ବିରୋଧୀ ଶ୍ରମ କୋଡ ବାତିଲ, ପାଚିକା, ଆଶା, ଅଙ୍ଗନୱାଡ଼ି ପ୍ରଭୃତି ସ୍କିମ୍ ଶ୍ରମିକମାନଙ୍କୁ କର୍ମଚାରୀର ମାନ୍ୟତା ସହିତ ମାସିକ ପ୍ରାପ୍ୟ ଚବିଶ ହଜାର ଟଙ୍କା, ଚାଷୀ ଫସଲର ସର୍ବନିମ୍ନ ଆଇନ ପ୍ରଣୟନ, ମନରେଗାରେ ଦୁଇଶହ ଦିନ କାମ ଓ ଦୈନିକ ଛଅ ଶହ ଟଙ୍କା ମଜୁରୀ, ଦରଦାମ ନିୟନ୍ତ୍ରଣ ସମେତ ୧୭ ଦଫା ଦାବି ଉପସ୍ଥାପନ କରା ଯାଇଥିଲା। ଅପରାହ୍ନରେ ଦଶପଲ୍ଲା ବଜାରରେ ଏକ ବିଶାଳ ଶୋଭାଯାତ୍ରା ବ୍ଲକ ଅଫିସ ଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ଓ ସେଠାରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର କର୍ମୀମାନେ ଯୋଗ ଦେଇଥିଲେ।