ଅବସର ନେଲେ ପଞ୍ଚାନନ ସାର୍

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ସରକାରୀ ଉଚ୍ଚପ୍ରାଥମିକ(ମ ଇଂ) ବିଦ୍ୟାଳୟ ଓଡ଼ଗାଁରୁ ଆଜି ଶ୍ରୀଯୁକ୍ତ ପଞ୍ଚାନନ ପଣ୍ଡା ସରକାରୀ ଶିକ୍ଷା ସେବାରୁ ନିବୃତ୍ତ ହୋଇଛନ୍ତି। ଏଥିପାଇଁ ଏକ ଅବସରକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭା ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତି ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ଆରମ୍ଭ କରାଯାଇଥିଲା।ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ ମୁଖ୍ୟ ଅତିଥି,ସମାଜସେବୀ ଦିବାକର ନାୟକ,ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଭାଗ୍ୟଲତା ଦାଶ, ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସମ୍ପାଦକ ଭକ୍ତରଞ୍ଜନ ମିଶ୍ର, ଓଡ଼ଗାଁ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ର ସମ୍ପାଦକ ସଚ୍ଚିଦାନନ୍ଦ ଦାସ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀମନ୍ତ ମହାରଣା,ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ତ୍ରିଲୋଚନ ସାମନ୍ତରାୟ ଆସନ ଅଳଂକୃତ କରିଥିଲେ।ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସୌଦାମିନୀ ମହାପାତ୍ର, ପ୍ରକାଶ ଦାଶ,ପ୍ରଭାତୀ ବିଶ୍ୱାଳ ପ୍ରଥମେ ପଞ୍ଚାନନ ସାରଙ୍କ ଗୁଣଗାନ କରିଥିଲେ।ଶିକ୍ଷକ ରଞ୍ଜନ କୁମାର ଦାଶ ଓ ସଞ୍ଜୁବାଳା ଦେଈ ଶ୍ରୀଯୁକ୍ତ ପଣ୍ଡା ଙ୍କ ଆଦର୍ଶ, ସମୟାନୁବର୍ତ୍ତୀତା, କାର୍ଯ୍ୟ କରିବାର କୌଶଳକୁ ମନେପକାଇ ସ୍ମୃତି କୁ ରୋମନ୍ଥନ କରିଥିଲେ।ଠିକ ସେହିପରି ଉଦ୍ଧବ ସରକାରୀ ମଧ୍ୟ ଇଂରାଜୀ ଵିଦ୍ୟାଳୟର ଶିକ୍ଷିକା ସୁକାନ୍ତି ପଣ୍ଡା ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ ସାନକୁଟୁଣୀର ଲଡୁକିଶୋର ବେହେରା ସରକାରୀ ଶିକ୍ଷା ସେବାରୁ ନିବୃତ୍ତ ହୋଇଛନ୍ତି। ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଓଡ଼ଗାଁ ତରଫରୁ ସମସ୍ତ ଙ୍କୁ ପ୍ରୋଭିଜିନାଲ ପେନସନ ପେପର ପ୍ରଦାନ କରାଗଲା। ସମସ୍ତ କାର୍ଯ୍ୟ କୁ ବିଦ୍ୟାଳୟର ଶିକ୍ଷକ ନରେଶ ପାଣିଗ୍ରାହୀ ପରିଚାଳନା କରିଥିଲେ।ପରିଶେଷରେ ମାତୃମଞ୍ଚ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟା ସଭ୍ୟ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଏବଂ ଉକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷିକା, ଛାତ୍ର ଛାତ୍ରୀ ସଭିଏଁ ଶ୍ରୀଯୁକ୍ତ ପଣ୍ଡାଙ୍କୁ ବିଦ୍ୟାଳୟ ରୁ ନିଜ ବାସଭବନ ପର୍ଯ୍ୟନ୍ତ ନେଇ ବିଦାୟ ଦେଇ ଆସିଥିଲେ।

Related posts