ନୟାଗଡ଼,(ନୟାଗଡ଼ ଦର୍ପଣ): ଜନବିରୋଧୀ ମୋଦି ସରକାରଙ୍କ କବଳରୁ ଗଣତନ୍ତ୍ର, ଗଣତାନ୍ତ୍ରିକ ଅନୁଷ୍ଠାନ ଏବଂ ସମ୍ବିଧାନର ସୁରକ୍ଷା ତଥା ଦେଶ ବଞ୍ଚାଓ ସହ ବେଦାନ୍ତ ଜମି ଦୁର୍ନୀତି ମାମଲାରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାରଙ୍କୁ କଟୁ ଭତ୍ସନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବୀରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅପାରଗ ଦୁର୍ନୀତିଗ୍ରସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ବିରୁଦ୍ଧରେ ଦଳୀୟ କର୍ମୀ ନାରାବାଜି କରିବା ପରେ ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ସହର ମୁଖ୍ୟରାସ୍ତା ପରିକ୍ରମା କରି ମହିଳା କଲେଜ ଛକ ଠାରୁ ପୁଣି ଟ୍ରାଫିକ ଛକ ପର୍ଯ୍ୟନ୍ତ ଆସିଥିଲା। ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବି ରଣଜିତ ଦାଶ, ବ୍ଲକ କଂଗ୍ରେସ ସଭାପତି ଫକୀର ଚାରଣ ମଲ୍ଲ, ଓଡଗାଁ ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ,ଜିଲ୍ଲା ପରିଷଦ ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ସାନ୍ତ, ମଦନ ମୋହନ ବିଶୋଇ, ବିଜୟ ରାଉତ,ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମଲ୍ଲ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତି ରଞ୍ଜନ ଦାଶ, ଓଡଗାଁ ବ୍ଲକ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ବିଶୋଇ, କଂଗ୍ରେସ ସୋସିଆଲ ମେଡ଼ିଆ ଇନଚାର୍ଜ ଜୁଲଫିକର ଖାଁ, ଆଇନଜୀବି କୁଳେଶ ମହାନ୍ତି, ଯୁବ କଂଗ୍ରେସ ନେତ୍ରୀ ମମତା ପାତ୍ର ପ୍ରମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଇସ୍ତଫା ଦବୀରେ ସ୍ଲୋଗାନବାଜି କରା ଯାଇଥିଲା।
Related posts
-
ଫାଇଲେରିଆ ନିରାକରଣ ନିମନ୍ତେ ଗଣଔଷଧ ସେବନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ସଭାପତିତ୍ୱରେ ଜିଲ୍ଲାର ଦଶପଲ୍ଲା, ନୂଆଗାଁ ଓ ଗଣିଆ... -
ମାଟ୍ରିକର ୮୪ବ୍ୟାଚ ସହପାଠୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଟ୍ରିକର ୮୪ବ୍ୟାଚର ସହପାଠୀ ତଥା ଆଦର୍ଶ ଶିକ୍ଷକ କିଶୋର ଚନ୍ଦ୍ର ସେନାପତିଙ୍କ ଆକସ୍ମିକ ବିୟୋଗରେ ଏକ ଶୋକ ତଥା... -
ଷଷ୍ଠ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ
ବିଲଡିଂ ଆପ ବ୍ୟବହାର, ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ପ୍ରସ୍ତୁତି, ପାଠ ଯୋଜନା, ଟ୍ରାକର, ବିଦ୍ୟାଳୟ ନିରାପତ୍ତା ଉପରେ ଗୁରୁତ୍ୱ ରଣପୁର,(ନୟାଗଡ଼...