ମଣିପୁର ପାଇଁ ନୟାଗଡରେ ମୋଦି ବିରୋଧୀ ବିକ୍ଷୋଭ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଜେପି ଶାସନାଧୀନ ମଣିପୁର ରାଜ୍ୟରେ ଦୀର୍ଘ ଅଢେଇ ମାସ ହେଲା ସଂଖ୍ୟାଲଘୁ ଆଦିବାସୀ କୁକି ସମ୍ପ୍ରଦାୟ ଉପରେ ସଂଖ୍ୟାଗରିଷ୍ଠ ମୈତ୍ରେଇ ସମ୍ପ୍ରଦାୟର ଯେଉଁ ଅକଥନୀୟ ଅତ୍ୟାଚାର ଚାଲିଛି, ଆଦିବାସୀ ମହିଳାଙ୍କୁ ରାଜରାସ୍ତାରେ ଉଲଗ୍ନ କରି ପ୍ୟାରେଡ କରାଇବା ସହିତ ଗଣଧର୍ଷଣ ପୂର୍ଵକ ହତ୍ୟା କରାଯାଉଛି ଏବଂ ବିଜେପି ମାର୍କା କେନ୍ଦ୍ର ଓ ମଣିପୁର ସରକାର ଆଦୌ ଏହି ଅତ୍ୟାଚାର ପ୍ରତି ଭ୍ରୁକ୍ଷେପ ନକରି ବେପରୁଆ ମନ୍ତବ୍ୟ ଦେଉଛନ୍ତି, ତାର ପ୍ରତିବାଦରେ ନୟାଗଡ ମୁଖ୍ୟ ଛକରେ ମିଳିତ ବିରୋଧୀ ମଞ୍ଚ ଓ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ମୋଦି ଓ ଶାହାଙ୍କର ଚିତ୍ରପଟରେ ଅଗ୍ନି ସଂଯୋଗ କରା ଯାଇଛି ଜୁଲାଇ 23ରେ ! ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ରଙ୍କ ନେତୃତ୍ୱରେ ପରିଚାଳିତ ଏହି ପ୍ରତିବାଦ ବିକ୍ଷୋଭରେ ଜାତୀୟ କଂଗ୍ରେସର ଜିଲ୍ଲା ସଭାପତି ରଣଜିତ ଦାଶ, ସିପିଆଇଏମ ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବେହେରା, ସି ପି ଆଇ ନେତା ଅମୀୟ ପଟନାୟକ, ମହିଳା ନେତ୍ରୀ ସଂଯୁକ୍ତା ସେଠି,, ସିଟୁ ନେତା ଲୋଭାକାନ୍ତ ସ୍ୱାଇଁ, ସୁରେଶ ସ୍ୱାଇଁ, ଆଇ ଏନ ଟି ୟୁ ସି ନେତା ସତ୍ୟବ୍ରତ ନାୟକ, ଏ ଆଇ ଟି ୟୁ ସି ନେତା ଜୟନ୍ତ ଦାସ, ଶ୍ରମିକ ନେତା ଏସ ଏ କରିମ, ପବିତ୍ର ଇନ୍ଦ୍ରଜିତ, ନଳିନୀ ଦାଶ, ଆଲୋକ ପ୍ରଧାନ, ବିମଳ ଦାଶ, ଜୟନ୍ତୀ ଦାଶ, ଗୋପୀନାଥ ଜେନା ପ୍ରମୁଖ କେନ୍ଦ୍ର ସରକାରର ଏଭଳି ମତଲବବାଦୀ ଉଦାସୀନତାର କଟୁ ସମାଲୋଚନା କରି ତୁରନ୍ତ ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ଦାବି କରିଥିଲେ।

Related posts