ଆସନ୍ତାମାସ ୨୧ତାରିଖରେ କବି ସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ଜୟନ୍ତୀ ସମାରୋହ

ନୟାଗଡ଼,(ନୟାଗଡ଼ ଦର୍ପଣ): କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର କ୍ଷେତ୍ର ନୟାଗଡ଼ ଜିଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତିଶ୍ବର ମହାଦେବଙ୍କ ପୀଠରେ ଆସନ୍ତାମାସ ୨୧ ତାରିଖରେ ଭଞ୍ଜ ଜୟନ୍ତୀ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସମାଜସେବୀ, ନାଟ୍ୟକାର ବିଶ୍ବନାଥ ମହାପାତ୍ର, ପ୍ରଫେସର ଡ଼ଃ. ପ୍ରେମାନନ୍ଦ ମହାପାତ୍ର, ସଂସ୍କୃତି ପ୍ରେମୀ ପ୍ରେମାନନ୍ଦ ପାଟ୍ଟଶାଣୀ, ସମାଜସେବୀ ତ୍ରିନାଥ ସାହୁ, ସୁରେନ୍ଦ୍ର ନାଥ ପ୍ରଧାନ ପ୍ରମୁଖ ଯୋଗଦେଇ ଭଞ୍ଜ ଜୟନ୍ତୀ କିପରି ବର୍ଣ୍ଣାଢ଼୍ୟ ପରିବେଶରେ ପାଳନ କରାଯିବ ତାହା ଉପରେ ଆଲୋଚନା କରାଯାଇ ସୁଦକ୍ଷ ଭଞ୍ଜ ସାହିତ୍ୟ ପ୍ରବକ୍ତା ମାନଙ୍କୁ ଉତ୍ସବକୁ ନିମନ୍ତ୍ରଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିସହିତ ଲବ୍ଧ ପ୍ରତିଷ୍ଠ କଳାକାରଙ୍କ ଦ୍ବାରା ଭଞ୍ଜ ସଙ୍ଗୀତ ପରିବେଷଣ ଓ ବିଭିନ୍ନ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ଭଞ୍ଜ ବକ୍ତୃତା ଓ ସଙ୍ଗୀତ ଗାନ ପ୍ରତିଯୋଗିତା କରାଯିବା ପାଇଁ ସ୍ଥିରୀକୂତ ହୋଇଥିବା ଭଞ୍ଜ ଜୟନ୍ତୀ କମିଟିର ସମ୍ପାଦକ ବିଶ୍ବନାଥ ମହାପାତ୍ର ଜଣାଇଛନ୍ତି।

Related posts