ପ୍ରବାଦ ପୁରୁଷ ଦାଶରଥି ପଟ୍ଟନାୟକଙ୍କ ୨୮ତମ ଶ୍ରାଦ୍ଧ ଦିବସ

ନୟାଗଡ଼, (ନୟାଗଡ଼ ଦର୍ପଣ): ପାଠାଗାର ଆନ୍ଦୋଳନର ପ୍ରମୁଖ ପୁରୋଧା ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ୨୮ତମ ଶ୍ରାଦ୍ଧବାର୍ଷିକୀ ପାଳନର ଅବସରରେ ନୟାଗଡ଼ ରେ ଅବସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ମୁନିସିପାଲିଟି ଅଧକ୍ଷା ନିରୁପମା ଖଟେଇ, ଜିଲା ସଂସ୍କୃତି ବିଭାଗ ଅଧିକାରିଣୀ ସୁଜାତା ସାହୁ, ଉତ୍କଳ ସାମ୍ବାଦିକ ସଂଘର ସଭାପତି ଶ୍ରୀକାନ୍ତ ଖଟେଇଙ୍କ ସହିତ ନୟାଗଡ଼ ର ପ୍ରମୁଖ ସାମାଜିକ ଅନୁଷ୍ଠାନ ପୂଜ୍ୟପୂଜା କମିଟି, ରୋଟାରୀ କ୍ଲବ, ସିଭିଲ ସୋସାଇଟି, ନୟାଗଡ଼ କ୍ଲବ୍, ଇନର ହୁଇଲ କ୍ଲବ, ଶ୍ରୀ ରାମକୃଷ୍ଣ ଆଦର୍ଶ ଶିକ୍ଷା କେନ୍ଦ୍ର, ତଥାସ୍ତୁ, ତେଜସ୍ବିନି ପ୍ରମୁଖର ସଦସ୍ୟମାନେ ମାଲ୍ୟାର୍ପଣ କରିବା ସହ ଦାସିଆ ଅଜାଙ୍କ ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିବା ବେଳେ ଶରତ ଚନ୍ଦ୍ର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

Related posts