କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ‘କିଷାନ ରଥ ମୋବାଇଲ ଆପ’ ଲୋକାର୍ପିତ

ନୟାଗଡ଼,(୦୯/୦୯): କୃଷି ଓ ଉଦ୍ୟାନ କୃଷିଜାତ ଉତ୍ପାଦନ ପରିବହନକୁ ସୁବିଧା ଜନକ ଓ ମଜବୁତ କରିବା ପାଇଁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ‘କିଷାନ ରଥ ମୋବାଇଲ ଆପ’ ଲୋକାର୍ପିତ ହୋଇଥିଲା । ଏହି ଆପ ବିଷୟରେ ସାଧାରଣ ଜନତାଙ୍କୁ ଅଧିକ ଅବଗତ କରାଇବା ଲକ୍ଷ୍ୟ ନେଇ ଆଜି ନିୟନ୍ତ୍ରିତ ବଜାର କମିଟି ବାହାଡ଼ାଝୋଲା, ନୟାଗଡ଼ ତରଫରୁ କିଷାନ ରଥକୁ ଆରଏମସି ଅଧ୍ୟକ୍ଷ-ତଥା ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଆରଏମସି ସମ୍ପାଦକ ଶ୍ରୀସୁଦାମ ଚରଣ ଜେନା ଏହା ଦ୍ୱାରା ଦ୍ରବ୍ୟର ଅପଚୟ ହ୍ରାସ କରିବା ସାଙ୍ଗକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରି ପାରିବାରେ ସହାୟକ ହେବ ବୋଲି ସୂଚନା ଦେଇଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଜୟ କୁମାର ପ୍ରଧାନ, ଅତିରିକ୍ତ ଉଦ୍ୟାନ କୃଷି ନିର୍ଦ୍ଦେଶିକା ଶ୍ରୀମତୀ ମାନସୀ ନନ୍ଦ, ଓଡ଼ିଶା ଜିବିକା ମିଶନ ପ୍ରତିନିଧି ପଦ୍ମାବତୀ ଦାସ, ଜିଲ୍ଲା ଯୋଗାଣ ଓ ବିପର୍ଣ୍ଣ ସମିତି (ଡିଏସଏମଏସ) ନୟାଗଡ଼ଙ୍କ ପ୍ରତିନିଧି ନଟବର ସ୍ୱାଇଁ, ଆରଏମସି ହିସାବ ରକ୍ଷକ ଶରତ କୁମାର ପଲେଇ, ଇ-ନାମ ମଣ୍ଡି ବିଶ୍ଳେଷକ ପ୍ରଭାସ କୁମାର ସାହୁ, ଜିଲ୍ଲା ପରିବା ବ୍ୟବସାୟୀ ସଂଘ ସଭାପତି ବାବନ ସାହୁ ଓ ସମ୍ପାଦକ ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Related posts