କବି ଗୌରାଙ୍ଗ ପ୍ରଧାନଙ୍କ ୮ମ ଶ୍ରାଦ୍ଧ ବାର୍ଷିକୀ ସଭା ଅନୁଷ୍ଠିତ

ଶରଣକୁଳ,(ନୟାଗଡ଼ ଦର୍ପଣ): ପ୍ରତିବର୍ଷ ଭଳି ଚଳିତ ବର୍ଷ କବି, ସାହିତ୍ୟିକ, ସ୍ତମ୍ଭାକାର, ସାମ୍ବାଦିକ ତଥା ଜନପ୍ରିୟ ରାଜନେତା କବି ଗୌରାଙ୍ଗ ପ୍ରଧାନ(କନ୍ଦର୍ପ)ଙ୍କର ୮ମ ଶ୍ରାଦ୍ଧବାର୍ଷିକୀ ସଭା ଆଜି ଶରଣକୁଳ ନିକଟବର୍ତ୍ତୀ ବାଉଁଶିଆସ୍ଥ ଆଶ୍ରୟ ସମ୍ମିଳନୀ କକ୍ଷରେ କବି ଗୌରାଙ୍ଗ ପ୍ରଧାନ ସ୍ମୃତି ପରିଷଦ ଓ ଶରଣକୁଳ ସାହିତ୍ୟ ସଂସଦ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅବସରପ୍ରାପ୍ତ ଶିକ୍ଷକ ଭଗବାନ ମିଶ୍ର, ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ର, ନାଟ୍ୟକାର ଡ. ବିଜୟ କୁମାର ଚୋୈଧୁରୀ, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ ଅବସର ପ୍ରାପ୍ତ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଅବସର ପ୍ରାପ୍ତ ଶିକ୍ଷକ ତଥା କବି ଗୋଦାବରୀଶ ମିଶ୍ର, ଶିକ୍ଷକ ତଥା କବି ଶରତ ଚନ୍ଦ୍ର ଆଚାର୍ଯ୍ୟ ଅତିଥି ଭାବେ ଯୋଗଦାନ କରି କବିଙ୍କର ସ୍ମୃତି ଚାରଣ କରିଥିଲେ। ଏଥିରେ ଅଧ୍ୟାପକ ଭାବଗ୍ରାହୀ କରଙ୍କୁ କବି ଗୈାରାଙ୍ଗ ପ୍ରଧାନ ସାରସ୍ବତ ସମ୍ମାନ-୨୦୨୩ରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଦାସକାଠିଆ ଶ୍ରେଷ୍ଠ ପାଳିଆ ଭାବେ କ୍ଷେତ୍ରବାସୀ ସିଠ, ଏକକ ସ୍ନାତକୋତ୍ତର ଚୟନ ପରୀକ୍ଷା-୨୦୨୩ରେ ଓଡ଼ିଆ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଜିତୁ ପ୍ରଧାନ ଓ ସଂସ୍କୃତରେ ତୃତୀୟ ହୋଇଥିବା ରୁଦ୍ରନାରାୟଣ ଚୈାଧୁରୀଙ୍କୁ ସମ୍ମାନିତ କରାଯାଇଥିଲା। ପରେ ପରେ ଅନୁଷ୍ଠିତ କବିତା ଆସରରେ ୭୧ଜଣ କବି ସ୍ବରଚିତ କବିତା ପାଠ କରିଥିଲେ। ଆଶ୍ରୟର ପ୍ରତିଷ୍ଠାତା ସମାଜସେବୀ ଲୋକନାଥ ଦାଶ କାଯ୍ୟର୍କ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ କବି ବୈକୁଣ୍ଠ ନାଥ ପ୍ରଧାନ ଓ କବୟିତ୍ରୀ ଅଧ୍ୟାପିକା ନୀଳିମା ନନ୍ଦ କବିତା ଆସରର ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ରାମକୃଷ୍ଣ ମହାରଣା, ପ୍ରଫୁଲ୍ଳ ନାହାକ, ଦିଲ୍ଲୀପ କୁମାର ସାହୁ, ଆନନ୍ଦ ଚନ୍ଦ୍ର ପାଢ଼ୀ ସହଯୋଗ କରିଥିଲେ। ପରିଶେଷରେ ସ୍ମୃତି ପରିଷଦ ସଂପାଦକ ଚିତ୍ତରଂଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Related posts