ଝାଡପଡା ବରିଷ୍ଠ ନାଗରିକ କଲ୍ଯାଣ ପରିଷଦର ୩ୟ ବାର୍ଷିକୋତ୍ସବ

ରଣପୁର,(ନୟାଗଡ଼ ଦର୍ପଣ):  ରଣପୁର ବ୍ଲକ୍ ଝାଡ଼ପଡା ଦୁର୍ଗା ମଣ୍ଡପ ଠାରେ ଝାଡପଡା ବରିଷ୍ଠ ନାଗରିକ କଲ୍ଯାଣ ପରିଷଦର ୩ୟ ବାର୍ଷିକୋତ୍ସବ ପରିଷଦର ସଭାପତି ଶିକ୍ଷାବିତ୍ ଭାସ୍କର ଚନ୍ଦ୍ର ପ୍ରଧାନଙ୍କ ପୌରହିତ୍ୟରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।  ଏହି ସମାରୋହ ଅବସରରେ ରାଜ୍ଯ ବରିଷ୍ଠ ନାଗରିକ ମହାସଂଘ ମହାସଚିବ ଶ୍ରୀଯୁକ୍ତ ରାଜକିଶୋର ସାମନ୍ତରାୟ ମୁଖ୍ୟବକ୍ତା, ଟାଙ୍ଗୀ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ  ସଭାପତି ନାରାୟଣ ମହାପାତ୍ର ମୁଖ୍ୟ ଅତିଥି , ଜଗନ୍ନାଥ ସଂସ୍କୃତି ଗବେଷକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସମ୍ପର୍କୀତ ବହୁମୂଲ୍ୟ ଉପାଦେୟ ତଥ୍ଯ ଉପସ୍ଥାପନ କରି ଉପସ୍ଥିତ ବରିଷ୍ଠ ନାଗରିକଙ୍କ ହୃଦୟକୁ ଜିଣିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ମାନଙ୍କ ଭିତରେ ବିଜୟ କୁମାର ରାଉତ, ବାଳକୃଷ୍ଣ ମିଶ୍ର,ଡାକ୍ତର ମଧୁସୂଦନ ସେନାପତି, ସୁରେନ୍ଦ୍ର ରାଉତ, ଲିଙ୍ଗରାଜ ସାହୁ,ମନୋଜ ପାତ୍ର, ରମେଶ ରାଉତ, ରଘୁନାଥ ପରିଡା,ସରପଞ୍ଚ ସୗରୀବନ୍ଧୁ ସାହୁ, ଝାଡପଡା ଗ୍ରାମ ସଭାପତି ହରିବନ୍ଧୁ ଜଗଦେବ, ପ୍ଳଫୁଲ୍ଲ ଭଟ୍ଟ, ଭାଗ୍ୟଧର ଦଳେଇ, ଜଗବନ୍ଧୁ ରାଉତ, ଦଣ୍ଡପାଣି ଜେନା, ଦୁଃଖିଶ୍ଯାମ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ଉପସ୍ଥିତ ସମସ୍ତ ସମ୍ମାନିତ ଅତିଥିମାନେ ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ସମସ୍ଯା ସଂପର୍କରେ ଆଲୋକପାତ କରି ସମାଧାନ ଦିଗରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ପରିଷଦର ସଂପାଦକ ମାଧବ ଚନ୍ଦ୍ର ରାଉତ ସଂପାକୀୟ ବିବରଣୀ ପାଠ କରିଥିଲେ। ୨୫୦ରୁ ଉର୍ଦ୍ଧ ବରିଷ୍ଠ ନାଗରିକଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ଵର୍ଦ୍ଧିତ କରା ଯାଇଥିଲା। ଚାନ୍ଦପୁର ବିଣାପାଣୀ ଶିଶୁ ବିଦ୍ୟାମନ୍ଦିରର ଅଧ୍ୟକ୍ଷା ଶ୍ରୀମତି ଶୈଳବାଳା ଦେଇଙ୍କ ନେତୃତ୍ୱରେ ଶିକ୍ଷାନୁଷ୍ଠାନର ଶିଶୁ କଳାକାର ମାନେ ସୁନ୍ଦର ନୃତ୍ଯାଭିନୟ କରି ସମସ୍ତଙ୍କ ମନ ମୋହି ନେଇଥିଲେ। ଶ୍ରୀମତୀ ଶୈଳବାଳା ଦେଇଙ୍କୁ ସମାଜ ସେବାପାଇଁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ଵର୍ଦ୍ଧିତ କରା ଯାଇଥିଲା। ବର୍ତ୍ତମାନ ସମୟରେ ସମାଜର ଅବହେଳିତ ବୃଦ୍ଧ ପିତମାତା ମାନଙ୍କର ସେବାପାଇ୍ଁ ଉଦବେଗ ପ୍ରକାଶ କରି ଯୁବଗୋଷ୍ଠୀ ସହଯୋଗ କରିବା ନିମନ୍ତେ ସଭିମଞ୍ଚରେ ଉପସ୍ଥିତ ସବୁ ଅତିଥିମାନେ ମତ ପୋଷଣ କରିଥିଲେ। ଅବସରପ୍ରାପ୍ତ ସହଗୋଷ୍ଠୀ ଶିକ୍ଷା ଅଧକାରୀ ଶ୍ରିଯୁକ୍ତ ରବୀନ୍ଦ୍ର କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ବରିଷ୍ଠ ନାଗରିକ କଲ୍ୟାଣ ପରିଷଦର ସଭାପତି ଭାସ୍କର ଚନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ନାଗରିକ କଲ୍ୟାଣ ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ।

Related posts