ନୟାଗଡ଼,(୦୯/୦୯): ନୟାଗଡ଼ର ବର୍ତ୍ତମାନ କାର୍ଯ୍ୟରତ ବନ ଖଣ୍ଡ ଅଧିକାରୀ ଧମଧୀର ଧନରାଜ ହନୁମନ୍ତଙ୍କ ଆକସ୍ମିକ ବଦଳିକୁ ନେଇ ନୟାଗଡ଼ ଜିଲ୍ଲାର ପରିବେଶ ପ୍ରେମୀ, ବୁଦ୍ଧିଜୀବି ତଥା ସଚେତନ ନାଗରିକ ଗଣ ବ୍ୟଥିତ। ଜଣେ ଦକ୍ଷ ଆଉ ସମର୍ପିତ ଅଧିକାରୀ ରୂପେ ତାଙ୍କ ସ୍ବଳ୍ପ ରହଣି କାଳ ମଧ୍ୟରେ ଖାଲି ବନ ବିଭାଗ କାହିଁକି ଅନ୍ୟ ସବୁରେ ମଧ୍ୟ ଜିଲ୍ଲା ବାସୀଙ୍କ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ମହାମାରୀ କୋଭିଡ୍କୁ ଜିଲ୍ଲାରେ ନିୟନ୍ତ୍ରଣ କରିପାରିବା ସହିତ ଏ ବର୍ଷର ଜଙ୍ଗଲ ନିଆଁ ସମୟରେ ସାରା ରାଜ୍ୟ ଜଳୁଥିବା ବେଳେ ନୟାଗଡ଼ ବନଖଣ୍ଡକୁ ନିଆଁ ଦାଉରୁ ମୁକ୍ତ କରି ଉଚ୍ଚ ପ୍ରଶଂସା ସାଉଁଟି ପାରିଛନ୍ତି। ଗର୍ବ ଅହଙ୍କାର ଶୂନ୍ୟ, ସରଳ, ଭଦ୍ର, ଅମାୟିକ ବ୍ୟକ୍ତିତ୍ୱର ଅଧିକାରୀ ଏଚ଼.ଡି ମହୋଦୟ ଅଣ ଓଡ଼ିଆ ହୋଇ ମଧ୍ୟ ନୟାଗଡ଼ିଆଙ୍କ ହୃଦୟ ଜିଣି ନୟାଗଡ଼ିଆ ହୋଇ ଯାଇଛନ୍ତି। ସ୍ବଳ୍ପ କାଳ ମଧ୍ୟରେ ଜଙ୍ଗଲ ଓ ବନ୍ୟ ଜନ୍ତୁଙ୍କ ସୁରକ୍ଷା, ଉଜୁଡା ଜଙ୍ଗଲର ପୁନରୁଦ୍ଧାର, ନୂତନ ଜଙ୍ଗଲ ସୃଷ୍ଟି, ବୃକ୍ଷ ରୋପଣ, ମାଫିଆମାନଙ୍କ ଦାଉରୁ ଜଙ୍ଗଲକୁ ରକ୍ଷା, ସର୍ବୋପରି ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ନେଇ ପ୍ରକୃତି ମାତାର ଉପଯୁକ୍ତ ସେବକ ହୋଇ ପାରିଛନ୍ତି। ଏପରି ଅନନ୍ୟ ବ୍ୟକ୍ତିତ୍ଵ ସମ୍ପନ୍ନ ଅଧିକାରୀ ଆଉ ମିଳିବେ କି ନାହିଁ କହି ହେଉ ନାହିଁ। ବର୍ତମାନ ସମୟରେ ତାଙ୍କର ବଦଳିରେ ନୟାଗଡ଼ ଜିଲ୍ଲାର ପରିବେଶ ସୁରକ୍ଷା ଜୟଯାତ୍ରା କିଛି ବାଟ ପଛେଇ ଯାଇପାରେ ବୋଲି ଆଶଙ୍କା ଉପୁଜୁଛି। ବେଶୀ କାଳ ନ ହେଲେ ବି ଅନ୍ୟୁନ ଏକ ବର୍ଷ ପାଇଁ ବଦଳିକୁ ବାତିଲ କରିବା ସକାଶେ ଜିଲ୍ଲା ବାସୀଙ୍କ ତରଫରୁ ରାଇଜ ମୁଖିଆ ମୁଖ୍ୟମନ୍ତ୍ରୀ ମହୋଦୟ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ତଥା ନୟାଗଡ଼ିଆଙ୍କ ଦୁଃଖ ସୁଖର ସାଥି ମାନ୍ୟବର ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁଙ୍କୁ ନିବେଦନ କରିଛନ୍ତି। ଆଶା ଓ ବିଶ୍ବାସ ଆମ୍ଭ ନିବେଦନ ଗ୍ରହଣ କରି ଜିଲ୍ଲାର ପରିବେଶ ସୁରକ୍ଷା କାର୍ଯ୍ୟରେ ସହାୟକ ହେବେ।

ନିବେଦକ ଗଣ- ସାବରମତୀ, ସମ୍ଭବ, ରୋହିବାଙ୍କ
ଅନ୍ତର୍ଯ୍ୟାମୀ ସାହୁ, ଗଛ ସାର୍, କଣ୍ଟିଲୋ
ଆଦିତ୍ୟ ପ୍ରସାଦ ଦାସ, ଗ୍ରୀନ ଆର୍ଥ୍, ନୟାଗଡ଼
ସୁକାନ୍ତ ଚୌଧୁରୀ, ପରିବେଶ ସାଥି, କୁରାଳ
କାମାକ୍ଷା ପ୍ରସାଦ ଦାସ, ଶୋହମ, ନୟାଗଡ଼
ନିତ୍ୟାନନ୍ଦ ପ୍ରଧାନ, ସମ୍ପାଦକ, ଜଙ୍ଗଲ ସୁରକ୍ଷା ମହାସଂଘ, ନୟାଗଡ଼
ଶାନ୍ତନୁ ବିଶୋଇ, ପରିବେଶ ଓ ସାମାଜିକ କର୍ମୀ, ଦଣ୍ଡୋର୍, ଓଡ଼ଗାଁ
ଶ୍ରୀଧର ସାହୁ, ସମାଜ ସେବୀ, ନୟାଗଡ଼
ସୁବାସ ଚନ୍ଦ୍ର ନାୟକ, ପ୍ରକୃତି ବନ୍ଧୁ, ଆଙ୍ଗିସିଙ୍ଗି, ଶରଣକୁଳ
ପ୍ରଦୀପ୍ତ ପଟ୍ଟନାୟକ, ମୈତ୍ରୀ, ନୟାଗଡ଼ ତଥା ଅନ୍ୟାନ୍ୟ ପରିବେଶ ପ୍ରେମୀ ଓ ବୁଦ୍ଧିଜୀବି ଗଣ

