ନୟାଗଡ଼ରେ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ, ଆସନ୍ତା ସେପ୍ଟେମ୍ବର ମାସ ୯ତାରିଖରେ ତୃତୀୟ ଲୋକ ଅଦାଲତ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶମତେ ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚଳିତ ବର୍ଷର ଦ୍ୱିତୀୟ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଲୋକ ଅଦାଲତରେ ସର୍ବମୋଟ ୨୧୪୩ ଗୋଟି ମାମଲାର ଆପୋଷ ସମାଧାନ ଦ୍ବାରା ଫଇସଲା ହୋଇପାରିଛି । ଏଥରେ ୩ ଗୋଟି ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତି ପୂରଣ ବାବଦକୁ୮୫,୦୦୦/- ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ୨୧୨୫ ଗୋଟି ରାଜସ୍ବ ମାମଲା ଫଇସଲା କରାଯାଇ ୧୮,୬୮,୯୪୪/- ଟଙ୍କା ଆଦାୟ କରାଯାଇଥିଲା । ସେହିପରି ୦୫ ଗୋଟି ବିବାହଜନିତ ମାମଲା ଏବଂ ୦୧ ଟି ଏନ.ଆଇ.ଆକୁ…

Read More

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଓଡ଼ଗାଁରେ ବୃକ୍ଷରୋପଣ,

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଓଡ଼ଗାଁରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଛାତ୍ର ଛାତ୍ରୀ,ଗୁରୁଜୀ ଗୁରୁମା ମାନଙ୍କ ଦ୍ୱାରା ଗଛଟିଏ ପିଲାଟିଏ, ବନ୍ଧୁ ଆମର ଗଛ,ନୂହେଁ ତ ଏହା ମିଛ,ଦିଏ ଆମକୁ ବାସ,ଔଷଧ ଖାଦ୍ୟ ରସ,ବସ୍ତ୍ର ସାଙ୍ଗକୁ ବାୟୁ,ବଢାଏ ଆମ ଆୟୁ,ବରଷା ଜଳମୟ,ମାଟି ନକରେ କ୍ଷୟ ଏପରି ବିଭିନ୍ନ ସ୍ଲୋଗାନ ଦେଇ ସାହି ପରିକ୍ରମା କରି ଲୋକମାନଙ୍କୁ ସଚେତନ କରାଇଥିଲେ।ପରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଶିକ୍ଷାକେନ୍ଦ୍ର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଓଡ଼ଗାଁ ବନଖଣ୍ଡ ଅଧିକାରୀ ନିଖିଲେଶ ମଲ୍ଲିକ, ସମ୍ମାନିତ ଅତିଥି ରୂପେ ବନପାଳ ସନ୍ଧ୍ୟାରାଣୀ ନାୟକ, ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ, ସମାଜସେବୀ ଦ୍ୱିତୀକୃଷ୍ଣ ମିଶ୍ର ଉପସ୍ଥିତ ରହି ପରିବେଶ ପ୍ରତି ବୃକ୍ଷ ର ଅବଦାନ, ବ୍ୟବହୃତ ପ୍ଳାଷ୍ଟିକ ବୋତଲ କୁ କିପରି…

Read More

ବିଜୁ ଜନତା ଦଳର ସାଂଗଠନିକ ସଭା, ସୋସିଆଲ ମିଡିଆରେ ସକ୍ରିୟ ହେବାକୁ ଆହ୍ୱାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳର ପକ୍ଷରୁ ଏକ ସାଂଗଠନିକ ଆଲୋଚନା ପର୍ବ ନୟାଗଡ଼ ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ସଭାରେ ପ୍ରଥମେ ବିଜେଡି କୃଷକ ଦଳ ସଭାପତି ସ୍ୱର୍ଗତ ଜଗନ୍ନାଥ ପଣ୍ଡାଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ସଭାରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ କର୍ମୀଙ୍କ ସହ ଆଲୋଚନା କରିଥିଲେ । ବିଜୁ ଜନତା ଦଳ ସାଂଗଠନିକ ସ୍ଥିତିକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ନୟାଗଡ଼ ବ୍ଲକର ୨୯ ଟି ପଞ୍ଚାୟତ ଅଧିନରେ ରହିଥିବା ସମସ୍ତ ଗାଁରେ ନବୀନ ବିକାଶକୁ କିଭଳି ଋପରେଖ ଦିଆଯିବ, ତାହା ଉପରେ ଆଲୋଚନା କରିଥିଲେ । ଗାଁର ବିକାଶ ମୂଳକ କାର୍ଯ୍ୟ ତ୍ୱରାନ୍ୱତି କରିବା ଉପରେ କର୍ମୀଙ୍କ…

Read More

ବିଶାଳ ପରିବେଶ ସଚେତନତା ଶୋଭାଯାତ୍ରା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବନ ମହୋତ୍ସବ- ୨୦୨୩ ଅବସରରେ ନୟାଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମା ଫାଉଣ୍ଡେସନ୍ ର ସଂପାଦକ ରଂଜନ ରଶ୍ମି ଜେନା ଓ ଡି.ଏ.ଭି. ପଵ୍ଳିକ ସ୍କୁଲ୍, ନୟାଗଡ଼ର ଅଧ୍ୟକ୍ଷ ସରୋଜ କୁମାର ମିଶ୍ରଙ୍କ ପୌରୋହିତ୍ୟରେ ଏକ ବିଶାଳ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡିଏଭି ପବ୍ଲିକ ସ୍କୁଲର ଶିକ୍ଷକ ସରୋଜ କୁମାର ସାହୁ ସମାଜସେବୀ, ଗୋପୀନାଥ ସେଠୀ ଓ ବିଜୟାନନ୍ଦ ମହାପାତ୍ରଙ୍କ ତତ୍ବାବଧାନରେ ଆୟୋଜିତ ବିଶାଳ ସଚେତନତା ଶୋଭାଯାତ୍ରା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ ବିଶିଷ୍ଟ ଅତିଥି ଭାବେ ବରିଷ୍ଠ ସମାଜସେବୀ ଦାମୋଦର ସାହୁ ଯୋଗ ଦେଇ ଵନ ମହୋତ୍ସବ -20230କୁ ପ୍ଳାକ୍ ଦେଖାଇ ଶୁଭାରମ୍ଭ କରିଵା ସହ ସଚେତନତା ଶୋଭାଯାତ୍ରାରେ ସାମିଲ ହେଵାସହ ଗୋଟାଏ ଲେଖାଏଁ…

Read More

ଆଇପିଏସ୍‌ ସ୍ତରରେ ଅଦଳବଦଳ, ନୟାଗଡ଼ ଏସ୍‌ପି ହେଲେ ରାହୁଲ ଜୈନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଇପିଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। କଟକ ଏସ୍‌ପି ଭାବେ ମିହିର କୁମାର ପଣ୍ଡାଙ୍କୁ ଦାୟିତ୍ବ ମିଳିଥିବା ବେଳେ ନୟାଗଡ଼ ଏସ୍‌ପି ଭାବେ ରାହୁଲ ଜୈନଙ୍କୁ ନିଯୁକ୍ତ କରିଛନ୍ତି ଓଡ଼ିଶା ସରକାର। ନୟାଗଡ଼ ଏସ୍‌ପି ଅଲେଖ ଚନ୍ଦ୍ର ପହି ଅବସର ଗ୍ରହଣ କରିବା ପରେ ନୟାଗଡ଼ ଏସପି ଭାବେ ୨୦୧୫ ବ୍ୟାଚର ଆଇପିଏସ୍‌ ରାହୁଲ ଜୈନ ନିଯୁକ୍ତ ହୋଇଛନ୍ତି । ସେ ପୂର୍ବରୁ ବରଗଡ଼ ଏସ୍‌ପି ଭାବେ କାର୍ଯ୍ୟ କରୁଥିଲେ। ସେହିପରି ସଫିନ ଅହମ୍ମଦ କେ ହେଲେ କ୍ରାଇମବ୍ରାଞ୍ଚ ଆଇଜି। ସାର୍ଥକ ଷଡ଼ଙ୍ଗୀ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ହୋଇଥିବା ବେଳେ ସତ୍ୟଜିତ ନାୟକ ହେଲେ ଏଚ୍ଆର୍‌ପିସି ଡିଆଇଜି।

Read More

ନୟାଗଡ଼ ଜିଲ୍ଲାର ଅର୍ଦ୍ଧାଧିକ ଥାନା ଅଧିକାରୀଙ୍କ ଅନ୍ୟତ୍ର ଜିଲ୍ଲାକୁ ବଦଳି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୁଲିସରେ ବଡ଼ ଧରଣର ଅଦଳ ବଦଳ ହୋଇଥିବା ସୂଚନା। ଜିଲ୍ଲାରୁ ଅର୍ଦ୍ଧାଧିକ ଥାନା ଅଧିକାରୀଙ୍କ ଅନ୍ୟ ଜିଲ୍ଲାକୁ ବଦଳି ହୋଇଛି । ସୂଚନା ଥାଉକି, ଇଟାମାଟି ଥାନା ଅଧିକାରୀ ଦିପକ କୁମାର ଖଣ୍ଡାୟତରାୟଙ୍କ ପୁରୀ ଜିଲ୍ଲାକୁ ବଦଳି ହୋଇଛି। ଇନ୍ସିପେକ୍ଟର ବଦ୍ୟନାରାୟଣ ଭୋଇଙ୍କର ପୁରୀ ଜିଲ୍ଲାକୁ, ନୂଆଗାଁ ଥାନା ଅଧିକାରୀ ବିମଳ କୁମାର ମଲ୍ଲିକଙ୍କ କେନ୍ଦ୍ରାପଡ଼ା, ଫତେଗଡ଼ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡାଙ୍କର ଖୋର୍ଦ୍ଧା, ଓଡ଼ଗାଁ ଥାନା ଅଧିକାରୀ ଜୟଦୀପ ମହାନ୍ତିଙ୍କର ପୁରୀ, ନୟାଗଡ଼ ଟାଉନ ଥାନା ଅଧିକାରିଣୀ ପ୍ରଜ୍ଞାପାରମିତା ଜେନାଙ୍କର କେନ୍ଦ୍ରାପଡ଼ା, ସଦର ଥାନା ଅଧିକାରୀ ମନୋରମା ମଲ୍ଲିକଙ୍କ ଜଗସିଂହପୁର, ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କର ପୁରୀ, ବାଣିଗୋଚ୍ଛା ଥାନା ଅଧିକାରୀ ସଞ୍ଜୟ କୁମାର ମଲ୍ଲିକଙ୍କର କେନ୍ଦ୍ରାପଡ଼ା, ଖଣ୍ଡପଡ଼ା ଥାନା ଅଧିକାରୀ ରମେଶ କୁମାର ଦେବତାଙ୍କର…

Read More

ପୁଣି ଷ୍ଟାର୍ଟ ହେଲାନି ମେମୁ ଟ୍ରେନ, ନୟାଗଡ଼ ଷ୍ଟେସନରେ ଯାତ୍ରୀଙ୍କ ହୋହଲ୍ଲା

ନୟାଗଡ଼,(ନୟାଗଡ଼ ଦର୍ପଣ): ରେଳ ବିଭାଗର ଖାମଖିଆଲ ନୀତି ଯୋଗୁଁ ପୁଣି ଆଜି ମେମୁ ଟ୍ରେନ ସମ୍ପୂର୍ଣ୍ଣ ଅଚଳ ହୋଇଯିବା ସହିତ ଯାତ୍ରୀ ମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଖବରରୁ ପ୍ରକାଶ ଯେ ଆଜି ସକାଳ ୬ଟା ୪୫ରେ ଏହି ଟ୍ରେନ ଭୁବନେଶ୍ୱର ଛାଡିବାକୁ ଥିଲା। ଯାତ୍ରୀମାନେ ଟିକେଟ କାଟି ଗାଡି ଭିତରେ ବସିଥିଲେ। ଯାତ୍ରୀ ଭରପୁର ଥିବା ଗାଡି ପ୍ରଥମ ହୁଇସିଲ ଏବଂ ଦ୍ୱିତୀୟ ହୁଇସିଲ ମାରି ବାହାରିବା ବେଳକୁ ଗାଡ଼ି ଆଉ ଆଗକୁ ଗଡି ନଥିଲା । ଜଣା ପଡିଥିଲା ଯେ ଗାଡ଼ି ଏୟାର ପ୍ରେସର ନେଉ ନାହଁ। ଗାଡି ଚାଳନା କରୁଥିବା ସମସ୍ତ ତିନିଜଣ ଯାକ ଲୋକପାଇଲଟ ଯେତେ ଚେଷ୍ଟା କଲେ ମଧ୍ୟ ଗାଡ଼ି ଆଗକୁ ଚଙ୍କି ନଥିଲା। ଏ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯିବା ସହିତ ଚାପା…

Read More

ନୟାଗଡ କ୍ରିୟାନୁଷ୍ଠାନ କମିଟି ତରଫରୁ ବନ ମହୋତ୍ସବ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ କ୍ରିୟାନୁଷ୍ଠାନ କମିଟି ତରଫରୁ ଓ ଦେବୀଦତ୍ତ ଯୁବ ପରିଷଦ, ସହଯୋଗ ରେ ମାଧପୁର ଠାରେ ବନ ମହୋତ୍ସବ ଅବସରରେ ବୃକ୍ଷ ରୋପଣ କରାଯାଇଛି l ଉକ୍ତ ଉତ୍ସବ ରେ ସରପଞ୍ଚ ଶିବାନୀ ଦାସ ଅତିଥି ରୂପେ ଯୋଗ ଦେଇଥିଲେ ଓ ଏହି କାର୍ଯ୍ୟକ୍ରମ ରେ ବନ ବିଭାଗ ତରଫରୁ ବନପାଳ ବନମାଳୀ ରାଉତ, ବନରକ୍ଷୀ ସୁବାସ ଚନ୍ଦ୍ର ନାୟକ, ଦିପ୍ତିମୟୀ ରାଉତ, ପ୍ରଜ୍ଞାଶ୍ରୀ ମହାଳିକ ଙ୍କ ସମେତ ନୟାଗଡ କ୍ରିୟାନୁଷ୍ଠାନ କମିଟି ର ସଭାପତି ନୀଳକଣ୍ଠ ବେହେରା ଙ୍କ ନେତୃତ୍ୱ ରେପ୍ରଦୀପ କୁମାର ସାହୁ, ପ୍ରଭାସିନୀ ନନ୍ଦ, ସୁରେଶ ଚନ୍ଦ୍ର ଦାସ, ନିରଞ୍ଜନ ନନ୍ଦ, ବିଜୟ ମହାପାତ୍ର, ପବିତ୍ର କୁମାର ସାହୁ, ବାଉରୀ ବନ୍ଧୁ ବେହେରା, ଭରତ ଚରଣ ସାହୁ ପ୍ରଭୃତି କାଜୁ, ଆମ୍ବ, ପିଜୁଳି, ଶାଗୁଆନ, ଜାମୁ ଆଦି ଚାରା ରୋପଣ…

Read More

ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନଶୁଣାଣି ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଶୁଣାଣି ଶିବିରରେ ମୋଟ ୧୮୫ଗୋଟି ମାମଲା ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ୧୩୨ ଗୋଟି ମାମଲା ଥିବା ବେଳେ ୪ ଗୋଟି ଗ୍ରାମ୍ୟ ସମସ୍ୟା ରହିଥିଲା । ୬୭ ଗୋଟି ମାମଲାର ତୁରନ୍ତ ସମାଧାନ କରାଯାଇଥିଲା। ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪୩ ଜଣଙ୍କୁ ସାହାଯ୍ୟ କରାଯାଇଥିବାବେଳେ ରେଡକ୍ରସରୁ ୬ଜଣଙ୍କୁ ସାହାଯ୍ୟ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହି ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉମାକାନ୍ତ ମଲ୍ଲିକ, ଜିଲ୍ଲା ମୁଖ୍ୟ ଚିକିତ୍ସା…

Read More

କବି ଡ. ସୁରେଶ ବରାଡ଼ଙ୍କୁ ରାଷ୍ଟ୍ରିୟ ସାହିତ୍ୟ ଶିରୋମଣି ସମ୍ମାନ

ଓଡଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ବିଶିଷ୍ଟ କବି, ଲେଖକ, କଥାକାର ଏବଂ ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦର ଉପସଭାପତି ଡ.ସୁରେଶ ଚନ୍ଦ୍ର ବରାଡ଼ଙ୍କୁ ତାଙ୍କର ସାମଗ୍ରିକ ସାହିତ୍ୟ ସାଧନା ପାଇଁ ପଶ୍ଚିମ ବଙ୍ଗର ଆସାନସୋଲସ୍ଥିତ ନବ୍ୟ ଫାଉଣ୍ଡେସନ ତରଫରୁ ସମ୍ମାନ ସୂଚକ ‘ରାଷ୍ଟ୍ରିୟ ସାହିତ୍ୟ ଶିରୋମଣି’ ସମ୍ମାନରେ ଭୂଷିତ କରାଯାଇଛି। ଡ.ବରାଡ଼ ୨୨ ଖଣ୍ଡ ବିଭିନ୍ନ ଉପାଦେୟ ପୁସ୍ତକ ରଚନା କରି ନୟାଗଡ଼ ଜିଲ୍ଲାରେ ପ୍ରତିଷ୍ଠିତ କବି ଓ ଲେଖକ ହିସାବରେ ସୁନାମ ଅର୍ଜ୍ଜନ କରିଛନ୍ତି। ତାଙ୍କର ଏହି ଉପାଦେୟ ପୁସ୍ତକ ଗୁଡ଼ିକ ବିଭିନ୍ନ ବିଦ୍ୟାଳୟ, ଧର୍ମ ଅନୁଷ୍ଠାନ ଏବଂ ଗ୍ରାମ ମାନଙ୍କରେ ଲୋକ ମାନଙ୍କ ମଧ୍ୟରେ ବେଶ ଆଦୃତ ହୋଇ ପାରିଛି। ତାଙ୍କ ସାହିତ୍ୟ ସାଧନାକୁ ଦୃଷ୍ଟିରେ ରଖି ତାଙ୍କୁ ରାଷ୍ଟ୍ରିୟ ସାହିତ୍ୟ ଶିରୋମଣି ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିପାଇଁ ଆଜି ଶରଣକୁଳ ନିକଟସ୍ଥ ହରିହରପୁରସ୍ଥ…

Read More