ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ନିର୍ଦେଶ କ୍ରମେ ଜ଼ିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ସଦଭାବନା ସଭାଗୃହରେ ଅତିରିକ୍ତ ଜ଼ିଲ୍ଲାପାଳ ରୋଜିନା ଦାସଙ୍କ ଅଧକ୍ଷତାରେ ଓ ଜ଼ିଲ୍ଲା ଶିଶୁସୁରକ୍ଷା ଅଧିକାରୀ ଶିବିୟନ ପ୍ରଧାନଙ୍କ ତତ୍ୱାବଧାନରେ ପିତୃ ମାତୃ ହୀନ ଶିଶୁଙ୍କ ସର୍ବେକ୍ଷଣ ପାଇଁ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ ଚଳିତ ମାସରେ ଜ଼ିଲ୍ଲାର ପ୍ରତ୍ୟେକ ଗ୍ରାମରେ ପିତୃ ମାତୃ ହୀନ ତଥା ଏକକ ଅଭିଭାବକ ଥିବା ଶିଶୁଙ୍କ ଚି଼ହ୍ନଟକରଣ ପାଇଁ ସର୍ବେକ୍ଷଣ କରାଯିବ। ମହିଳା ଓ ଶିଶୁ ବିକାଶ ବିଭାଗ ମାର୍ଗ ଦର୍ଶିକା ଅନୁଯାୟୀ ଜୁଲାଇ ୧୧ରୁ ୨୪ତାରିଖ ମଧ୍ୟରେ ଅଙ୍ଗନୱାଡି କର୍ମୀମାନେ ଘରକୁ ଘର ଯାଇ ଏହି ସର୍ବେକ୍ଷଣ କାର୍ଯ୍ୟ କରିବେ। ଏହି ସର୍ବେକ୍ଷଣ ମାଧ୍ୟମରେ ଜ଼ିଲ୍ଲାର ପ୍ରତେକ ପିତୃ ମାତୃ ହୀନ ଓ ଏକକ ଅଭିଭାବକ ଥିବା ଶିଶୁ ମାନଙ୍କୁ ଚି଼ହ୍ନଟ କରି ସରକାରଙ୍କର ବିଭିନ୍ନ ଯୋଜନା ସହିତ ସାମିଲ କରି ଥଇଥାନ କରାଯିବ।

ଏକକ ଅଭିଭାବକ ଶିଶୁଙ୍କ କ୍ଷେତ୍ରରେ ଯେଉଁ ଶିଶୁମାନଙ୍କ ପିତାଙ୍କ ମୃତ୍ୟୁ ହୋଇଥିବ କିମ୍ବା ମା’ଙ୍କ ମୃତ୍ୟୁ କ୍ଷେତ୍ରରେ ଜୀବିତ ଥିବା ପିତା ଯଦି ୪୦ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ହୋଇଥିବେ କିମ୍ବା କୌଣସି ମାରାତ୍ମକ ବ୍ୟାଧିଗ୍ରସ୍ତ ହୋଇଥିବେ ତେବେ ସେହି ଶିଶୁମାନଙ୍କୁ ଏହି ଚିହ୍ନଟି କରଣର ପରିସର ଭୁକ୍ତ କରାଯିବ। ୦୧/୦୬/୨୦୨୫ରିଖ ସୁଦ୍ଧା ୧୮ବର୍ଷ ହୋଇଥିବା ଏହି ବର୍ଗର ପ୍ରତେକ ଶିଶୁକୁ ସର୍ବେକ୍ଷଣ ପ୍ରକ୍ରିୟାରେ ସାମିଲ କରାଯିବ। କାର୍ଯ୍ୟକ୍ରମ ଆରମ୍ଭରେ ଶିଶୁସୁରକ୍ଷା ଅଧିକାରୀ (ଆନୁଷ୍ଠାନିକ ଯତ୍ନ) ସତ୍ୟ ରଞ୍ଜନ ଦାସ ସର୍ବେକ୍ଷଣର ନିୟମାବଳୀ ବିଷୟରେ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ କର୍ମଶାଳାରେ ସମସ୍ତ ସିଡିପିଓ ସୁପରଭାଇଜର ଶିଶୁସୁରକ୍ଷା ୟୁନିଟର ସମସ୍ତ କର୍ମଚାରୀ ଯୋଗଦେଇଥିଲେ। ସଭାର ପରିଶେଷରେ ଶୈଳଵାଲା ଦାସ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।