ରୋହିବାଙ୍କ ବିଦ୍ୟାଳୟ ତରଫରୁ ଶ୍ମଶାନଘାଟ ନିକଟରେ “ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କର ସ୍କାଉଟ ଗାଇଡ଼ ଓ ଇକୋକ୍ଲବର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରୋହିବାଙ୍କ ପଞ୍ଚାୟତ ଅନ୍ତର୍ଗତ ବଡ଼ପୋଖରୀ ସନ୍ନିକଟ ଶ୍ମଶାନ ଘାଟ ନିକଟରେ ଯାହାକି ୨୧ନମ୍ବର ରାଜ୍ୟ ରାଜପଥ କଡରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ “ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବାରିକଙ୍କ ଅନୁମତି କ୍ରମେ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ ଓ ଶିକ୍ଷୟିତ୍ରୀ ଅବନ୍ତୀ ବେହେରାଙ୍କ ନିର୍ଦେଶ କ୍ରମେ ପ୍ରାୟ ୪୮ଜଣ ସ୍କାଉଟ ଗାଇଡ଼ ଓ ଇକୋକ୍ଳବ ଛାତ୍ର ଛାତ୍ରୀ ନିମ୍ବ, ଶାଳୁଆ, ବଉଳ, ଚାକୁଣ୍ଡା, ପିସ୍ତା ବାଦାମ ଆଦି ଛାୟା ପ୍ରଦାନ କାରି ବୃକ୍ଷ ରୋପଣ କରି ଥିଲେ। ଶ୍ରୀ ସାହୁ ସମସ୍ତ ପିଲାମାନଙ୍କୁ ବୃକ୍ଷରୋପଣ ସାଙ୍ଗକୁ ବିଭିର୍ଣ୍ଣ ବୃକ୍ଷର ସୁରକ୍ଷା ପ୍ରତିଦୃଷ୍ଟି ଦେବା ସହିତ ପ୍ରତ୍ୟେକ ବୃକ୍ଷର ଉପକାରିତା ଓ ମନୁଷ୍ୟ ସମାଜ ପାଇଁ ଏହାର ଅବଦାନ ବିଷୟରେ ବିଷଦ ବ୍ୟାଖ୍ୟା କରିଥିଲେ। କେବଳ ସେତିକି ନୁହେଁ ବିଦ୍ୟାଳୟ ହତା ଭିତରେ ଆମ୍ରପଲ୍ଲୀ ର ଆମ୍ବଗଛ, ବାରମାସୀ ଆମ୍ବ, ଆଖୁରସ ଆମ୍ବ, ଆଦି ୧୫ଟି ଆମ୍ବ ଗଛ ଲଗାଇ ଆମ୍ବ ବଗିଚା ସାଙ୍ଗକୁ ପିଜୁଳି, ବାରମାସୀ ଡାଳିମ୍ବ, ଜାମୁ, ଗୁଆ ଆଦି ବୃକ୍ଷ ମଧ୍ୟ ରୋପଣ କରାଯାଇଥିଲା। କିନ୍ତୁ ଶ୍ମଶାନ ଭଳି ସ୍ଥାନରେ ବୃକ୍ଷ ରୋପଣ କରି ସବୁଜ ବଳୟ ସୃଷ୍ଟି କରିବା କାର୍ଯ୍ୟକ୍ରମ କୁ ରୋହିବାଙ୍କ ଗ୍ରାମବାସୀ ବହୁତ ପ୍ରଶଂସା କରିଛନ୍ତି। ଖାଲି ସେତିକି ନୁହେଁ ବିଗତ ଦିନରେ ପ୍ରକୃତି ବନ୍ଧୁ ଶ୍ରୀସାହୁ ନିଜର ତତ୍ୱାବଧାନରେ ରୋହିବାଙ୍କ ବଡ଼ ପୋଖରୀ ହିଡ଼ ସଫେଇ ସାଙ୍ଗକୁ ନଡ଼ିଆ ଗଛ ରୋପଣ କରି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ।

Related posts