୧୧ତମ ଓଡିଶା କୃଷକ ସଭା ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ୧୧ ତମ ଓଡିଶା କୃଷକ ସଭା ନୟାଗଡ଼ ଜିଲ୍ଲା ସମ୍ମିଳନୀ ନୟାଗଡ଼ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। କୃଷକ ସଭାର ପତାକାକୁ ଗୋଲକ ବିହାରୀ ମୁଦୁଲି ଉତୋଳନ କରିବା ପରେ ସହିଦ ବେଦିରେ ପୁଷ୍ପମାଲ୍ୟ ଦେବା ପରେ ରାଜ୍ୟ ସଭାପତି ଜମ୍ବେଶ୍ୱର ସାମନ୍ତରା ଅନୁଷ୍ଠାନିକ ଭାବେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ସମ୍ପାଦକ ହରିଶ୍ଚନ୍ଦ୍ର ମିଶ୍ର ଚିଠା ପ୍ରସ୍ତାବ ଆଗତ କରିଥିଲେ। ଉକ୍ତ ପ୍ରସ୍ତାବ ୧୨ଜଣ ପ୍ରତିନିଧି ଆଲୋଚନା କରିବା ପରେ ପ୍ରସ୍ତାବ ଗୃହୀତ ହୋଇଥିଲା। ତା ସହିତ ଚାଷୀ ମାନଙ୍କ ବିରୁଦ୍ଧରେ ହୋଇଥିବା ବିଭିନ୍ନ ଚାଷୀ ବିରୋଧୀ ଆଇନ ବିଷୟରେ ଆଲୋଚନା ହୋଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାମୀନାଥନ କମିଶନ ନୀତିକୁ କାର୍ଯକାରୀ କରୁ ନଥିବାରୁ ସମ୍ମିଳନୀ ଏହାକୁ ନିନ୍ଦା କରିଥିଲା। ସଠିକ ସମୟରେ ସାର ଯୋଗାଣ, ଫସଲ ବୀମା, କୃଷିରୁଣ ଚାଷୀଙ୍କୁ ନମିଳିବାରୁ ଚାଷୀମାନେ ବିଭିନ୍ନ ଅସୁବିଧାର ଶିକାର ହେଉଛନ୍ତି। ତା’ ବିରୋଧରେ ଜିଲ୍ଲାରେ ଦୁର୍ବାର ଆନ୍ଦୋଳନ କରିବା ପାଇଁ ସ୍ଥିର କରାଯାଇ ଆଗାମୀ ତିନି ବର୍ଷ ପାଇଁ ଏକ ୧୭ ଜଣିଆ କମିଟି ଗଠନ କରାଗଲା। ସଭାପତି ହରିଶ୍ଚନ୍ଦ୍ର ମିଶ୍ର, ସମ୍ପାଦକ ପବିତ୍ର କୁମାର ଇନ୍ଦ୍ରଜିତ, କୋଷାଧକ୍ଷ ଗଦାଧର ପ୍ରଧାନ ନିର୍ବାଚିତ ହୋଇଥିଲେ। ଶେଷରେ କୃଷକ ସଭାର ପୂର୍ବତନ ରାଜ୍ୟ ସଭାପତି ଅଭିରାମ ବେହେରା ଉଦଯାପନୀ ଭାଷଣ ଦେବାପରେ ସମ୍ମିଳନୀ କାର୍ଯ୍ୟ ଶେଷ କରାଯାଇଥିଲା।

Related posts