ଘରୋଇ ଡ଼ାଇଗ୍ନୋଷ୍ଟିକରେ ଅଲଟ୍ରାସାଉଣ୍ଡ କରୁଥିବା ସରକାରୀ ଡାକ୍ତର ତଡାଖାଇଲେ, ନୟାଗଡରେ ବେଲଗାମ ରୋଗୀଶୋଷଣ ଚାଲିଛି : କଂଗ୍ରେସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ସ୍ୱାସ୍ଥ୍ୟବିଭାଗ ପ୍ରଶାସନିକ ଅପାରଗତା ପାଇଁ ସରକାରୀ ଡାକ୍ତର ଦିନେଶ ଖଟୁଆ, ସ୍ତ୍ରୀ ରୋଗ ବିଶେଷଜ୍ଞ, ଘରୋଇ ଡ଼ାଇଗ୍ନୋଷ୍ଟିକରେ ଅଲଟ୍ରାସାଉଣ୍ଡ କରୁଥିବା ଆଜି ଜିଲ୍ଲା କଂଗ୍ରେସ ଟିମ ରଙ୍ଗେହାତ ଧରାପଡ଼ି ଲଜ୍ଜ୍ୟାଜନକ ଅବସ୍ଥାରେ ନୟାଗଡ ପିବବ୍ଲୁଡି ଅଫିସ ପାଖ ଲାଇଫ କେୟାର ଡ଼ାଇଗ୍ନୋଷ୍ଟିକ ଭିତରୁ ଧରାପଡ଼ି ଶେଷରେ ତଡାଖାଇ ଥିବା ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ କ୍ଷୋଭର ସହିତ କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ହେଉଛି ସମ୍ପୃକ୍ତ ଘରୋଇ କ୍ଲିନିକର ଅଲଟ୍ରାସାଉଣ୍ଡ ମେସିନ କେଉଁ ଡାକ୍ତରଙ୍କ ନାମରେ କିଣା ଯାଇଛି, ଯଦି ଡାକ୍ତର ଖଟୁଆଙ୍କ ନାମରେ ସେହି ମେସିନ ରେଜିଷ୍ଟ୍ରେସନ ନାହିଁ ତେବେ ଡାକ୍ତର ଖଟୁଆ  ପିସିପିଏନଡିଟି ଆଇନର କେଉଁ ଆଧାରରେ ସେଠାରେ ପ୍ରସୂତି ମହିଳାଙ୍କ ଅଲଟ୍ରାସାଉଣ୍ଡ କରାଉଥିଲେ। ଜଣେ ସରକାରୀ ଡାକ୍ତରଙ୍କ ନାମରେ ମେସିନ କିଣା…

Read More

ନୟାଗଡ଼ ବହୁମୂଖୀ ଇଣ୍ଡୋର ଷ୍ଟାଡିୟମରେ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପକ୍ଷରୁ ଆଜି ପ୍ରାତଃ ୭ଟା ସମୟରେ ନୟାଗଡ଼ସ୍ଥିତ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍‌ଠାରେ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଭାରତୀୟ ହକିର କିମ୍ବଦନ୍ତୀ ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଏହି ଦିବସ ପାଳନ କରାଯାଇଥାଏ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ, ଅତିରିକ୍ତ ଅରକ୍ଷୀ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ପଣ୍ଡା, ସହାୟକ ଜିଲ୍ଲାପାଳ ଶ୍ରୀ ଅକ୍ଷୟ କୁମାର ବେହେରା, ଆଥଲେଟିକ୍‌ ସଂଘର ସମ୍ପାଦକ ଶ୍ରୀ ଆଶିଷ ଦାସ ଏବଂ ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀମତୀ ସୁଜାତା କୁମାରୀ ସାହୁ ଆଦି ଉପସ୍ଥିତ ଥିଲେ। ଏହି ଅବସରରେ ନୟାଗଡ ଷ୍ଟାଡିୟମ ଠାରୁ ସ୍ଵୟଂଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରଯାଇଥିଲା। ଏହି ଶୋଭାଯାତ୍ରାରେ ଛାତ୍ରଛାତ୍ରୀ, ମହିଳା, ସାମ୍ବାଦିକ ଏବଂ…

Read More

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ,ସ୍ୱୟଂ ସହାୟକ ଗୋଷ୍ଠୀ ଓ ସଫେଇ ମିତ୍ରଙ୍କ ପ୍ରତିଯୋଗିତା ଅନୁଷ୍ଠିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଜି ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ -୨୦୨୬ ପାଳନ ଉଦ୍ଦେଶ୍ୟରେ ୨୨ ଟି ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରୁ ମୋଟ ୧୭୭ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ତୃତୀୟ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୦୫ ଜଣ ଷଷ୍ଠ ରୁ ଅଷ୍ଟମ ୬୦ ଜଣ, ନବମରୁ +୨ ପର୍ଯ୍ୟନ୍ତ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ   ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିତ୍ରାଙ୍କନ,ସାଧାରଣଜ୍ଞାନ ଓ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଚାରକ ରୂପେ ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଦାମୋଦର ଖିଲାର,ଅବସରପ୍ରାପ୍ତ ସେନାଧିକାରୀ ସାର୍ଥକ ଷଢ଼ଙ୍ଗୀ, ଶିକ୍ଷକ ଚିତ୍ତରଞ୍ଜନ ମିଶ୍ର ଓ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ନରେଶ ପାଣିଗ୍ରାହୀ ଦାୟିତ୍ୱ ତୁଲାଇଥିଲେ। ଚିତ୍ରାଙ୍କନ ରେ ପ୍ରିୟାଂଶୁ…

Read More

ଏବିଭିପି ନୟାଗଡ଼ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ନୟାଗଡ଼ ଜିଲ୍ଲା ପକ୍ଷରୁ ନୟାଗଡ଼ ନଗରର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ରକ୍ଷାବନ୍ଧନ ଉତ୍ସବ ଆନନ୍ଦ ଓ ଉତ୍ସାହର ସହିତ ପାଳନ କରାଯାଇଛି। ଏହି ଅବସରରେ ଏବିଭିପି ନୟାଗଡ଼ ଜିଲ୍ଲାର କାର୍ଯ୍ୟକର୍ତ୍ତାମାନେ ଫରେଷ୍ଟ ଅଫିସ, ସାଇବର ଥାନା, ଟାଉନ ଥାନା, ମେଡିକାଲ ଏବଂ ବ୍ଲକ କାର୍ଯ୍ୟାଳୟକୁ ଯାଇ ସେଠାରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀମାନଙ୍କୁ ରାଖି ବାନ୍ଧିଥିଲେ। ନୟାଗଡ଼ ମେଡିକାଲର ସିଡିଏମଓ, ବ୍ଲକ କାର୍ଯ୍ୟାଳୟର ଅତିରିକ୍ତ ବିଡିଓ,ଫରେଷ୍ଟ ବିଭାଗ ର କର୍ମଚାରୀ ଏବଂ ବିଭିନ୍ନ ବିଭାଗର କର୍ମଚାରୀ ତଥା ନୟାଗଡ଼ ଏସଡିପିଓ ସୃଷ୍ଟି ପ୍ରଧାନଙ୍କୁ ମଧ୍ୟ ଏବିଭିପି କାର୍ଯ୍ୟକର୍ତ୍ତାମାନେ ରାଖି ବାନ୍ଧି ପବିତ୍ର ରକ୍ଷାବନ୍ଧନ ପର୍ବର ଶୁଭେଚ୍ଛା ଜଣାଇଥିଲେ। ରକ୍ଷାବନ୍ଧନ କେବଳ ଏକ ପର୍ବ ନୁହେଁ, ଏହା ପରସ୍ପର ସ୍ନେହ, ବିଶ୍ୱାସ, ସୁରକ୍ଷା ଓ…

Read More

ଲୋକ ନୋଡ଼ାଲ ବିଦ୍ୟାପୀଠରେ ଜାତୀୟ କ୍ରୀଡ଼ା ଦିବସ ପାଳିତ

ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ନିକଟବର୍ତ୍ତୀ ପଞ୍ଚିରିଡା ମାନପୁରସ୍ଥ ଲୋକ ନୋଡ଼ାଲ ବିଦ୍ୟପୀଠରେ ଆଜି ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ଵେତ ନାରାୟଣ ରଣସିଂହ। ପ୍ରାରମ୍ଭରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ କ୍ରୀଡ଼ାର ନିୟମ ମାନି କ୍ରୀଡ଼ାରେ ଅଂଶ ଗ୍ରହଣ କରିବେ ବୋଲି ଶପଥ ଗ୍ରହଣ କରିଥିଲେ। ଏ ଉଦ୍ଦେଶ୍ୟରେ ଆୟୋଜିତ କବାଡ଼ି ଓ ଫୁଟବଲ ପ୍ରତିଯୋଗିତାରେ ବିଭିନ୍ନ ଶ୍ରେଣୀର ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବୈକୁଣ୍ଠ ନାଥ ପ୍ରଧାନ, ମୋ ବିଦ୍ୟାଳୟ କମିଟିର ସଭାପତି ସନ୍ତୋଷ କୁମାର ପାଳ ଓ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ତଥା ବହୁ ଅଭିଭାବକ ଅଭିଭାବିକା ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଆୟୋଜିତ କବାଡ଼ି ପ୍ରତିଯୋଗୀତାରେ ନବମ ଶ୍ରେଣୀ ବିଜୟ…

Read More