ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ପ୍ରଦାନ ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଆଜି ସଚିବାଳୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପ ଏବଂ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କୁ ସାକ୍ଷାତ କରି ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ପ୍ରଦାନ ପାଇଁ ଆବଶ୍ୟକ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ୪ତାରିଖରେ ବିଧାୟକ ଡ ସାହୁ ଚିଠି ନଂ-୧୦୬/ଏମଏଲଏଏନ ରେ ଛେନାପୋଡ଼କୁ ଭୌଗଳିକ ମାନ୍ୟତା ପାଇଁ ଚିଠି ଲେଖିଥିଲେ।ଏହା ପରେ ନୟାଗଡ଼ ଜିଲାପାଳ ଗତ ୨୦ ତାରିଖରେ ଚିଠି ନଂ-୬୩୭/୨୦.୦୩.୨୦୨୩ ମାଧ୍ୟମରେ ନିବନ୍ଧକ, ଭୌଗଳିକ ସଂକେତ ରେଜିଷ୍ଟ୍ରି ଅଫିସ, ଚେନ୍ନାଇଙ୍କୁ ଆବଶ୍ୟକ ଦସ୍ତାବିଜ ସହିତ ଛେନାପୋଡ଼ର ଜିଆଇ ଟ୍ୟାଗ ନିମନ୍ତେ ଆବେଦନ କରିଥିଲେ। ତେବେ ନୟାଗଡ଼ ଜିଲ୍ଲା ତଥା ରାଜ୍ୟର ଗର୍ଵ ଓ ଗୌରବ ବୃଦ୍ଧି ତଥା ସ୍ୱାଦିଷ୍ଟ ଛେନାପୋଡ଼ର ଜିଆଇ ଟ୍ୟାଗ ଭୌଗଳିକ ପରିଚୟ ମିଳି ପାରିବ ବୋଲି ବିଧାୟକ ଡ଼ଃ. ସାହୁ ତାଙ୍କ ଦାବିପତ୍ରରେ ଉଲେଖ କରିଛନ୍ତି।

Related posts