୩୨ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଶରଣକୁଳ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ଶରଣକୁଳ ନିକଟବର୍ତ୍ତୀ ଅସୁରିଢିପା ଗ୍ରାମରେ ଏକ୍ସାଇଜ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା। କୌଣସି ସୂତ୍ରରୁ ଖବର ପାଇ ଅସୁରିଢିପା ଗ୍ରାମର ଅପର୍ତ୍ତି ପ୍ରଧାନଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ପ୍ରଧାନ(୫୦)ଙ୍କ ଘରେ ଚଢ଼ାଉ କରିବା ସମୟରେ ତାଙ୍କଠାରୁ ୩୨ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଥିବା ଜଣାପଡିଛି। ସେ ଦୀର୍ଘ ଦିନ ଧରି ଏହି ବ୍ୟବସାୟ କରିଆସୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଫଳରେ ଯୁବ ଗୋଷ୍ଠୀ ଏହା ସେବନ କରି ବହୁ ବିପଥଗାମୀ ହେଉଥିବା ଗ୍ରାମ ବାସୀ ମାନେ ଅଭିଯୋଗ କରିଛନ୍ତି। କେବଳ ଅସୁରିଢିପା ନୁହଁ ତା’ର ଆଖପାଖ ଅଞ୍ଚଳରେ ମଧ୍ୟ ବେପାର ଚାଲିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଛନ୍ତି। ବଡପୁଟ ଛକରେ ଏକ ନିର୍ଦ୍ଦିଷ୍ଟ ପରିବା ଦୋକାନରେ ସମସ୍ତ ପ୍ରକାରର ନିଶା ଦ୍ରବ୍ୟ ବିକ୍ରି ହେଉଥିବାର ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି ପଦେକ୍ଷପ ନେଉନଥିବା ଯୋଗୁଁ  ସ୍ଥାନୀୟ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି।

Related posts