ରୋଟାରୀ କ୍ଳବ ନୟାଗଡ଼ ତରଫରୁ ଅନ୍ନପୂର୍ଣ୍ଣା ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିକଟ ଘଡୁଆଳ ତପସ୍ୟା ଶିଶୁ ଗୃହ ରେ ରୋଟାରୀ କ୍ଳବ ନୟାଗଡ଼ ତରଫରୁ ଅନ୍ନପୂର୍ଣ୍ଣା ଦିବସ ପାଳନ ହୋଇ ଯାଇଛି। କ୍ଳବ ସଭାପତି ଅବଦୁଲ ଆରିଫ୍ ଖାଁନ୍ ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁ ଗୃହର ଅନ୍ତେବାସୀ ବାଳିକା ମାନଙ୍କ ସହିତ ରୋଟାରିଆନ ମାନେ କିଛି ସମୟ ଅତିବାହିତ କରିଥିଲେ। ଶିଶୁ ମାନଙ୍କର ବିଦ୍ଯାଳୟ ଶିକ୍ଷା, ଚିତ୍ରାଙ୍କନ ଶିକ୍ଷା ,ନୈତିକ , ବୌଦ୍ଧିକ ଓ ଶାରିରୀକ ଶିକ୍ଷା ସହିତ ଦୈନନ୍ଦିନ କାର୍ଯ୍ଯକ୍ରମ ବିଷୟରେ ଆଲୋଚନା କରିଥିଲେ। କ୍ଳବ ତରଫରୁ ଶିଶୁ ମାନଙ୍କ ପାଇଁ ମଧ୍ଯାହ୍ନ ଭୋଜନ ବ୍ଯବସ୍ଥା କରାଯାଇଥିଲା। ରୋଟାରୀ କ୍ଳବ ସଂପାଦକ ରୋଟାରିଆନ ଶ୍ରୀଧର ସାହୁ, ରୋଟାରିଆନ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ରୋଟାରିଆନ ପ୍ରବୀର କୁମାର ପ୍ରୁଷ୍ଟି, ରୋଟାରିଆନ ଜି. ରଶ୍ମିରାଜ ଓ ରୋଟାରିଆନ ଅବିନାଶ ସାହୁ କାର୍ଯ୍ଯକ୍ରମରେ ଉପସ୍ଥିତ ଥିଲେ।

Related posts