ଜରାଜୀର୍ଣ୍ଣ ଅବସ୍ଥାରେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ, ଭଗବାନଙ୍କ ଭରଷାରେ ଛାତ୍ରଛାତ୍ରୀ

ୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ନିକଟରେ ଥିବା ସିନ୍ଦୁରିଆ ଗ୍ରାମ ପଞ୍ଚାୟତରେ ଏକମାତ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ହେଉଛି ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟ୧୯୩ମସିହାରେ ପ୍ରତିଷ୍ଠିତ ବିଦ୍ୟାଳୟଟି ପ୍ରାଥମିକରୁ ଉନ୍ନୀତହୋଇ ଉଚ୍ଚ ବିଦ୍ୟାଳୟରେ ପରିବର୍ତ୍ତିତ ହୋଇଥିଲେ ମଧ୍ୟ ବିଦ୍ୟାଳୟର ଭିତ୍ତିଭୂମିର କୌଣସି ପରିବର୍ତ୍ତନ ହୋଇନାହିଁ। ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ଶିକ୍ଷାଦାନ ଚାଲିଥିବା ବେଳେ ସୁରକ୍ଷିତ ଶ୍ରେଣୀଗୃହ ମାତ୍ର ପାଞ୍ଚଟି ଅଛି ଗୋଟିଏ ଶ୍ରେଣୀ ସ୍କୁଲ ବାରଣ୍ଡାରେ ଚାଲୁଥିବା ବେଳେ ଆଉ ଗୋଟିଏ ଶ୍ରେଣୀରେ ସ୍ଥାନର ଅଭାବ ସତ୍ୱେ ଦୁଇଟି ଶ୍ରେଣୀର ପିଲା ଏକାଠି ବସୁଛନ୍ତି ଆଉ ତିନୋଟି ଶ୍ରେଣୀର ପିଲା ବିପଦ ଶଂକୁଳ ଅବସ୍ଥାରେ ଥିବା ଭଙ୍ଗା ଘରେ ପାଠ ପଢୁଛନ୍ତି କେତେବେଳେ ସେ ଘର ଭୁଶୁଡି ପଡ଼ିବ ତାହା କହିହେବନି ସ୍କୁଲ ପରିସରରେ ଅତି ବିପଦପୂର୍ଣ୍ଣ ଭାବରେ ଛଅଟି ଗୃହ ଅଛି ପ୍ରତିଦିନ କିଛି ନା କିଛି ଛାତର ଭଙ୍ଗାଖଣ୍ଡ ଶ୍ରେଣୀରେ ପଡ଼ିବାର ଲାଗିଛି ତା ସହିତ ନିଶାଖୋର ଅସାମାଜିକ ବ୍ୟକ୍ତିମାନେ ଶ୍ରେଣୀଗୃହ ଗୁଡ଼ିକର କାଠ ଝରକା କବାଟ ତାଡ଼ି ଝରକାର ଲୁହାରଡ଼ ତାଡ଼ି ନେଉଥିବାରୁ ଘରଗୁଡ଼ିକ ଆହୁରି ଦୁର୍ବଳ ହୋଇପଡ଼ିଛି। ବର୍ଷାହେଲେ ବିଦ୍ୟାଳୟ ହତାଭିତରେ ଆଣ୍ଠୁଏ ପାଣି ଜମିରହୁଛି

ବହୁ ଦାବିପରେ ଗୋଟିଏ ଅତିରିକ୍ତ ଶ୍ରେଣୀଗୃହ ସିନ୍ଦୁରିଆ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀଙ୍କ ତଦାରଖରେ ତିଆରିଚାଲିଥିବା ବେଳେ ପ୍ଳିଂଥ ଯାଏଁ କାମକରି ଏକବର୍ଷ ପାଖାପାଖି କାମବନ୍ଦ କରିଦିଆଯାଇଥିବା ଯୋଗୁଁ ପ୍ଳିଂଥ ଓ ପିଲ୍ଲାରର ରଡ଼ ନିଶାଡ଼ିମାନେ କାଟିନେଇଯାଇଛନ୍ତି। ଯାହାଦ୍ୱାରା ଘରଟି ଦୁର୍ବଳ ଅବସ୍ଥାକୁ ଆସିଯାଇଛି ପ୍ରତିବର୍ଷ ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ, ଜିଲ୍ଲାପରିଷଦ ଅଧ୍ୟକ୍ଷ, କନିଷ୍ଠଯନ୍ତ୍ରୀ ଓ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରମୁଖ ବିଦ୍ୟାଳୟ ପରିଦର୍ଶନ ଓ ସ୍ଥିତି ଅନୁଧ୍ୟାନକରି ଯାଉଛନ୍ତି। କିନ୍ତୁ ନା ନୂଆଘର କାମ ଶେଷ ହୋଇପାରୁଛି, ନା ଭଙ୍ଗାଘର ଗୁଡ଼ିକ ଭାଙ୍ଗିବାକୁ ଅନୁମତି ସହିତ ଅର୍ଥ ବରାଦ କରାଯାଉଛି, ଏପରିକି ମରାମତି ଆବଶ୍ୟକ କରୁଥିବା ଶ୍ରେଣୀଗୃହକୁ ମରାମତି କରାଯିବାର ବ୍ୟବସ୍ଥା କରୁନାହାଁନ୍ତି। କହିବାକୁଗଲେ ଭଗବାନଙ୍କ ଭରସାରେ ଚାଲିଛି ବିଦ୍ୟାଳୟଟି ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ପ୍ରଶାସନ ସବୁ ଜାଣି ନଜାଣିଲାପରି ଶୋଇରହିଛି ପ୍ରଶାସନର ଆନ୍ତରିକ ଇଛା ଅଭାବରୁ ଏହି ଉଚ୍ଚ ବିଦ୍ୟାଳୟଟି ଏ ପର୍ଯ୍ୟନ୍ତ ସରକାରଙ୍କ 5Tଯୋଜନାରେ ସାମିଲ ହୋଇପାରିନି ଆଗକୁ ଯଦି କୌଣସି ପ୍ରତିକାର କରନଯାଏ ତେବେ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି।

Related posts