ଦୁଇ ଲୁଟେରା ଗିରଫ, ମୋବାଇଲ ସହ ବାଇକ ଜବତ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଥାନା ପୋଲିସ ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି । ଏକୁଟିଆ ଝିଅ ପିଲା ଦେଖି ସେମାନଙ୍କଠାରୁ କଳା ପଲ୍‌ସରରେ ଆସି ମୋବାଇଲ ଲୁଟ କରୁଥିଲେ ଏହି ଦୁଇ ଲୁଟେରା। ସୂଚନା ଅନୁଯାୟୀ ଦଶପଲ୍ଲା ଥାନା ମହାନ୍ତିସାହିର ମହାବୀର ପ୍ରସାଦ ରାଉଳ ଓରଫ ଗୁଗୁଲ ଓ ଦଶପଲ୍ଲା ଥାନା ଉତ୍ତରକବାଟ ସାହିର ସନ୍ତୋଷ କୁମାର ବେହେରା ଦୁହେଁ ମିଶି ମୋବାଇଲ ଲୁଟ କରୁଥିଲେ । ଆଜି ଦଶପଲ୍ଲା ପୁଲିସ ପଞ୍ଝାରେ ଦୁଇ ଲୁଟେରା ପଡିଯାଇଥିଲେ । ସେମାନଙ୍କ ଠାରୁ ବାଇକ ସହ ମୋବାଇଲ ଜବତ କରାଯାଇଛି। ଦଶପଲ୍ଲା ପୋଲିସ ୧୦୮/୨୦୨୩ ରେ ଏକ ମାମଲା ରୁଜ କରି ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Related posts