ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦର ୨୮ତମ ବିଷୁବ ମିଳନ

ନୟାଗଡ଼,(ନୟାଗଡ଼ ଦର୍ପଣ): ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ୨୮ତମ ବିଷୁବ ମିଳନ ମହୋତ୍ସବ କାର୍ଯ୍ୟକ୍ରମ ସ୍ଥାନୀୟ କେସି କ୍ଲବ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ଡ ପବିତ୍ର କୁମାର ସୁବୁଦ୍ଧି,ସମାଜସେବୀ ତଥା ବରିଷ୍ଠ କବୟିତ୍ରୀ ସସ୍ମିତା ଦାଶ ଏବଂ କବି ଓ ସୁଵକ୍ତା ଗୋଦାବରୀ ବସନ୍ତିଆ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠିତ କବିତା ପାଠ କାର୍ଯ୍ୟକ୍ରମରେ କବି ପ୍ରଶାନ୍ତ ଦାଶ ଓ ହରାପ୍ରିୟା ଦ୍ବିବେଦୀ ସଂଯୋଜନା କରିଥିଲେ । ପରମ୍ପରା ପ୍ରକାଶନୀ ତରଫରୁ ଗାଳ୍ପିକ ଗଦାଧର ନନ୍ଦଙ୍କ ଗଳ୍ପ ପୁସ୍ତକ ‘ଭଙ୍ଗା କ୍ୟାବିନର କଥା’,କବୟିତ୍ରୀ ନିଳିମା ନନ୍ଦଙ୍କ ଗଳ୍ପ ସଂକଳନ ‘ଅଥଚ ନୀରବ’ ଏବଂ ଡ଼ଃ. ନିର୍ମଳ ଶୁରଦେଓଙ୍କ ସମ୍ପାଦିତ ଶିଶୁ ଓ କିଶୋର ପତ୍ରିକା ‘ସପନ’ ଉନ୍ମୋଚିତ ହୋଇଥିଲା। ଏହି ପୁସ୍ତକ ଗୁଡିକୁ କବି ଗୋଦାବରୀଶ ମିଶ୍ର ଏବଂ ଅଶୋକ ମଲ୍ଲ ସମୀକ୍ଷା କରିଥିଲେ । ଅନୁଷ୍ଠାନର ସଭାପତି ଡ ସୁକାନ୍ତି ମହାନ୍ତିଙ୍କ ପୌରହିତ୍ୟିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଡ଼ ନିର୍ମଳ ଶୁରଦେଓ ଅତିଥି ପରିଚୟ ଏବଂ ବିବରଣୀ ପାଠ କରିଥିଲେ।

Related posts