ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡାରୋଡ ସ୍ଥିତ ରୋଟାରୀ କ୍ଲବରେ ୩୨୬୨ ରୋଟାରୀ ଜିଲ୍ଲା ଗଭର୍ଣ୍ଣରଙ୍କ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ଗଭର୍ଣ୍ଣର ପ୍ରଭୁଦତ୍ତ ସୁବୁଦ୍ଧି ରୋଟାରୀ କ୍ଳବରେ ପହଞ୍ଚିବା ମାତ୍ରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇ ଥିଲା। ତାପରେ ସମର୍ପଣ ବୃଦ୍ଧାଶ୍ରମ ପରିଦର୍ଶନ କରି ସେଠାରେ ରହୁଥିବା ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ। ତାପରେ ଜିଲ୍ଲାପାଳଙ୍କ କାର୍ଯାଳୟ ପରିସରେ ରୋଟାରୀ କ୍ଲବ୍ ତରଫରୁ ସ୍ଥାପନ ହୋଇଥିବା ପାନୀୟ ଜଳ ପ୍ରକଳ୍ପ କୁ ଦେଖିବା ସହିତ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ସ୍ଥାପନ ହୋଇଥିବା ଗରମ ଜଳ ବିତରଣ ପ୍ରକଳ୍ପକୁ ବୁଲି ଦେଖିଥିଲେ। କ୍ଳବର ସମସ୍ତ ସଦସ୍ଯ ଏବଂ ନୟାଗଡ଼ର ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ବହୁ ବୁଦ୍ଧିଜିବୀ ମାନଙ୍କୁ ନେଇ କ୍ଳବର ସଭାପତି ରୋଟାରିଆନ ପ୍ରବୀର ପ୍ରୁଷ୍ଟିଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇ ଥିଲା।…
Read MoreCategory: ଓଡ଼ଗାଁ ବ୍ଲକ
ନୟାଗଡ଼ରୁ ଭଦ୍ରକ ୩୧ରୁ ଗଡ଼ିବ ପାସେଞ୍ଜର ମେମୁ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମାସ ୩୧ତାରିଖରୁ ନୟାଗଡ଼ ଟାଉନ ଏବଂ ଭଦ୍ରକ ମଧ୍ୟରେ ଏକ ନୂଆ ପାସେଞ୍ଜର ମେମୁ ଟ୍ରେନ ନିୟମିତ ଚଳାଚଳ କରିବ। ଏ ନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଚଳିତ ମାସ ୩୦ ତାରିଖ ଅପରାହ୍ନରେ କେନ୍ଦ୍ର ରେଳମନ୍ତ୍ରୀ ଡ଼ ଅଶ୍ୱିନୀ ବୈଷ୍ଣବ ପତାକା ଦେଖାଇ ଏହାର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ ଏହି ସ୍ୱତନ୍ତ୍ର ପାସେଞ୍ଜର ମେମୁ ଟ୍ରେନ ନଂ-୦୮୫୫୫ ଭଦ୍ରକରୁ ସକାଳ ୫ଟା ୪୫ରେ ବାହାରି କଟକରେ ୮ଟା ୪୨ରେ ପହଞ୍ଚିବ। ସେଠାରୁ ୮ଟା ୪୫ରେ ଛାଡି ଭୁବନେଶ୍ୱରରେ ସକାଳ ୯ ଟା ୩୨ରେ ପହଞ୍ଚି ୯ଟା ୩୭ରେ ନୟାଗଡ଼ ଟାଉନ ଅଭିମୁଖେ ଯାତ୍ରା କରିବ । ନୟାଗଡ଼ ଟାଉନରେ ଏହି ସ୍ୱତନ୍ତ୍ର ଟ୍ରେନ…
Read Moreପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ପୁଣି ବସିବ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗୁଡୁପାଙ୍ଗି ବନାମ ୧୭ଖଣ୍ଡ ମୌଜାବାସୀଙ୍କ ମଧ୍ୟରେ ବଳଭଦ୍ରପୁର ଓ ଢିପାମାଳ ରାସ୍ତା ନିର୍ମାଣ ପାଇଁ ଲାଗିଥିବା ବିବାଦର କେବେ ହେବ ଅନ୍ତ। ଉପଜିଲ୍ଲାପାଳଙ୍କୁ ଭେଟିଲେ ୧୭ଖଣ୍ଡ ମୌଜାବାସିନ୍ଦା। ନୟାଗଡ଼ ଜିଲ୍ଲା ସଦରଥାନା ଅନ୍ତର୍ଗତ ୧୭ଖଣ୍ଡ ମୌଜା ଓ ଗୁଡୁପାଙ୍ଗୀ ମଧ୍ୟରେ ବିବାଦକୁ ବହୁ ବର୍ଷ ବିତିଯାଇଥିବା ବେଳେ ଏବେସୁଦ୍ଧା ସମସ୍ୟାର ସମାଧାନ ହୋଇପାରୁନି । କିଛିଦିନ ତଳେ ୧୭ଖଣ୍ଡ ମୌଜାବାସୀ ବଳଭଦ୍ରପୁର ଓ ଢିପାମାଳ ରାସ୍ତା ନିର୍ମାଣ ପାଇଁ ଦାବିରେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିବା ବେଳେ ୧୫ଦିନ ମଧ୍ୟରେ ପ୍ରଶାସନ ରାସ୍ତା କାର୍ଯ୍ୟ କରିବ ବୋଲି ପ୍ରତିଶୃତି ଦେଇଥିଲା । ଏହା ମଧ୍ୟରେ ୧୫ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ କରି ଆଜି ପୁଣି ୧୭ଖଣ୍ଡ ମୌଜା ବାସିନ୍ଦା ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟଙ୍କୁ ଭେଟିଛନ୍ତି…
Read Moreନୟାଗଡ଼ ମାଓ ହାମଲାର ମୁଖ୍ୟ ଅଭିଯୁକ୍ତ ସବ୍ୟସାଚୀ ପଣ୍ଡା ନିର୍ଦ୍ଦୋଷରେ ଖଲାସ
ନୟାଗଡ଼,(ନୟାଗଡ଼ ଦର୍ପଣ): ୨୦୦୮ମସିହା ନୟାଗଡ଼ ମାଓବାଦୀ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ ସବ୍ୟସାଚୀ ପଣ୍ଡା ଆଜି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସବ୍ୟସାଚୀ ପଣ୍ଡାଙ୍କ ନାମରେ ୯ ଗୋଟି ମାମଲା ରୁଜୁ କରାଯାଇଥିଲା । ଏଥି ମଧ୍ୟରୁ ଦଶପଲ୍ଲା ଆକ୍ରମଣର ୪ ଗୋଟି ମାମଲାରୁ ସବ୍ୟସାଚୀ ନିର୍ଦ୍ଦୋଷରେ ପୂର୍ବରୁ ଖଲାସ ହୋଇ ସାରିଛନ୍ତି । ଆଜି ନୟାଗଡ଼ ରିଜର୍ଭ ପୁଲିସ ବ୍ୟାରେକରେ ହୋଇଥିବା ମାଓବାଦୀ ଆକ୍ରମଣର ଥିଲା ଚୂଡ଼ାନ୍ତଶୁଣାଣି । ମାନ୍ୟବର ବିଚାରପତି ରୂପଶ୍ରୀ ଚୌଧୁରୀ ଆଜି ସବ୍ୟସାଚୀଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସେମାନେ ହେଲେ ଜଗତସିଂପୁରର ମଞ୍ଜୁଲତା ମୁଦୁଲି ଓ ପ୍ରତାପ କିମ୍ବିକା। ସଶସ୍ତ୍ର ମାଓବାଦୀମାନେ ନୟାଗଡ଼ ଜିଲ୍ଲାରେ ଆକ୍ରମଣ କରି ୧୫ ଜଣ ପୁଲିସ କର୍ମଚାରୀ ଏବଂ ଜଣେ ସାଧାରଣ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ। ଜିଲ୍ଲା ରିଜର୍ଭ ଅଫିସ, ନୟାଗଡ଼…
Read Moreମଂଚାୟନ ତରଫରୁ ବିଶ୍ୱ ନାଟ୍ୟ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟକର ସହଯାତ ପ୍ରବୃତ୍ତି ହେଉଛି ପ୍ରକୃତ ମାନବିକ ଗୁଣ ଉପରେ ଆଧାରିତ ମାନବିକ ଆଚରଣ ଯାହା ହିଁ ଜୀବନ। ଚାଲନ୍ତୁ ଆମେ ମିଶି ଗୋଟିଏ ମାନବ ସମାଜ ଗଢ଼ିବା। ବିଖ୍ୟାତ ପଥପ୍ରଦର୍ଶକ କନଷ୍ଟାଟିନ୍ ଷ୍ଟାନିସଲାଭସ୍କିଙ୍କ ଭାଷାରେ – କାଦୁଅ ଲଗା ପାଦରେ ନାଟକ ପ୍ରେକ୍ଷାଳୟକୁ କେବେ ମଧ୍ୟ ଆସନାହିଁ,ଧୂଳି ମଇଳାକୁ ବାହାରେ ଛାଡିଦେଇ ଆସ। ବିଶ୍ବ ନାଟ୍ୟ ଦିବସ ଅବସରରେ ଇଜିପ୍ଟର ଅଭିନେତ୍ରୀ ସମୀହା ଆୟୁବଙ୍କର ବାର୍ତ୍ତାମଧ୍ୟରୁ ଏହା କିୟଦଂଶ। ଆଜି ନୟାଗଡର ପ୍ରମୁଖ ନାଟ୍ୟ ଅନୁଷ୍ଠାନ ମଞ୍ଚାୟନ ତରଫରୁ ସ୍ଥାନୀୟ ନ୍ୟୁ ଜନତା କଂପ୍ଳେକ୍ସ ପରିସରରେ ସୁରେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱ ଏବଂ କାମାକ୍ଷା ପ୍ରସାଦ ଦାଶଙ୍କ ସଂଯୋଜନାରେ ପାଳିତ ହୋଇଯାଇଛି ବିଶ୍ବ ନାଟ୍ୟ ଦିବସ। ଏହି କାର୍ଯ୍ୟକ୍ରମରେ ନୟାଗଡର ସଂସ୍କୃତି ପୁରୁଷ ପ୍ରଦୀପ୍ତ କୁମାର ପଟ୍ଟନାୟକ, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଭଗବତୀ…
Read Moreଲୋକଙ୍କ ପାଇଁ ଲୋକାର୍ପିତ ହେଲା ‘ଆମ ପାଇଁ ବଡ଼ ଆମ ନୟାଗଡ଼’ ସେଲଫି ପଏଣ୍ଟ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆମ ପାଇଁ ବଡ଼ ଆମ ନୟାଗଡ଼’ର ସ୍ରଷ୍ଟା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଏହି ବାର୍ତ୍ତା ଆଜି ଘରେ ଘରେ ପରିଚିତ। ଏହାକୁ ସ୍ମରଣୀୟ ରଖିବା ପାଇଁ ନୟାଗଡ଼ ପୌରାଞ୍ଚଳ ପକ୍ଷରୁ ତ୍ରିନାଥ ଛକଠାରେ ସ୍ଥାପିତ ‘ଆମ ପାଇଁ ବଡ଼ ଆମ ନୟାଗଡ଼’ ସେଲ୍ଫି ପଏଣ୍ଟର ଶୁଭ ଉଦଘାଟନ ହେବା ସହିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଏବଂ ଶ୍ରୀରାମ ମନ୍ଦିର ସାମ୍ନା ଖୋଲା ଜାଗାରେ ପେଭରବ୍ଲକ କାର୍ଯ୍ୟର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦାନ କରି ଏହାର ଶୁଭ ଉଦଘାଟନ କରିବା ସହିତ ସମର୍ପଣ ମନୋଭାବ ରହିଲେ ବିକାଶ ହୋଇପାରିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ…
Read Moreବରକନ୍ୟାରେ ଡ଼ଃ. ଅରୁଣଙ୍କ ସହ ପହଞ୍ଚିଲେ ମନ୍ତ୍ରୀ, ବିଧାୟକ ଓ ଜିଲ୍ଲା ପ୍ରଶାସନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜଙ୍ଗଲ ଓ ପାହାଡ଼ ଘେରା ନୟାଗଡ଼ ଜିଲ୍ଲା ପାକୃତିକ ସମ୍ଭାରରେ ପରିପୂର୍ଣ୍ଣ । ଅନେକ ନଦୀ ନାଳ ଓ ପାହାଡ଼ ପର୍ବତ ଜିଲ୍ଲାକୁ ଆଚ୍ଛାଦିତ କରି ରଖିଛି । କିଛିବର୍ଷ ତଳେ ଶିମିଳି ଝରଣା ଲୋକଲୋଚନକୁ ଆସି ଲୋକପ୍ରିୟ ହୋଇଥିବା ବେଳେ ଏବେ ବରକନ୍ୟା ଝରଣା ଏକ ପ୍ରମୁଖ ସ୍ଥାନ ଭାବେ ଉଭା ହୋଇଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ସରହଦ ରିଜର୍ଭ ଫରେଷ୍ଟରେ ବର୍ଷସାରା କୁଳୁକୁଳୁ ଶବ୍ଦରେ ବହି ଚାଲିଛ ବରକନ୍ୟା ଝରଣା । ଦୀର୍ଘଦିନ ଧରି ଏହା ଲୋକ ଲୋଚନକୁ ଆସିନଥିବା ଏବେ ବେଶ ଲୋକପ୍ରିୟ ହୋଇଛି। ଆଜି ସକାଳୁ ସକାଳୁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ, ବଡ଼ମ୍ବା…
Read Moreନୟାଗଡ଼ ଦର୍ପଣର ନୂତନ କାର୍ଯ୍ୟାଳୟ ଉଦଘାଟିତ ସହ ‘ମଦ ମଣିଷ’ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଏବଂ ମିଡ଼ିଆ ହାଉସ ‘ଦର୍ପଣ ପବ୍ଲିକେଶନ’ର ନୂତନ କାର୍ଯ୍ୟାଳୟ ଆଜି ଦର୍ପଣ କ୍ୟାମ୍ପସରେ ଉଦଘାଟିତ ହେବା ସହିତ ଖବର କାଗଜ ଓ ନ୍ୟୁଜ ପୋର୍ଟାଲ ‘ନୟାଗଡ଼ ଦର୍ପଣ’ର ପ୍ରତିଷ୍ଠାତା ଗୀତିକଳ୍ପ ହରିଶ ପ୍ରଧାନଙ୍କ ଲିଖିତ ପୁସ୍ତକ ‘ମଦ ମଣିଷ’ ଉନ୍ମୋଚିତ ହୋଇଯାଇଛି। ଏଥିରେ ଉଦଘାଟକ ଭାବେ ନୟାଗଡ଼ର ବିଶିଷ୍ଟ ନାଟ୍ୟକାର ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ରାମଚନ୍ଦ୍ର ମିଶ୍ର ଯୋଗଦାନ କରି କାର୍ଯ୍ୟାଳୟ ଏବଂ ପୁସ୍ତକ ଉନ୍ମୋଚନ କରିଥିବା ବେଳେ କବି ଗୋଦାବରୀଶ ମିଶ୍ର, ନିର୍ମଳ ଶୁରଦେଓ, ପ୍ରାଧ୍ୟାପକ ଉମେଶ ମହାପାତ୍ର, ବସିରନ ବିବି, ଡ଼ ସୁକାନ୍ତି ମହାନ୍ତି, ପ୍ରଭାସିନୀ ବରାଡ଼, ସମାଜସେବୀ ଦାମୋଦର ସାହୁ, ଏମ. ଔରଙ୍ଗଜେବ, ପ୍ରଭାସିନୀ ନନ୍ଦ, ପ୍ରହଲ୍ଲାଦ ପ୍ରଧାନ, ଧିରେନ୍ଦ୍ର ପଟ୍ଟନାୟକ, କାଵଜ୍ଞ ସ୍ଥିତପ୍ରଜ୍ଞ, ଅନୱର ଅଲ୍ଲୀ, ସାମ୍ବାଦିକ ପ୍ରଶାନ୍ତ ଜେନା, ସାମ୍ବାଦିକ…
Read Moreବିରୁଡ଼ା ପଞ୍ଚାୟତ ଆଜି ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ବିରୁଡ଼ାରେ ଆଜି କୋଟିଏ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଦୁଇଟି ପ୍ରକଳ୍ପ ଶିଳାନ୍ୟାସ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଶିଳାନ୍ୟାସ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୬୨ଲକ୍ଷ ଟଙ୍କା ବ୍ୟୟରେ ବିରୁଡ଼ା ଆରଆଇ ସେଣ୍ଟର ପାଇଁ ଶିଳାନ୍ୟାସ କରାଯାଇଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ୩୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବିରୁଡ଼ା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବହୁ ଉପଯୋଗୀ ଗୃହକୁ ଶିଳାନ୍ୟାସ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ଆଶିଷ ଅଗ୍ରୱାଲ,…
Read Moreବିଭିନ୍ନ ଦାବୀ ନେଇ ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଦୁର୍ଯ୍ୟୋଧନ ସାହୁଙ୍କ ସମେତ ବରିଷ୍ଠ ସଦସ୍ୟ ସୁରେନ୍ଦ୍ରନାଥ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ଶତପଥୀ, ନିତ୍ୟାନନ୍ଦ ରାଉତରାୟ, ବୈକୁଣ୍ଠ ନାଥ ସ୍ୱାଇଁ ଏବଂ ସୁନିଲ କୁମାର ସାହୁ ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ। ଆଜିର ସମାଜରେ ଅଧିକାଂଶ ୬୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ସମାଜ, ପ୍ରଶାସନ, ପରିବାର ଠାରୁ ଦୂରରେ ରହି ବିଷାଦ ତଥା ଘୋର ଦୁର୍ଦ୍ଦିନରେ କାଳ ଯାପନ କରୁଅଛନ୍ତି । ଅଧୂକାଂଶ ବାପା, ମା, ନିଜ ପୁଅ ଝିଅ ମାନଙ୍କ ଠାରୁ ନିର୍ଯ୍ୟାତିତ ହେବାର ନଜିର ମଧ୍ୟ ଅଛି। ଏହିପରି ୯୦ପ୍ରତିଶତ ଘଟଣା ଲୋକଲୋଚନ କିମ୍ବା ଗଣମାଧ୍ୟମକୁ ଆସିପାରୁନାହିଁ ।…
Read More