ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଘୋଳାହାଣ୍ଡିର ହିନ୍ଦୀ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୋଳାହାଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ସୁରେଶ କୁମାର ସାହୁ ଆଜି ଶିକ୍ଷା ସେବାରୁ ଅବସର ନେଇଛନ୍ତି। ଏହିବସରରେ ବିଦ୍ଯାଳୟ ପରିସରରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ଯୋଗଦେଇଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ବ୍ଲକ ଅଧ୍ଯକ୍ଷ ତଥା ସମବାୟ ବ୍ୟାଙ୍କ ଡାଇରେକ୍ଟର ଉପେନ୍ଦ୍ର କୁମାର ସାହୁ, ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଆଡଭୋକେଟ ଶରତଚନ୍ଦ୍ର ବେହେରା, ଘୋଳାହାଣ୍ଡି ସରପଞ୍ଚ ଅରୁଣ କୁମାର ସ୍ୱାଇଁ, ଓଷ୍ଟାର ଜିଲ୍ଲା ସମ୍ପାଦକ ମାଣିକେଶ୍ଵର ସ୍ୱାଇଁ, ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ଯ ଗୋଲକ ବିହାରୀ ସାହୁ, ବ୍ଳକ ସମ୍ପାଦକ ଅକ୍ରୁର ପରିଡା, ଅବସରପ୍ରାପ୍ତ ଆଇପିଇ ତ୍ରିନାଥ ସାହୁ, ସିଆରସିସି ଭଗବାନ ଦେହୁରୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରଘୁନାଥ ସାହୁ, ପ୍ରମୋଦ କୁମାର ପ୍ରଧାନ ଓ ଅନନ୍ତ ନାରାୟଣ ନନ୍ଦଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ କର୍ମଚାରୀ, ମୋ ସ୍କୁଲ କମିଟି କର୍ମକର୍ତ୍ତା, ଏମଇ ସ୍କୁଲ ପ୍ରଧାନଶିକ୍ଷୟତ୍ରୀ, ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ପଞ୍ଚାୟତର ବହୁ ମାନ୍ଯଗଣ୍ଯ ବ୍ୟକ୍ତି ଯୋଗଦେଇଥିଲେ।

ଆଜିର ଏହି ବିଦାୟକାଳୀନ ସଭାରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରୀଯୁକ୍ତ ସାହୁଙ୍କ ଆଦର୍ଶ, ସମୟାନୁବର୍ତ୍ତୀତା, କାର୍ଯ୍ୟ କରିବାର କୌଶଳକୁ ମନେପକାଇ ପୁରୁଣା ସ୍ମୃତିକୁ ରୋମନ୍ଥନ କରିଥିଲେ। ଶ୍ରୀଯୁକ୍ତ ସାହୁଙ୍କୁ ବିଭିନ୍ନ ମହଲରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଦ୍ୟାଳୟର ସହକାରୀ ଶିକ୍ଷକ ବାଲାରସେନ ପାତ୍ର ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

Related posts