ଡ଼ଃ.ଭୀମରାଓ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ ୧୩୨ ତମ ଜିଲ୍ଲାସ୍ତରୀୟ ଡ.ଭୀମରାଓ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ସୁଚନା ଲୋକ ସମ୍ପର୍କ ବିଭାଗ ଆନୁକୁଲ୍ୟରେ ଆୟୋଜିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ସୁବାଷ ଚନ୍ଦ୍ର ରାଓ ଯୋଗ ଦେଇଥିଲେ । ଜିଲ୍ଲା ସୁଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ ନୟାଗଡ଼ ତହସିଲଦାର ଭିକାରି ସାହୁ,ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ ଓ ଜିଲ୍ଲାସାମାଜିକ ସୁରକ୍ଷା ଅଧୂକାରୀ ଆଦିକନ୍ଦ କଅଁର ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ଅତିଥି ମାନେ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଜଣାଇଥିଲେ । ଅତିଥି ମାନେ ଡ. ଆମ୍ବେଦକରଙ୍କ ଉଚ୍ଚ ଚିନ୍ତାଧାରାକୁ ପ୍ରଶଂସା କରିଥିଲେ । ଭାରତ ବର୍ଷରୁ ଛୁଆଁ ଅଛୁଆଁ ଭେଦଭାବ ଦୁର କରିବା ପାଇଁ ଆମ୍ବେଦକର ସଂଗ୍ରାମ କରିଥିଲେ ।ଦେଶ ସ୍ଵାଧୀନତା ପରେ ଆଇନର ଆବଶ୍ୟକତା ଥିଲା ଏଥନିମନ୍ତେ ଆମ୍ବେଦକର ଭାରତ ସମ୍ବିଧାନ ଆଇନ ପ୍ରଣୟନ କରିଥିଲେ । ସେଥିପାଇଁ ସେ ଆଜି ଚିର ନମସ୍ୟ ବୋଲି ଅତିଥିମାନେ ବକ୍ତବ୍ୟ ରଖୁଥିଲେ। ଏହି ଅବସରରେ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ, ବରିଷ୍ଠ ନାଗରିକ ଓ ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ । ଗତ ଉତ୍କଳଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Related posts