ନୟାଗଡ଼ ବାସୀଙ୍କୁ ଚିନିକଳ ପ୍ରତିଶ୍ରୁତି ଧକ୍କା  ଓ ମାଙ୍କଡ଼ା ଖଣିରେ ସାମିଲ ପ୍ରସଙ୍ଗରେ ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ଦାହ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ରେ ଆଜି ଉଭୟ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ପୁରୀ ସାଂସଦ ସମ୍ବିତ୍ ପାତ୍ରଙ୍କୁ ବିରୋଧ କରାଯାଇଛି। ସାଂସଦଙ୍କ ଗତକାଲିର ଗସ୍ତରେ ନୟାଗଡ଼ର ପବିତ୍ର ମାଟି ଅପବିତ୍ର ହୋଇଥିବା ଏବଂ ନୟାଗଡ଼ ମାଟିକୁ ପୁଣି ପବିତ୍ର କରିବା ଉଦ୍ଦେଶ୍ଯରେ କଂଗ୍ରେସ ପକ୍ଷରୁ ଗୋବର ଓ ଗଙ୍ଗାଜଳ ସିଞ୍ଚନ କରାଯାଇ, ଶତାଧିକ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ନୟାଗଡ଼ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ଏକ ବିଶାଳ ରାଲିରେ ବାହାରି ଗୋବର ପାଣି ସିଞ୍ଚିସିଞ୍ଚି, ଚିନିକଳ ପ୍ରତିଶ୍ରୁତି କୁଆଡେ ଗଲା, ଆଦି ବିଭିନ୍ନ ସ୍ଳୋଗାନ , ନାରାବାଜି, ବିରୋଧ କରି ନୟାଗଡ଼ ଗୋଲେଇ ଛକରେ ପହଞ୍ଚି ସେଠାରେ ସାଂସଦଙ୍କ କୁଶ ପତ୍ତଳିକାକୁ ତଳେ ପକାଇ ଦାହ କରିଥିଲେ। ସାଂସଦ ସମ୍ବିତ୍ ପାତ୍ର ଜିତିବା ପୂର୍ବରୁ ୧୦୦ ଦିନରେ ଚିନିକଳ ପ୍ରତିଶ୍ରୁତି ଦେଇ…

Read More

ଓଡଗାଁ ଏନଏସି ନିର୍ବାଚନ ୱାର୍ଡ ସଂରକ୍ଷଣରେ ପଛୁଆବର୍ଗ ଜାତିକୁ ଅଣଦେଖା କରାଯାଇଥିବା କହିଲା କଂଗ୍ରେସ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ବହୁ ପ୍ରତିକ୍ଷୀତ ଓଡଗାଁ ଏନଏସି ନିର୍ବାଚନ ପାଇଁ କରାଯାଇ ଥିବା ପ୍ରସ୍ତାବିତ ୱାର୍ଡ ସଂରକ୍ଷଣ ତାଲିକାରେ ପଛୁଆବର୍ଗ ଜାତି ସମୂହଙ୍କୁ ଅଣଦେଖା କରାଯିବା ନୟାଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ ଥିବା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଅଭିଯୋଗ କରିଛନ୍ତି। ଜିଲ୍ଲପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଗତ ୧୯ ମେ ପ୍ରକାଶିତ ଆସନ ସଂରକ୍ଷଣ ତାଲିକାରେ ପାଛୁବର୍ଗଙ୍କ ପାଇଁ ଆସନ ସଂରକ୍ଷିତ ଥିବାବେଳେ ଗତ ୫ ଜୁନରେ ସଂଶୋଧିତ ସଂରକ୍ଷଣ ତାଲିକାରେ ୨୦୨୨ ଓଡିଶା ସଂଶୋଧିତ ପୌର ଆଇନ ଆଳ ଦେଖାଇ ପଛୁଆବର୍ଗଙ୍କୁ ଆସନ ସଂରକ୍ଷଣ ତାଲିକାରୁ ବାଦ ଦେଇ ସେମାନଙ୍କର ରାଜନୈତିକ ଅଧିକାର କ୍ଷୁର୍ଣ୍ଣ କରାଯାଇଛି ବୋଲି କଂଗ୍ରେସ ନେତା କହିଛନ୍ତି। ଜାତୀୟ ସ୍ତର ଚାକିରୀ କ୍ଷେତ୍ରରେରେ ପଛୁଆବର୍ଗଙ୍କୁ ୨୭ପ୍ରତିଶତ ଏବଂ ଓଡିଶା ରାଜ୍ୟରେ ୧୧.୫ପ୍ରତିଶତ ସଂରକ୍ଷଣ ଭଳି ସାମ୍ବିଧାନିକ ଅଧିକାର…

Read More

ଶନିଶ୍ଚରଦେବଙ୍କ ବାର୍ଷିକ ଉତ୍ସବ ଓ ନବଗ୍ରହ ବିଗ୍ରହଙ୍କ ପ୍ରତିଷ୍ଠା ଉତ୍ସବ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ନନ୍ଦିଘୋର ନୂଆସାହି ଠାରେ ବିରାଜିତ ଶ୍ରୀ ଶ୍ରୀ ଶନିଶ୍ଚରଦେବଙ୍କ ବାର୍ଷିକ ଉତ୍ସବ ଓ ନବଗ୍ରହ ବିଗ୍ରହ ମାନଙ୍କ ପ୍ରତିଷ୍ଠା ଉତ୍ସବ ରବିବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପ୍ରାତଃ ସମୟରେ ନିକଟବର୍ତ୍ତୀ ରାଜବନ୍ଧ ପୋଖରୀରୁ ନୈଷ୍ଠିକ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ବାରା ବୈଦିକ ରୀତିନୀତି ଅନୁଯାୟୀ ହୋମ କରିବା ପରେ ୧୦୮ ପବିତ୍ର ଜଳପୂର୍ଣ୍ଣ ଘଟ ଧରି ମହାଆଡମ୍ବରରେ ଗ୍ରାମ ପରିକ୍ରମା କରିବା ପରେ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ପରେ ପରେ ସୂର୍ଯ୍ୟ ପୂଜା, ଗୁରୁ ପୂଜା, ଗୋ ପୂଜା, ମହାସ୍ନାନ, ନବଗ୍ରହଙ୍କ ଷୋଡ଼ଶ ଉପଚାର ପୂଜା, ହବନ, ଆଳତି, ସପ୍ତଚଣ୍ଡୀ ଆହୁତି ଓ ଗୀତାପାଠ କରାଯାଇଥିଲା। ଅନ୍ୟପକ୍ଷରେ ନବଗ୍ରହ ବିଗ୍ରହ ମାନଙ୍କ ପ୍ରତିଷ୍ଠା ଉତ୍ସବ ଓ ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ଶନିଶ୍ଚର ମନ୍ଦିରର ପରିଚାଳନା କମିଟିର ସଭାପତି…

Read More

ରୋହିବାଙ୍କ ବିଦ୍ୟାଳୟରେ  ବିଶ୍ଵ ପରିବେଶ ଦିବସରେ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ବିଶ୍ଵବ୍ରହ୍ମାଣ୍ଡରେ ଅଦ୍ଵିତୀୟ ଗ୍ରହ ହେଉଛି ପୃଥିବୀ କାରଣ କେବଳ ଏହି ଗ୍ରହରେ ଜୀବଜଗତ ସୃଷ୍ଟି ହୋଇଛି। 4.6 ବିଲିୟନ ବର୍ଷ ପୂର୍ବେ ସୃଷ୍ଟି ହୋଇଥିବା ପୃଥିବୀ ବର୍ତ୍ତମାନ ଏକ ଜ୍ୱଳନ୍ତ ପିଣ୍ଡ ଆଡକୁ ଅଗ୍ରସର ହେଉଛି। ତେଣୁ କେନ୍ଦ୍ର ସରକାରଙ୍କ ଶିକ୍ଷା ଓ ସ୍ୱାକ୍ଷରତା ମନ୍ତ୍ରଣାଳୟ ଓ ଓଡିଶା ସରକାରଙ୍କ ପରିବେଶ ବିଭାଗ ଯୁଗ୍ମ ଆନୁକୂଲ୍ୟରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରୋହିବାଙ୍କ ବିଦ୍ୟାଳୟର ସ୍କାଉଟ ଗାଇଡ଼ ଓ ଇକୋ କ୍ଳବ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି।  କାର୍ଯ୍ୟକ୍ରମରେ ଧରିତ୍ରୀ ମାତୃଭୂମି ଓ ପ୍ରକୃତିକୁ ସମ୍ମାନ ଓ ସମର୍ପିତ ଦେଖାଇବା ସହିତ ଜ୍ୱଳନ୍ତ ପିଣ୍ଡକୁ ଶୀତଳତା ଆଡକୁ ନେବା, ତାକୁ ସବୁଜ ସୁନ୍ଦର ବେଶରେ ଦେଖିବା ପାଇଁ ‘ମା ନାମରେ ଗଛ ଟିଏ’…

Read More

ରୋହିବାଙ୍କ ବିଦ୍ୟାଳୟରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ବୈଦେଶିକ ପରମ୍ପରାରୁ ବିଭିର୍ଣ୍ଣ ଚଳଚ୍ଚିତ୍ର ଓ ପରେ ସାଧାରଣ ନାଗରିକ ପାଖକୁ ମାଡି ଆସିଥିବା ଅଭ୍ୟାସଗତ କାର୍ଯ୍ୟ ହେଉଛି ତମାଖୁ। ଯାହାକି ଶରୀରପାଇଁ ଉପକାରୀ ବଦଳରେ କ୍ଷତି କରିବା, ପାରିବାରରୁ ସ୍ୱାମୀ ସ୍ତ୍ରୀ କୁ ଅଲଗା କରିବା, କମ ବୟସ ଯୁବକ ଯୁବତୀଙ୍କୁ ବିପଥଗାମୀ କରିବା ଶେଷରେ ପାରିବାରର ଆର୍ଥିକ ମାନଦଣ୍ଡ କୁ ଉଜୁଡାଇ ସର୍ବସ୍ୱାନ୍ତ କରିଦେବାରେ ସିଦ୍ଧ ହସ୍ତ ହେଉଛି ତମାଖୁ। ତଥାପି ମଣିଷ ନିଜ ଜୀବନକୁ ଛାଡି ଯମପୁରକୁ ଯାଉଛି ସିନା ଏହାକୁ ଛାଡିପାରୁନି। ଆଜି ଥିଲା ବିଶ୍ୱ ତମାଖୁ ବର୍ଜନ ଦିବସ। ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କର ସ୍କାଉଟ ଗାଇଡ ଓ ଇକୋକ୍ଳବ ଛାତ୍ର ଛାତ୍ରୀ ପାଳିଲେ ବିଶ୍ୱ ତମାଖୁ ନିରୋଧ/ବର୍ଜନ ଦିବସ। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁ ପ୍ରିୟା ବାରିକଙ୍କ ନିର୍ଦେଶ…

Read More

ନୟାଗଡ଼ ନିର୍ବାଚନ ମଣ୍ଡଳୀର ଉନ୍ନୟନ କମିଟି ବୈଠକ

ନୟାଗଡ,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦର ‘ସୃଜନ’ ସମ୍ମିଳନୀ କକ୍ଷରେ ମାନ୍ୟବର ବିଧାୟକ, ନୟାଗଡ଼ ଡଃ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ଉନ୍ନୟନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ପ୍ରାରମ୍ଭିକ ସ୍ୱାଗତ ଭାଷଣ ରଖିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଉପ ଆରକ୍ଷୀ ଅଧୀକ୍ଷକ ଡୋମେନ ଚରଣ ଟୁଡୁ, ଜିଲ୍ଲା ଯୋଜନା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ନୟାଗଡ଼ ବିଧାୟକ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ, ଏହି ରିଭ୍ୟୁ ମିଟିଙ୍ଗ ୩/୪ମାସରେ ଥରେ ହେବା କଥା । ପ୍ରଥମେ ସ୍ୱାସ୍ଥ୍ୟ ବିଭାଗକୁ ନୟାଗଡ଼ ସ୍ୱାସ୍ଥ୍ୟ…

Read More

ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ରାଜ୍ୟପାଳଙ୍କ ଦ୍ଵାରା ପୁରସ୍କୃତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ସେବା ତଥା ଶୃଙ୍ଖଳା ର ପ୍ରତୀକ ସମଗ୍ର ବିଶ୍ୱର ବୃହତ୍ତମ ଅନୁଷ୍ଠାନ ହେଉଛି ସ୍କାଉଟ ଗାଇଡ । ଦୀର୍ଘ ୩ବର୍ଷ ଧରି ନିଜର ସେବା ଓ ଶୃଙ୍ଖଳାର ଗୋଟିଏ ପରେ ଗୋଟିଏ ବ୍ୟେଚ ଧାରଣ କରିସାରିଲା ପରେ ଶେଷରେ ଦିଅନ୍ତି ରଜ୍ୟ ପୁରସ୍କର ପରୀକ୍ଷା। ରାଜ୍ୟ ପୁରସ୍କାର ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀମାନଙ୍କୁ ରାଜ୍ୟପାଳ ଦିଅନ୍ତି ସାର୍ଟିଫିକେଟ। ଆଜି ଥିଲା ଓଡ଼ିଶା ଭାରତ ସ୍କାଉଟ ଗାଇଡ ର ରାଜ୍ୟ ପୁରସ୍କାର ଉତ୍ସବ । ପ୍ରତି ଜିଲ୍ଲା ଭଳି ନୟାଗଡ ଜିଲ୍ଲାର ୨ଜଣ କବ ଓ ବୁଲ ବୁଲ ଏବଂ ୨ଜଣ ସ୍କାଉଟ ଓ ଗାଇଡ ନୟାଗଡ ଜିଲ୍ଲା ତରଫରୁ ରାଜ୍ୟପାଳଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ସେମାନେ ହେଲେ କବ୍ ବିଭାଗରୁ ଆଶୁତୋଷ ପରିଡ଼ା ଯେକି କଳିଙ୍ଗ ଭାରତୀ ବିଦ୍ୟାନିକେତନ କନ୍ଧ ନୟାଗଡ ରଣପୁରର…

Read More

ନୟାଗଡ଼ରେ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳନ ସମାରୋହ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ନୟାଗଡ ଓ ଜିଲ୍ଲା ପ୍ରଶାସନ ନୟାଗଡ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳନ ସମାରୋହ ତଥା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଏବଂ ଜିଲ୍ଲା ପରିଷଦ ଅଧକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିବାହୀ ଅଧିକାରୀ ଲଗ୍ନଜିତ ରାଉତ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ, ସଚିବ ଜ଼ିଲ୍ଲା ନ୍ୟାୟ ସେବା ପ୍ରାଧିକରଣ, ନୟାଗଡ ଅଞ୍ଜଳି ମାଛଖଣ୍ଡ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ,ଜ଼ିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) ନୟାଗଡ, ଶ୍ରୀ ଚିତ୍ତରଞ୍ଜନ ରାଉତ ଇତ୍ୟାଦି ଯୋଗଦେଇ ନିର୍ମାଣ ଶ୍ରମିକ ମାନଙ୍କୁ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦ୍ଵାରା…

Read More

ବିଶ୍ଵ ଧରିତ୍ରୀ ଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଦିନକୁ ଦିନ ପୃଥିବୀ ପୃଷ୍ଟର ତାପମାତ୍ରା ବୃଦ୍ଧି ପାଉଥିବାବେଳେ ଗ୍ଲୋବାଲ ୱର୍ମୀଙ୍ଗ ତଥା ପ୍ରଦୂଷଣ ସୃଷ୍ଟିକାରୀ ମନ୍ୟୁଷ୍ୟ କେବଳ ଆଜିର ଦିନକୁ ଖୁସି ମିଜାଜରେ ବିତେଇ ଆସନ୍ତା କାଲି ନିଜର ବଂଶଧର ମାନଙ୍କ ପାଇଁ ଚିନ୍ତିତ ନହୋଇ ସମସ୍ତ ଜୀବଜନ୍ତୁ ଓ ଉଦ୍ଭିଦ ଜଗତର ଧ୍ୱଂସ କରି ଚାଲିଛି। ୪.୬ ବିଲିଅନ ବର୍ଷ ପୂର୍ବେ ସୃଷ୍ଟି ପୃଥିବୀକୁ ମାତ୍ର ୨ ହଜାର ବର୍ଷ ଭିତରେ ଯାହା କରି ସାରିଲାଣି ଏଥିରୁ ଜଣାପଡୁଛି ଯେ ୮ ଗ୍ରହ ମଧ୍ୟରୁ ନିଆରା ଏ ପୃଥିବୀ ଆଉ ୨ ଶହ ବର୍ଷ ଜୀବିତ ହୋଇ ରହିବ ନାହିଁ।  ବରଫାର୍ଚ୍ଛନ ହୋଇ ରହିଥିବା ପୃଥିବୀ ଏକ ନିଆଁ ପିଣ୍ଡୁଳା ପାଲଟି ଯିବ। ପୃଥିବୀକୁ ସୁରକ୍ଷା ଦେବାପାଇଁ ଜୋରରେ ଅଣ୍ଟା ଭିଡିଛନ୍ତି ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସରକାରୀ…

Read More

ମାଦକ ଦ୍ରବ୍ୟ ସହିତ ମୋବାଇଲକୁ  ନିଶା ମୁକ୍ତ ଭାବେ ପାଳିଲେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ

ଓଡଗାଁ, (ନୟାଗଡ଼ ଦର୍ପଣ): ଶନିବାର ଭଳି ଆଜିର ଦିନକୁ କିଛି ନିଆରା ଢଙ୍ଗରେ ପାଳିବା ପାଇଁ ନୟାଗଡ଼ ଜିଲ୍ଲା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ସହଯୋଗରେ ଓଡ଼ଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀମାନେ ମାଦକ ଦ୍ରବ୍ୟ ସହିତ ମୋବାଇଲକୁ ନିଶାମୁକ୍ତ ଭାବେ ପାଳନ କଲେ। ନୟାଗଡ଼ ଜିଲ୍ଲା ଓ ରୋହିବାଙ୍କ ଶାଖା ତରଫରୁ ବ୍ରହ୍ମା କୁମାରୀ କଳ୍ପନା ଭଉଣୀ, ମିନି ଭଉଣୀ, ଶାନ୍ତି ଭଉଣୀ, ବ୍ରହ୍ମା କୁମାର ମନୋରଞ୍ଜନ ଭାଈ, ଅଖିଳ ଭାଈଙ୍କ ସମେତ ୧୨ ଜଣ  ନିଶା ମୁକ୍ତ ଭାରତ ଅଭିଯାନ ରଥ ସହିତ ବିଦ୍ୟାଳୟରେ ଆସି ଯୋଗଦେଇଥିଲେ। ରଥରେ ଖଚିତ LCD ଦ୍ଵାରା ବିଭିନ୍ନ ମାଦକ ଦ୍ରବ୍ୟର ବ୍ୟବହାରର କୁପରିଣାମ ଓ ମାରାତ୍ମକ ରୋଗ କ୍ୟାନସରର କାରଣ, ପାରିବାରିକ ଅଶାନ୍ତି, କଳହ, ମୃତ୍ୟୁ ଆଦି କାର୍ଯ୍ୟ କାରଣ…

Read More