ପୂଜ୍ୟପୂଜା କମିଟି ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ଖଣ୍ଡପଡ଼ା ରୋଡ଼ସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ପୂଜ୍ୟପୂଜା କମିଟି ନୟାଗଡ଼ ତରଫରୁ ଡକ୍ଟର ଭୀମରାଓ ଆମ୍ବେଦକର ଜୟନ୍ତୀ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ପୂଜ୍ୟପୂଜା କମିଟି ର ସଦସ୍ଯ ଅବଦୁଲ୍ ଆରିଫ୍ ଖାଁ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପ ମାଲ୍ଯାର୍ପଣ କରିଥିଲେ। ସହ ସଂପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ ଆମ୍ବେଦକରଙ୍କର ଜୀବନୀ ବିଷୟରେ ଆଲୋଚନା କରିବା ସହିତ ସଂବିଧାନ ପ୍ରଣୟନ କରିଥିବା କମିଟିର ସମସ୍ତ ସଦସ୍ଯ ମାନଙ୍କ ସ୍ମ୍ରୁତି ଚାରଣ କରି ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପୂଜ୍ୟପୂଜା କମିଟିର ସଦସ୍ଯ ଅବିନାଶ ସାହୁ, ବିମଳ ପଟ୍ଟନାୟକ, ସନ୍ତୋଷ କୁମାର ନାୟକ, ଶ୍ରୀଧର ସାହୁ ଆଦି ସଦସ୍ଯ ମାନେ ଉପସ୍ଥିତ ଥିଲେ।

Read More

ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ପାଳନ ହେବ “ବିଶ୍ବ ଛେନାପୋଡ଼ ଦିବସ”

ନୟାଗଡ଼,(ନୟାଗଡ଼ ଦର୍ପଣ): ଏପ୍ରିଲ ୧୧ତାରିଖ ୧୧ଘଟିକା ସମୟରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ପାଳନ ହେବ ବିଶ୍ବ ଛେନାପୋଡ଼ ଦିବସ ।ଏଥି ନିମନ୍ତେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନୟାଗଡ଼ ଛେନାପୋଡ଼ର ସ୍ରଷ୍ଟା ସୁଦର୍ଶନ ସାହୁଙ୍କର ଏପ୍ରିଲ ୧୧ ତାରିଖ ହେଉଛି ତାଙ୍କ ଜନ୍ମ ଦିନ । ଏହି ଅବସରରେ ପ୍ରତି ବର୍ଷ ତାଙ୍କ ଜନ୍ମଦିନକୁ ବିଶ୍ବ ଛେନାପୋଡ଼ ଦିବସ ଭାବରେ ପାଳନ କରାଯାଉଛି । ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ଅନୁର୍ଭୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଆବେଦନ କରାଯାଇଛି । ଆଜି ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ନୟାଗଡ଼ ଛେନାପୋଡ଼କୁ ନେଇ ଏକ ଅଭିନବ ପ୍ରୟାସ ଜାରି ରଖିଛନ୍ତି । ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ବିଶ୍ବ ଛେନାପୋଡ଼ ଦିବସ ପାଳନ କରିବା…

Read More

୩ଜଣ ନାବାଳକଙ୍କୁ ୭୫ହଜାର ଟଙ୍କା ଜୋରିମାନା, ଅଭିଭାବକଙ୍କୁ ହୋଇପାରେ କାର୍ଯ୍ୟାନୁଷ୍ଠାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସହରରେ ବିନା ଡ୍ରାଇଭିଂ ଲାଇସେନ୍ସରେ ସ୍କୁଲ ଓ କଲେଜ ପିଲାମାନେ ଗାଡ଼ି ଚଳାଉଥିବା ଉପରେ ଯାଞ୍ଚ କରାଯାଉଛି। ୩ଜଣ ନାବାଳକ ସହର ମଧ୍ୟରେ ଗାଡ଼ି ଚଳାଇବା ମହଙ୍ଗା ପଡ଼ିଛି। ଜଣ ପ୍ରତି ୨୫ହଜାର ଲେଖାଏଁ ମୋଟ ୭୫ହଜାର ଟଙ୍କା ଫାଇନ କରିଛନ୍ତି ନୟାଗଡ଼ ଆରଟିଓ । ଦୁର୍ଘଟଣାରେ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନର ଶେଷ ଦିନରେ ନୟାଗଡ଼ ପରିବହନ ବିଭାଗ ପକ୍ଷରୁ ଧରପଗଡ଼ ବେଳେ ଏହି ୩ଜଣ ନାବାଳକ ବାଇକ ଆରୋହୀ ଧରା ପଡ଼ିଥିଲେ । ଫାଇନ ସହ ନାବାଳକମାନେ ଚଳାଉଥିବା ୩ଟି ଦୁଇଚକିଆ ଗାଡ଼ିକୁ ଜବତ କରାଯାଇଛି । ନୟାଗଡ଼ ସହର ଭିତରେ ଥିବା ଦୁଇଟି ଶିକ୍ଷାନୁଷ୍ଠାନ ନିକଟରେ ବିଭାଗ ପକ୍ଷରୁ ଚେକିଂ ଚାଲିଥିବା ବେଳେ ଏମାନେ ଧରାପଡ଼ିଥିଲେ । ଜବତ ଗାଡ଼ି ଭିତରେ ୨ଟି…

Read More

ବ୍ୟଙ୍ଗବାଗିଶ ଶ୍ରୀଯୁକ୍ତ ସତ୍ୟାନାଶ ପାଇବେ ରାଜ୍ୟସ୍ତରୀୟ ଉତ୍କଳଘଣ୍ଟ ହାସ୍ୟରସିକ ଉପାୟନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ବିଶ୍ୱ ହାସ୍ୟ ଦିବସ ଉପଲକ୍ଷେ ଆସନ୍ତା ମଇ ମାସ ୭ତାରିଖ ୨୦୨୩ (ରବିବାର) ସନ୍ଧ୍ୟା ୭ଟା ସମୟରେ ପୁରୁଣାସହରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଯଦୁମଣି ମଣ୍ଡପରେ ‘ହସି-ହସାଅ’ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏପରି ଏକ ମନମତାଣିଆ ଉତ୍ସବରେ ଓଡ଼ିଶାର ପ୍ରତିଷ୍ଠିତ ବ୍ୟଙ୍ଗକାର ତଥା ବ୍ୟଙ୍ଗବାଗୀଶ ଶ୍ରୀଯୁକ୍ତ ସତ୍ୟାନାଶଙ୍କୁ ରାଜ୍ୟସ୍ତରୀୟ ଉତ୍କଳଘଣ୍ଟ ହାସ୍ୟରସିକ ଉପାୟନ ସମେତ ନଗଦ ୨୧ହଜାର ଟଙ୍କାର ଅର୍ଥରାଶି, ଉପାୟନ ଏବଂ ମାନପତ୍ର ପ୍ରଦାନ କରାଯିବ । ଉକ୍ତ ସନ୍ଧ୍ୟାକୁ ମଧୁମୟ କରିବା ନିମନ୍ତେ ଓଡ଼ିଶାର ବିଶିଷ୍ଟ ହାସ୍ୟବ୍ୟଙ୍ଗର ଧୂରୀଣ କଳାକାରମାନଙ୍କ ଦ୍ଵାରା ଆୟୋଜିତ ‘ହସି-ହସାଅ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଡ଼ଃ. ନିର୍ମଳ ଶୁରଦେଓ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

Read More

ରାଜ୍ୟ ରାଜଧାନୀରେ ଧୁମଧାମରେ ପାଳନ ହେବ “ବିଶ୍ୱ ଛେନାପୋଡ଼ ଦିବସ”

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିକାଶ ମଞ୍ଚ ଓ ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ ମିଳିତ ଆନୁକୁଲ୍ୟରେ ଆସନ୍ତା ଏପ୍ରିଲ୍‌ ୧୧ ତାରିଖରେ ଭୁବନେଶ୍ବର ଜୟଦେବ ଭବନଠାରେ ଛେନାପୋଡ଼ ଦିବସ ମହାସମାରୋହରେ ପାଳନ ହେବ। ଦିବସବ୍ୟାପୀ ଏହି ଉତ୍ସବରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ପ୍ରସିଦ୍ଧ କଣ୍ଠଶିଳ୍ପୀ ତାନସେନ୍‌ ସିଂ ଓ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ସାବରମତି ଅତିଥି ଭାବେ ଯୋଗଦେବେ। ଉତ୍ସବରେ ଅଧ୍ୟକ୍ଷତା କରିବେ ଲେଖକ ତଥା ନୟାଗଡ଼ ବିକାଶ ମଞ୍ଚର ଆବାହାକ ଶୁଭ୍ରାଂଶୁ ପଣ୍ଡା। ଏହି ଅବସରରେ ଏକ ଛେନାପୋଡ଼ ସଙ୍ଗୀତର ଶୋତାର୍ପଣ ହେବ। ଏହାକୁ ଶୁଭ୍ରାଂଶୁ ପଣ୍ଡା ରଚନା ଓ ପରିକଳ୍ପନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍‌…

Read More

ଜିଲ୍ଲାର ପଛୁଆବର୍ଗ ଲୋକଙ୍କ ସ୍ଥିତି ଆକଳନ ନିମନ୍ତେ ବ୍ଲକ ସ୍ତରୀୟ ତାଲିମ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାରେ ରହୁଥିବା ପଛୁଆବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଆକଳନ ନିମନ୍ତେ ବ୍ଲକ ସ୍ତରୀୟ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଶିକ୍ଷକ ମାନଙ୍କ ତାଲିମ ଶିବିର ଆଜି ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ନିର୍ଦେଶରେ ଏକ ତାଲିମ ଶିବିର ଜିଲ୍ଲାପାଳଙ୍କ ସଦଭାବନ ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ନୟାଗଡ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ପୌରନିର୍ବାହୀ ଅଧିକାରୀ, ଏନଏସି ନିର୍ବାହୀ ଅଧିକାରୀ ଯୋଗଦେଇ ତାଲିମ ନେଇଥିବା ଜଣାପଡିଛି । ଏମାନଙ୍କୁ ବ୍ଲକସ୍ତରୀୟ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଯୁକ୍ତି ହୋଇଥିବା ଅଧିକାରୀମାନଙ୍କୁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଡେପୁଟି କଲେକ୍ଟର ଆୟୁଷୀ ମହାପାତ୍ର, ପବିତ୍ର ସାମଲ, ରୀମା ହଂସଦା ଉପସ୍ଥିତ ରହି ତାଲିମ…

Read More

ନୂଆଗାଁ ବ୍ଲକରେ ଖୋଲିଲା ସବରେଜିଷ୍ଟର କାର୍ଯ୍ୟାଳୟ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକରେ ଖୋଲିଲା ସବରେଜିଷ୍ଟର କାର୍ଯ୍ୟାଳୟ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଯୋଗଦେଇଥିଲେ । ଏହି ଅବସରରେ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରୀୟା ବେହେରା, ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳବେହେରା, ନୂଆଗାଁ ବିଡିଓ ସଚିଦାନନ୍ଦ ମିଶ୍ର ଓ ତହସିଲଦାର ହେମନ୍ତକୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଦଶପଲ୍ଲା ବିଧାୟକ କାର୍ଯ୍ୟାଳୟର ଫଳକ ଉନ୍ମୋଚନ କରିବା ସହ ସବରେଜିଷ୍ଟର କାର୍ଯ୍ୟାଳୟକୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ । ପ୍ରଥମ ସବରେଜିଷ୍ଟାର ଭାବେ ହେମନ୍ତ କୁମାର ନାୟକ କାର୍ଯ୍ୟ ପରିଚାଳନା କରିବେ । ନୂଆଗାଁରେ ଏକ ସବରେଜିଷ୍ଟର କାର୍ଯ୍ୟାଳୟ ଖୋଲିବା ପାଇଁ ଅଞ୍ଚଳବାସୀଙ୍କର ବହୁଦିନର ଦାବି ରହିଥିଲା । ଉକ୍ତ କାର୍ଯ୍ୟାଳୟ…

Read More

ନୟାଗଡ଼ର ଦିବ୍ୟାଙ୍ଗ ଲେଖକଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଉତ୍କଳ ଦିବସ ଅବସରରେ ଭାରତୀୟ ରେଡ଼କ୍ରସ ଓଡ଼ିଶା ରାଜ୍ୟଶାଖା ପକ୍ଷରୁ ନୟାଗଡ଼ ଜିଲ୍ଲାର ବିଶିଷ୍ଟ ଦିବ୍ୟାଙ୍ଗ ଲେଖକ ଧୀରେନ୍ଦ୍ର କୁମାର ସାମନ୍ତସିଂହାରଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ସହିତ ପୁରସ୍କୃତ କରାଯାଇଛି। ଏହି ଉପଲକ୍ଷେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଯୋଗଦାନ କରି ଲେଖକ ଶ୍ରୀଯୁକ୍ତ ସାମନ୍ତସିଂହାରଙ୍କୁ ମାନପତ୍ର ସହିତ ୨୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଭୁବନେଶ୍ୱର ବିଧାୟକ ଅନନ୍ତ ଜେନା, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଂଜନ ଦାସଙ୍କ ସମେତ ରେଡ଼କ୍ର ସୋସାଇଟିର ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ । ସୂଚନାଯୋଗ୍ୟ…

Read More

ଛେନାପୋଡ଼ କାଟି ୩୦ତମ ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ଼ ଜିଲ୍ଲାର ୩୦ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ସ୍ଥାନୀୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ଗର୍ଵ ଓ ଗୌରବ ତଥା ମିଠା ଜଗତର ମଉଡ଼ମଣି ନୟାଗଡ଼ର ପ୍ରସିଦ୍ଧ ଛେନାପୋଡ଼ କାଟି ଅତିଥି ମାନେ ଜିଲ୍ଲା ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ୧୯୯୩ ମସିହା ଅପ୍ରେଲ ୨ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ନୟାଗଡ଼ ଜିଲ୍ଲା ମହା ଆଡମ୍ବରରେ ଉଦଘାଟିତ ହୋଇଥିଲା। ଆଜି ୩୦ବର୍ଷରେ ପଦାର୍ପଣ କରିଥିବା ନୟାଗଡ଼ ଜିଲ୍ଲାର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗଦାନ କରି ଜିଲ୍ଲାର ବିକାଶ ତଥା ଉନ୍ନତିରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସେହିପରି ନୟାଗଡ଼ ପ୍ରସିଦ୍ଧ ଛେନାପୋଡ଼ର ଜିଆଇ…

Read More

ଏପ୍ରିଲ ୧ ତାରିଖ ଠାରୁ ୭ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ଓ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାପାଳ ଙ୍କ ସଦଭାନା ଗୁହରେ ସଡ଼କ ସୁରକ୍ଷାସପ୍ତାହ ସଚେତନତା ପାଇଁ ଏପ୍ରିଲ ୧ ତାରିଖ ଠାରୁ ୭ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ କରାଯାଉଛି ଏହାକୁ କିପରି ସଫଳ ରୁପାୟନ ହୋଇପାରିବ ଏହା ଉପରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀରେ ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି, ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ା ସହ ସୂଚନା ଲୋକମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଯୋଗ ଦେଇ ଜନସାଧରଣ ସଚେତନ ପାଇଁ ବକ୍ତବ୍ୟ ରଖିଥିଲେ । ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ସୂଚନା ଅନୁସାରେ । ୨୦୨୧ ମସିହାରେ ନୟାଗଡ଼ରେ ୨୧୭ଟି ଦୂର୍ଘଟଣା ଘଟିଥିବା ବେଳେ ୮୪ ଜଣ ମୃତ୍ୟୁ…

Read More