ସପ୍ତମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଯୁବଗୋଷ୍ଠୀ ଚାହିଁଲେ ସେବା ଏକ ଆନ୍ଦୋଳନ ହୋଇପାରିବ। ସେବାକୁ ଓଲଟାଇଲେ ବାସେ, ଏଣୁ ଏହାର ମହକରେ ସମାଜ ସୁଧାରି ହେବ। ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଗତ ଜୁଲାଇ ୧ ତାରିଖରୁ ଅନୁଷ୍ଠିତ ସପ୍ତମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବରେ ଯୋଗଦେଇ ମଂଚାସୀନ ଅତିଥିମାନେ ଏଭଳି ମତ ରଖିଛନ୍ତି । ଗତ ଜୁଲାଇ ୧ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ ୧୯ ତାରିଖ ଯାଏଁ ଅନୁଷ୍ଠିତ ହୋଇଯାଇଥିବା ଏହି ଜିଲ୍ଲାସ୍ଥରୀୟ ଉତ୍ସବରେ ଜିଲ୍ଲାର ୨ ହଜାର ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ରାସନ ଓ ଆର୍ଥିକ ସହାୟତା ସାଙ୍ଗକୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଯାଇଥିଲା। ଚଳିତ ବର୍ଷ ଏହି ସେବାଉତ୍ସବ ଜିଲ୍ଲାର ଆଠୋଟି ବ୍ଲକ ପରିକ୍ରମା କରିଥିବା ବେଳେ ସେବା ଉତ୍ସବର ସ୍ବେଛାସେବୀ ମାନେ ଘର ଘର ବୁଲି ଅସହାୟ ଓ ଅଭାବ ଅନାଟନ ଭିତରେ ଥିବା ଲୋକଙ୍କୁ ରାସନ, ଲୁଗା, ଚପଲ, ଛତା ଆଦି ବିଭିର୍ଣ୍ଣ ପ୍ରକାର ସେବା ଯୋଗାଇଥିଲେ । ଜିଲ୍ଲାର ଦୁଡ଼ା ଓ ଢିପମାଳ ଗ୍ରାମରେ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇଦିଆଯାଇଥିବା ବେଳେ ଏହି ଅବସରରେ ଅଙ୍ଗଦାନ ପାଇଁ ବିଭିର୍ଣ୍ଣ ଲୋକଙ୍କୁ ପ୍ରୋତ୍ସାହିତ କରାଯାଇଥିଲା। ଏହା ପରେ ପ୍ରତ୍ୟେକ ସନ୍ଧ୍ୟାରେ ଓଡିଶାସରକାରଙ୍କ ସଂସ୍କୃତି ବିଭାଗ ସହାଭାଗିତାରେ ବିଭିର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କ୍ରମରେ ସପ୍ତମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବର ଉଦଯାପନୀ ଉତ୍ସବ ନୟାଗଡ଼ ଦୁର୍ଗାପୂଜା ମଣ୍ଡପଠାରେ ମହାସମାରୋହରେ ସମାପିତ ହୋଇଯାଇଛି। ଏହି ଉଦଯାପନୀ ସଭାରେ ସେବା ଉତ୍ସବ ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଡାକ୍ତର ଅରବିନ୍ଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟ ବିଶିଷ୍ଠ ଅତିଥି ମାନଙ୍କ ମଧ୍ୟରେ ସମାଜସେବୀ ଦାମୋଦର ସାହୁ , ସେବା ସମିତି ଉପଦେଷ୍ଠା ସନ୍ତୋଷ ପ୍ରଧାନ,ବଂଶୀଧର ଫାଉଣ୍ଡେସନ ର ଅଧକ୍ଷ ମନୋଜ ସାହୁ, ସମାଜସେବୀ ବଂଶୀଧର ସାହୁ, ଯୁବ ଉଦ୍ୟୋଗୀ ଚନ୍ଦନ ସାହୁ,ମୈତ୍ରୀ ଯୁବ ସଂସଦର ସମ୍ପାଦକ ପ୍ରଦୀପ ସାହୁ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ଯୁବ ସାମ୍ବାଦିକ ଜୟନ୍ଦ୍ର ବେହେରା ସଂଯୋଜନା କରିଥିଲେ। ଏହାପରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ସହାଭାଗୀତାରେ କେନ୍ଦ୍ରାପଡା ଭାବଗ୍ରାହୀ କଳା ନିକେତନ ଓ ଅନ୍ୟାନ୍ୟ ସାଂସ୍କୃତିକ ଦଳଙ୍କ ଦ୍ୱାରା ବିଭିର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା। ଆଜିର କାର୍ଯ୍ୟକ୍ରମକୁ ସେବା ଉତ୍ସବ ସଦସ୍ୟ ଗୁଲସନ କୁମାର ଦାସ, ମଳୟରଂଜନ ରାୟ , ସଂଜୟ କୁମାର ପରିଡା, ସୁନୀଲ କୁମାର ନାୟକ, ସୋମ୍ୟା ସ୍ୱୟଂପ୍ରଭା, ରାଜଲକ୍ଷ୍ମୀ ମହାନ୍ତି, ଏସ ଓଁକାର, ବର୍ଷା ପ୍ରିୟଦର୍ଶିନୀ, ଯୁଧିଷ୍ଠିରବେହେରା, କୃପାସିନ୍ଧୁ ରାଉତ, ଏସ. ବିଜୟଲକ୍ଷ୍ମୀ ବେହେରା, ରଂଜନ ବେହେରା, ଲିଙ୍କନ ସାହୁ, କରଣ ବଡତିଆ, ରବୀନ୍ଦ୍ର ମହାରଣା ପ୍ରମୁଖ ପରିଚାଳନା କରିଥିଲେ।

Related posts