ଲୋକ ନୋଡାଲ ବିଦ୍ୟାପୀଠରେ ଦାସିଆ ଅଜା ତିରୋଧାନ ଦିବସ ପାଳିତ

ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ନିକଟବର୍ତ୍ତୀ ପଞ୍ଚିରିଡା ମାନପୁରସ୍ଥ ଲୋକ ନୋଡାଲ ବିଦ୍ୟାପୀଠରେ ଦାସିଆ ଅଜା ତିରୋଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଦିବସ ଅବସରରେ ଆୟୋଜିତ ଏକ ଆଡ଼ମ୍ବରପୂର୍ଣ୍ଣ ଉତ୍ସବରେ ଆୟୋଜିତ ସଭାରେ ପ୍ରଥମେ ଅତିଥିମାନେ ପ୍ରଦୀପ ପ୍ରଜ୍ଵଳନ କରି ମହାପ୍ରଭୁ ଜଗନ୍ନାଥ ଓ ଦାସିଆ ଅଜାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଛାତ୍ରୀମାନେ ସ୍ବାଗତ ସଂଗୀତ ଗାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ଵୈତ ନାରାୟଣ ରଣସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦାସିଆ ଅଜା ତିରୋଧାନ ଦିବସ ପାଳନ ସଭାରେ ମୂଖ୍ୟ ଅତିଥି ଭାବେ ପ୍ରାକ୍ତନ ଶିକ୍ଷକ ହରିହର ସାହୁ ଯୋଗ ଦେଇ ‘ଦାସିଆ ଅଜା’ଙ୍କର ଜୀବନର ବିଶେଷତା କଥା ଛଳରେ ବର୍ଣ୍ଣନା କରିଥିଲେ । ସମ୍ମାନୀତ ଅତିଥି ଭାବେ ଏହି ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବୈକୁଣ୍ଠ ନାଥ ପ୍ରଧାନ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ନିଷ୍ଠାର ସହିତ ସମସ୍ତ କାର୍ଯ୍ୟ କରିବାକୁ ପ୍ରରୋଚିତ କରିଥିଲେ। ଦାସିଆ ଅଜା ପୁସ୍ତକର ଲେଖକ ତଥା ଏହି ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡ଼. ସୁରେଶ ଚନ୍ଦ୍ର ବରାଡ଼ ପାଠାଗାର ଆନ୍ଦୋଳନର ବିନ୍ଧାଣି ଦାସିଆ ଅଜାଙ୍କର ଅସୀମ ଧୈର୍ଯ୍ୟ ଓ ନିଷ୍ଠାର କାହାଣୀ ବର୍ଣ୍ଣନା କରିଥିଲେ। ବିଦ୍ୟାଳୟର ଶିକ୍ଷକ ସ୍ମୃତି ରଞ୍ଜନ ରାଉତ, ମାନସ ରଂଜନ ସାହୁ, ରମେଶ ଚନ୍ଦ୍ର ମହାନ୍ତି, କୃପାସିନ୍ଧୁ ମିଶ୍ର, ଶିକ୍ଷୟିତ୍ରୀ ସୋନାଲିନ ନାୟକ ଭରପୁର ସହଯୋଗ କରିଥିଲେ।

Related posts