ନୂଆଗାଁ ବ୍ଲକରେ ୨୭୮ ଜଣ ଯୋଗ୍ୟ ହିତାଧିକାରୀ ପାଇଲେ ଭତ୍ତା

ନୂଆଗାଁ,(୧୫/୦୯): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ସଭାଗୃହରେ ବିଡ଼ିଓ ପ୍ରମୋଦ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ୨୭୮ଜଣଙ୍କୁ ଭତ୍ତା ବଣ୍ଟନ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣକାରୀ ଯୋଜନା ଏବଂ ବିଜୁ ସ୍ବାସ୍ଥ୍ୟ କାର୍ଡ ର ଉପାଦେୟତା ବର୍ଣ୍ଣନା କରିଥିଲେ। ତତ୍ ସହିତ ହରିପୁର ପଞ୍ଚାୟତ ଭାଟସାହି ଗ୍ରାମର ଫକିର ନାଏକଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ କରିଥିଲେ। ଏହି ଅବସରରେ ସମ୍ମାନୀତ ଅତିଥିଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବାର୍ଦ୍ଧକ୍ୟ ୧୭୦, ବିଧବା…

Read More

ଦାସିଆ ଅଜାଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ନୟାଗଡ଼,(୧୨/୦୯):- ରାଜ୍ୟ ପାଠାଗାର ଆନ୍ଦୋଳନର ପୁରୋଧା, ବିଶିଷ୍ଟ ସଂଗ୍ରାହକ, ମାଟିର ଗର୍ବ ଗୌରବ, ଉତ୍ତର ପିଢିପାଇଁ ପଥ ପ୍ରଦର୍ଶକ ଦଶ ପଇସାର ରଜା ଦାସିଆ ଅଜାଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ଜିଲ୍ଲା ସଦର ମହକୁମାରେ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି। ଦାସିଆ ଅଜା ସ୍ମୃତି ସଂସଦର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ସ୍ମୃତି ଚାରଣ ସଭାରେ ଜିଲ୍ଲାପାଳ ତଥା ଦାଶରଥି ପଟ୍ଟନାୟକ ଟ୍ରଷ୍ଟର ଅଧ୍ୟକ୍ଷ ଡା. ପୋମା ତୁଡୁ ଯୋଗଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସଙ୍ଗେ ସଙ୍ଗେ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଦାସିଆ ଅଜା ଅମର ରହେ- ଅମର ରହେ ପ୍ରତିଧ୍ୱନି କଚେରୀ ବଜାର ପ୍ରକମ୍ପିତ ହୋଇଥିଲା।ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ତଥା ଆଇନଜୀବୀ ରଣଜିତ ଦାସ, ସିପିଆଇଏମ ନେତା ବିଶ୍ୱନାଥ ମହାପାତ୍ର, ଶ୍ରମିକ…

Read More

ଦାଶରଥି ପଟ୍ଟନାୟକ (ଦାସିଆ ଅଜା)

ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ଓ ସାରସ୍ୱତ ସାଧକ ଦାଶରଥି ପଟ୍ଟନାୟକ। ଏହି ପ୍ରବାଦ ପୁରୁଷ ଏକ ମଫସଲ ଗାଁ ନୟାଗଡ଼ର ଉଦୟପୁର ଠାରେ ପ୍ରତିଷ୍ଠା କରିପାରିଥିଲେ ଏକ ଜାତୀୟ ସ୍ତରୀୟ ପାଠାଗାର ସଂଗ୍ରହାଳୟ । ସମଗ୍ର ବିଶ୍ଵରେ ‘ଦଶ ପଇସାର ରଜା ଦାସିଆ ଅଜା” ନାମରେ ସୁପରିଚିତ ସେ । ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଓ ମାତ୍ର ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ । ପଢ଼ିବା ଥିଲା ତାଙ୍କ ନିଶା । ପଢ଼ା ନିଶାରୁ ଆରମ୍ଭ ହୋଇଥିଲା ତାଙ୍କର ଓଡ଼ିଶା ଯାତ୍ରା । ଗାଁ-ଗଣ୍ଡା, ସହର-ବଜାର ଦ୍ବାର-ଦ୍ଵାର ବୁଲିବୁଲି ପାଲଟିଥିଲେ ଜ୍ଞାନର ଭିକ୍ଷୁକ । ଅଧା ଲଙ୍ଗଳା ବେଶ ; ହାତରେ ଠେଙ୍ଗା, କାନ୍ଧରେ ଝୁଲାମୁଣି ମୁଠାଏ ମୁଢ଼ି ଓ କପେ ନାଲି ଚାହାରେ ଚଳି ଯାଉଥିଲେ ।…

Read More

ଗଣେଶ ପୂଜା ମହୋତ୍ସବରେ ଦଶପଲ୍ଲା ବିଧାୟକଙ୍କ ଯୋଗଦାନ

ନୂଆଗାଁ,(୧୧/୦୯): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡାଝୋଲା ବଡପଦା ଠାରେ ସିଦ୍ଧି ବିନାୟକ ପୂଜା କମିଟି ଆନୁକୂଲ୍ୟରେ ବିଘ୍ନ ବିନାଶକ, ଅଗ୍ରପୂଜ୍ୟ ପ୍ରଭୁ ଗଣେଶ ଭଗବାନଙ୍କ ପୂଜା ମହୋତ୍ସବ ପାଳିତ ହୋଇଯାଇଛି। ଅବସରପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍, ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ବ୍ଲକ୍ ବିଜେଡ଼ି ଉପ ସଭାପତି ମୁରଲୀ ଧର ଜେନା, ସମିତି ସଭ୍ୟା ଛବିରାଣୀ ସାହୁ, ବିଜେଡ଼ି ଜିଲ୍ଲା ଛାତ୍ର ସମ୍ପାଦକ ଶୁଭଶ୍ରୀ ସାହୁ, ପଞ୍ଚାୟତ ବିଜେଡ଼ି ସଭାପତି ବସନ୍ତ କୁମାର ସାହୁ, ଅବସର…

Read More

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ‘କିଷାନ ରଥ ମୋବାଇଲ ଆପ’ ଲୋକାର୍ପିତ

ନୟାଗଡ଼,(୦୯/୦୯): କୃଷି ଓ ଉଦ୍ୟାନ କୃଷିଜାତ ଉତ୍ପାଦନ ପରିବହନକୁ ସୁବିଧା ଜନକ ଓ ମଜବୁତ କରିବା ପାଇଁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ‘କିଷାନ ରଥ ମୋବାଇଲ ଆପ’ ଲୋକାର୍ପିତ ହୋଇଥିଲା । ଏହି ଆପ ବିଷୟରେ ସାଧାରଣ ଜନତାଙ୍କୁ ଅଧିକ ଅବଗତ କରାଇବା ଲକ୍ଷ୍ୟ ନେଇ ଆଜି ନିୟନ୍ତ୍ରିତ ବଜାର କମିଟି ବାହାଡ଼ାଝୋଲା, ନୟାଗଡ଼ ତରଫରୁ କିଷାନ ରଥକୁ ଆରଏମସି ଅଧ୍ୟକ୍ଷ-ତଥା ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଆରଏମସି ସମ୍ପାଦକ ଶ୍ରୀସୁଦାମ ଚରଣ ଜେନା ଏହା ଦ୍ୱାରା ଦ୍ରବ୍ୟର ଅପଚୟ ହ୍ରାସ କରିବା ସାଙ୍ଗକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରି ପାରିବାରେ ସହାୟକ ହେବ ବୋଲି ସୂଚନା ଦେଇଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଜୟ…

Read More

ଜିଲ୍ଲା ପୁଲିସ ବିଭାଗରେ ଅଦଳବଦଳ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୁଲିସ ବିଭାଗରେ ଆଜି ଏକ ଅଦଳବଦଳ ହୋଇଥିବା ସୂଚନା ମିଳିଛି । ଇଟାମାଟି ଥାନା ଭାରପ୍ରାପ୍ତ ଅଧିକାରୀ ବସନ୍ତ କୁମାର ସାହୁଙ୍କୁ ନୂଆଗାଁ ଥାନାକୁ ବଦଳି କରାଯାଇଥିବା ବେଳେ ନୂଆଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ରମେଶ କୁମାର ଦେବତାଙ୍କୁ ଇଟାମାଟି ଥାନାକୁ ବଦଳି କରାଯାଇଛି । ସେହିଭଳି ଭାବେ ଖଣ୍ଡପଡ଼ା ଥାନା ଏସ୍ଆଇ ଶ୍ରଦ୍ଧା ନାୟକଙ୍କୁ ଫତେଗଡ଼ ଥାନାକୁ, ଫତେଗଡ଼ ଥାନା ଏସ୍ଆଇ ରାଇବାରି ତିରିଆଙ୍କୁ ଇଟାମାଟି ଥାନାକୁ, ଇଟାମାଟି ଥାନା ଏଏସ୍ଆଇ ଦିଲ୍ଲୀପ କୁମାର ସେଠୀଙ୍କୁ ମଧ୍ୟଖଣ୍ଡ ଫାଣ୍ଡି, ଦଶପଲ୍ଲା ଥାନା ଏଏସ୍ଆଇ ସାଇନୁଲ୍ ଖାନ୍ଙ୍କୁ ଜଗନ୍ନାଥପ୍ରସାଦ ଫାଣ୍ଡିକୁ, ଦଶପଲ୍ଲା ଥାନା ଏଏସ୍ଆଇ ଜି.ଡି ମିଶ୍ରଙ୍କୁ ଇଟାମାଟି ଥାନାକୁ, ମଧ୍ୟଖଣ୍ଡ ଫାଣ୍ଡି ଅଧିକାରୀ ଅପର୍ତୀ ସାହୁଙ୍କୁ ଖଣ୍ଡପଡ଼ା ଥାନାକୁ, ଓଡ଼ଗାଁ ଥାନା ଏଏସ୍ଆଇ ଯୁଗଳ କିଶୋର ନାୟକଙ୍କୁ ଖଣ୍ଡପଡ଼ା ଥାନାକୁ,…

Read More

ଦୀପକ ଖଣ୍ଡାୟତରାୟ ଓ ପ୍ରମୋଦ ନନ୍ଦ ପାଇବେ ମୁଖ୍ୟମନ୍ତ୍ରୀ ପଦକ

ନୟାଗଡ଼,(୦୧/୦୯):- ତଦନ୍ତ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଘୋଷଣା ହେଲା ମୁଖ୍ୟମନ୍ତ୍ରୀ ପଦକ । ୫ ଟି ମୋ ସରକାର ଅଧୀନରେ ସମ୍ମାନଜନକ ମୁଖ୍ୟମନ୍ତ୍ରୀ ପଦକ ପାଇବାକୁ କ୍ରାଇମ୍‌ବ୍ରାଞ୍ଚ, STF, EOW, ଭିଜିଲାନ୍ସ ଓ ଜିଲ୍ଲା ପୋଲିସରୁ ୬୪ଜଣ ମନୋନୀତ ହୋଇଛନ୍ତି । ଗୃହ ବିଭାଗ ACSଙ୍କ ଅଧୀନରେ ଗଠିତ ହୋଇଥିଲା ରାଜ୍ୟସ୍ତରୀୟ ପୁରସ୍କାର କମିଟି। ଏନେଇ ନୟାଗଡ଼ ଜିଲ୍ଲାରୁ ଉତ୍ତମ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମେଡାଲ ପାଇବେ ଦୁଇ ପୋଲିସ୍ ସବ ଇନ୍ସପେକ୍ଟର ପ୍ରମୋଦ କୁମାର ନନ୍ଦ ଓ ନୟାଗଡ଼ ସଦର ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ।

Read More

ନୂଆଗାଁ ତହସିଲଦାରଙ୍କୁ ଭେଟିଲେ ଶତାଧିକ ନୂଆରାଇପୁର ଗ୍ରାମବାସୀ

ନୂଆଗାଁ,(୩୧/୦୮):- ନୂଆଗାଁ ବଳ୍କ ଅନ୍ତର୍ଗତ ନୂଆରାଇପୁର ଗ୍ରାମର ଶତାଧିକ ଗ୍ରାମବାସୀ ଆଜି ନୂଆଗାଁ ତହସିଲଦାରଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ନୂଆ ରାଇପୁର ଗ୍ରାମର ଦେବତ୍ତୋର ପଡିଆ ଜମିକୁ ଜୋର ଜବରଦସ୍ତ ଡାଳିଆମଡ଼ା ଗ୍ରାମବାସୀ ଦଖଲ କରି ଅଛନ୍ତି । ଉକ୍ତ ସ୍ଥାନରେ ନିର୍ମାଣ ହେଉଥିବା ସ୍ମଶାନକୁ ରୋକ ଲଗାଇବା ସହିତ ୧୪୪ ଜାରି କରାଯାଇଥିଲା । ୧୪୪ ଧାରାକୁ ଅମାନ୍ୟ କରି ଡାଳିଆମଡ଼ା ଗ୍ରାମବାସୀ ପୁଣି ଦଖଲ କରିବା ସହ ନିର୍ମାଣ କାର୍ଯ୍ୟ ଚାଲୁ ରଖିଥିବା ଅଭିଯୋଗ ହୋଇଛି । ଏପରିକି ତହସିଲଦାରଙ୍କ ଦ୍ୱାରା ପୋତାଯାଇଥିବା ପତାକାକୁ ଉପାଡ଼ି ଫୋପାଡ଼ି ଦେଇଛନ୍ତି । ଆଜି ଗ୍ରାମବାସୀ ନୂଆଗାଁ ତହସିଲଦାରଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Read More

ନୂଆଗାଁ ବ୍ଲକ୍ ଆତ୍ମା ଅଧ୍ୟକ୍ଷ ହେଲେ ସଞ୍ଜୟ

ନୂଆଗାଁ,(୩୧/୦୮):- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା କୃଷି ବିଭାଗ ସଭା ଗୃହରେ ବ୍ଲକ୍ ଚାଷୀ ଉପଦେଷ୍ଟା କମିଟିର ସଭ୍ୟ ସଭ୍ୟାମାନଙ୍କୁ ନେଇ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ବ୍ଲକ୍ କୃଷି ଅଧିକାରୀ ବସନ୍ତ କୁମାର ପାଣିଗ୍ରାହୀ, ବ୍ଲକ୍ ସହକାରୀ କୃଷି ଅଧିକାରୀ ପୂଜା କଅଁର, ଉଦ୍ୟାନ କୃଷି ଅଧିକାରୀ ଅଜିତ୍ କୁମାର ନାୟକ, ବି ଭି ଓ ନରେନ୍ଦ୍ର କୁମାର ବେହେରା, ବ୍ଲକ୍ ବୈଷୟିକ ପରିଚାଳକ ଗଣେଶ ରଞ୍ଜନ ମାର୍ଥାଙ୍କ ଉପସ୍ଥିତିରେ ନୂଆଗାଁ ବ୍ଲକର ୨୦ଜଣ ଚାଷୀ ଉପଦେଷ୍ଟା କମିଟିର ସଭ୍ୟ ସଭ୍ୟା ମାନଙ୍କୁ ନେଇ ଆତ୍ମା ଅଧ୍ୟକ୍ଷ ଭାବେ ସଞ୍ଜୟ କୁମାର ସାହୁଙ୍କୁ ମନୋନୀତ କରାଯାଇଥିଲା। ସେହିପରି ଭାବେ ୧୬ ନଂ ଜିଲ୍ଲାପରିଷଦ ଜୋନରୁ କଳ୍ପନା ସାହୁ ଏବଂ ୧୭ ନଂ ଜିଲ୍ଲାପରିଷଦ ଜୋନରୁ ରାଜ୍ କିଶୋର ପ୍ରଧାନଙ୍କୁ…

Read More

ସାଂସ୍କୃତିକ କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକଙ୍କ ଯୋଗଦାନ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡ଼ାଝୋଲା ଠାରେ ସାଇକମିଟି ଆନୁକୁଲ୍ୟରେ ଜନ୍ମାଷ୍ଟମୀ ଉପଲକ୍ଷେ ସାଇବାବାଙ୍କ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅବସରପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ବ୍ଲକ୍ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ବାହାଡ଼ାଝୋଲା ସମିତି ସଭ୍ୟା ଛବିରାଣୀ ସାହୁ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ବେହେରା, କାପ୍ତାପଲ୍ଲୀ ସମିତି ସଭ୍ୟ ବିଭୂତି ଭୂଷଣ ବେହେରା, ବରିଷ୍ଠ ବିଜେଡ଼ି କର୍ମୀ ତ୍ରିନାଥ ସ୍ୱାଇଁ, ସନାତନ ବେହେରା, କେଦାର ସେଠୀ, ସମାଜସେବୀ ସୂର୍ଯ୍ୟନାରାୟଣ ସାହୁ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୌରାଣିକ ନାଟକ ପରିବେଷଣ ସହ ଯୋଗଦେଇଥିବା ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର…

Read More