ଓଡଗାଁ, (ନୟାଗଡ଼ ଦର୍ପଣ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରିବେଶ ଶିକ୍ଷା ଓ ଜଳବାୟୁ ପରିବର୍ତ୍ତନ ବିଭାଗଙ୍କ ନିର୍ଦେଶ କ୍ରମେ ପ୍ରତିବର୍ଷ ପରି ସେପ୍ଟେମ୍ବର ୧୬ତାରିଖ ଦିନ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ରେ ବିଶ୍ୱ ଓଜନ ଦିବସ ପାଳିତ ହୋଇସାରିଛି। ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକଙ୍କ ନିର୍ଦେଶ କ୍ରମେ ବିଦ୍ୟାଳୟର ଶିକ୍ଷକ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ ଓ ବିଜ୍ଞାନ ଶିକ୍ଷୟିତ୍ରୀ ଅବନ୍ତୀ ବେହେରା ୧୫ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ଓଜନ ସ୍ତର ସମ୍ବନ୍ଧିତ ଏକ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଶାରୀରିକ କ୍ରୀଡା ଶିକ୍ଷକ ଆଲୋକ ନାୟକଙ୍କ ସହଯୋଗରେ ଅନୁଷ୍ଠିତ କରାଯାଇଥିଲା। ଏହାପରେ ପ୍ରକୃତି ବନ୍ଧୁ ଶ୍ରୀ ସାହୁ ଓଜନ ସ୍ତର ଆମକୁ ଛତା ପରି ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଅତିବାଇଗଣୀ ରଶ୍ମୀ ରୁ କିପରି ଆମକୁ ରକ୍ଷା କରୁଛି ତାହା ବିଷୟରେ ବିଷଦ ଭାବେ ବର୍ଣ୍ଣନା କରିଥିଲେ। ଶିକ୍ଷୟିତ୍ରୀ ବେହେରା ବିଦ୍ୟାଳୟର ଶିଶୁବାଟିକା ପିଲାମାନଙ୍କୁ ବିଭିର୍ଣ୍ଣ ଚିତ୍ର ଦେଖାଇ ପରିବେଶକୁ ଭଲପାଇବା ଓ ସୁରକ୍ଷା ପ୍ରତି ପିଲାଙ୍କ କୁନିକୁନି ହାତର ରଙ୍ଗିନ ପାପୁଲି କୁ ନେଇ ସଚେତନତା ସୃଷ୍ଟି କରାଇଥିଲେ। ଏହାପରେ ବିଦ୍ୟାଳୟର ସ୍କାଉଟ ଗାଇଡ଼ ଛାତ୍ର ଛାତ୍ରୀମାନେ ଆମର ଓଜନ ଆମର ଛତା ଓ ଓଜନ ସୁରକ୍ଷା ପୃଥିବୀ ରକ୍ଷା ସମ୍ବନ୍ଧୀୟ ସ୍ଲୋଗାନ ଦେଇଥିଲେ। ଅତ୍ୟଧିକ ଶୀତଳୀ କରଣଯନ୍ତ୍ର ଫ୍ରିଜ ଓ କୁଲର ବ୍ୟବହାର କରି ସୌଖିନ କରୁଥିବା ମନୁଷ୍ୟ ପାଇଁ ଓଜନ ସ୍ତର କ୍ଷୟ ହେଉଥିବାରୁ ଏହାକୁ ବ୍ୟବହାର ନକରି ନିଜ ପରିବେଶରେ ଅଧିକରୁ ଅଧିକ ଗଛ ଲଗାଇବାକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାମାନଙ୍କୁ ସୂଚନା ଦେଇଥିଲେ।
