ବ୍ଳକ ସ୍ତରୀୟ ଗଣିତ ଶିକ୍ଷକଙ୍କର ‘କୌଶଳୀ କ୍ଳବ’ ପ୍ରଶିକ୍ଷଣ ଶିବିର

ଓଡଗାଁ, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାର ଚଳିତ ବର୍ଷରୁ ଦଶମ ଶ୍ରେଣୀରେ ଇନସ୍ପିରେସନାଲ କୋର୍ସ ହିସାବରେ ଆଇଟି ବିଷୟକୁ ଅନ୍ତଭୁର୍କ୍ତ କରିଛନ୍ତି। ଏହି ଯୋଜନାରେ ଆଇଟି ଶିକ୍ଷା କ୍ଷେତ୍ରରେ ଦକ୍ଷତାର ବିକାଶ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ଗାଁ ବ୍ଳକର ୪୦ ଉଚ୍ଚବିଦ୍ୟାଳୟ ମାନଙ୍କରୁ ୪୦ ଜଣ ଗଣିତ ଶିକ୍ଷକଙ୍କୁ ନେଇ, ଆଜି ଶରଣକୁଳ ନିକଟବତ୍ତୀର୍ ଜବାହରଲାଲ ବିଦ୍ୟାପୀଠ, ନନ୍ଦିଘୋର ଠାରେ ଜିଲ୍ଲା ସ୍ତରୀୟ ଶିକ୍ଷକ ବିକାଶ ପ୍ରଶିକ୍ଷଣ କୌଶଳୀ କ୍ଳବ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ୨୮ ରୁ ୩୦ତାରିଖ ପଯ୍ୟର୍ନ୍ତ ୩ଦିନ ଧରି ଚାଲିବ ବୋଲି ଜଣାଯାଇଛି। ଏହି ଶିବିରକୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ.ବସନ୍ତ କୁମାର ନାୟକ ଉଦଘାଟନ କରିଥିଲେ। ଆଜିର ଉଦଘାଟନୀ ଦିବସରେ ପ୍ରଶିକ୍ଷକ ବିଭୁପ୍ରସାଦ ସାହୁ ବେସିକ୍ ଆଇଟି, ଏମ.ଏସ. ଓ୍ଵାଡ଼ର୍ ଓ ପାଓ୍ଵାର…

Read More

ଚନ୍ଦ୍ରାୟନ ଟିମରେ ନୟାଗଡ଼ ଜିଲ୍ଲାର ଦୁଇ ଯୁବ ବୈଜ୍ଞାନିକ ତଥା ଭାପୁରର ଆଶିଷ ଓ ଓଡ଼ଗାଁର ପୀୟୂଷକାନ୍ତିଙ୍କୁ ଶୁଭେଚ୍ଛାର ସୁଅ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚନ୍ଦ୍ରଯାନ-୩ର ସଫଳ ଅବତରଣ ନେଇ ସାରା ଦେଶ ଉତ୍ସାହିତ ଅଛି। ଏହି ଟିମ୍‌ରେ କାମ କରୁଥିବା ବୈଜ୍ଞାନିକମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅନ୍ତର୍ଗତ ବଡ଼ସହରା ପଞ୍ଚାୟତ ସାନସହରା ଗ୍ରାମର ଯୁବ ବୈଜ୍ଞାନିକ ଆଶିଷ ପଟ୍ଟନାୟକ ଓ ଓଡ଼ଗାଁ ବ୍ଲକ୍ ସୁନାମୁହିଁ ଗ୍ରାମର ବୈଜ୍ଞାନିକ ପୀୟୂଷକାନ୍ତି କରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ସୂଚନା ମିଳିଛି। ଦୁଇ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି। ଶ୍ରୀ ପଟ୍ଟନାୟକ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଓ ଭାପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ବଂଶୀଧର ପଟ୍ଟନାୟକଙ୍କ ନାତି ଏବଂ ତାଙ୍କ ପିତା ପୂର୍ବତନ ପ୍ରଧାନଶିକ୍ଷକ ମୁରଲୀଧର ପଟ୍ଟନାୟକ ଓ ମାତା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମଞ୍ଜୁରାଣୀ ପଟ୍ଟନାୟକ। ସେ ଇସ୍ରୋ ଶ୍ରୀହରିକୋଟାରେ ୨୦୦୬ ମସିହାରୁ ବୈଜ୍ଞାନିକ ଭାବେ ଯୋଗଦାନ କରି କାର୍ଯ୍ୟ କରିଆସୁଛନ୍ତି। ସେ ରକେଟ୍ ତଥା…

Read More

ନୂଆରୂପ ପାଇବ ନୟାଗଡ଼ ମୁନିସିପାଲିଟି, ୱାର୍ଡ଼ ୱାର୍ଡ଼ ବୁଲି ସମୀକ୍ଷା କରୁଛନ୍ତି ବିଧାୟକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ସମସ୍ତ ୱାର୍ଡର ରୂପାନ୍ତରଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ। ଗତ ସପ୍ତାହରେ ନୟାଗଡ଼ ସହରରେ ବିକାଶର ଯାତ୍ରା ଚାଲିଛି। ୫-ଟି ମାଧ୍ୟମରେ ଅନେକ ପ୍ରକଳ୍ପ ଅନୁମୋଦନ ହୋଇଛି । ପ୍ରତ୍ୟେକ ୱାର୍ଡକୁ ଲକ୍ଷାଧ୍ୟକ ଟଙ୍କା ମିଳିଥିବାବେଳେ ଟଙ୍କାର କିପରି ସୁବିନିଯୋଗ ହେବ ନୟାଗଡ ବିଧାୟକ ଡ.ଅରୁଣ କୁମାର ସାହୁ ସମସ୍ତ ୱାର୍ଡ ବୁଲି ଏହାର ସମୀକ୍ଷା କରିଛନ୍ତି। ଶୁକ୍ରବାର ୱାର୍ଡ ନଂ-୭ ରୁ ସମୀକ୍ଷା ଆରମ୍ଭ ହୋଇଥିଲା। ବହୁ ସଂଖ୍ୟାରେ ମହିଳାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ସହରର ପୁରୁଖା ଲୋକମାନେ ଏଥିରେ ସାମିଲ ହୋଇଥିଲେ । ବିଭିନ୍ନ ୱାର୍ଡରେ କାଉନସିଲରମାନେ ଉପସ୍ଥିତ ରହି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ । ଏହା ପରେ ୮ନଂ ୱାର୍ଡରେ ସମୀକ୍ଷା କରାଯାଇଥିଲା। ସେହିପରି ଭାବେ ୯ ନଂ ଓ…

Read More

ଲୋକ ନୋଡ଼ାଲ ବିଦ୍ୟାପୀଠରେ ‘ଭାରତର ଚନ୍ଦ୍ର ବିଜୟ’ ଉତ୍ସବ ପାଳିତ

ଶରଣକୁଳ,(ନୟାଗଡ଼ ଦର୍ପଣ): ଶରଣକୁଳ ନିକଟସ୍ଥ ପଞ୍ଚିରିଡ଼ା ମାନପୁର ଲୋକ ନୋଡ଼ାଲ ବିଦ୍ୟାପୀଠରେ ଗତକାଲି ଚନ୍ଦ୍ରଯାନ-୩ର ଚନ୍ଦ୍ର ବିଜୟ ଉପଲକ୍ଷେ ଆଜି ଭାରତର ଚନ୍ଦ୍ର ବିଜୟ ଉତ୍ସବ ପାଳିତ ହୋଇ ଯାଇଛି। ଏ ଉତ୍ସବ ଉପଲକ୍ଷେ ପିଲାମାନଙ୍କ ମଧ୍ୟରେ ଚନ୍ଦ୍ରଯାନ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଚିତ୍ରାଙ୍କନରେ ପ୍ରଥମ ହୋଇଥିବା ପ୍ରତିଯୋଗୀଙ୍କର ଚିତ୍ରକୁ ସାଧାରଣ ପ୍ରଦର୍ଶନ ପାଇଁ ରଖାଯାଇଥିଲା। ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ ୩ର ପ୍ରକ୍ଷେପଣ ଠାରୁ ଆଜି ପଯ୍ୟର୍ନ୍ତ ବହୁ ପ୍ରସାରିତ ଖବର କାଗଜ ‘ପ୍ରମେୟ’ରେ ପ୍ରକାଶିତ ଖବରର ଖବର କାଗଜ କଟିଂକୁ ନେଇ ଏକ ଚନ୍ଦ୍ରଯାନ ୩ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଏହି ପ୍ରଦର୍ଶନୀର ଆନନ୍ଦ ନେବାକୁ ଆହ୍ଵାନ କରାଯାଇଥିଲା। ପ୍ରଦର୍ଶନୀରେ ଶିକ୍ଷକ ବଣ୍ଟୁ ପ୍ରଧାନ, ଶିକ୍ଷୟିତ୍ରୀ ରୋଜାଲିନ ପଟ୍ଟନାୟକ ଓ ଆରଧନା ଗୌଡ଼ ଛାତ୍ରଛାତ୍ରୀମାନଙ୍କୁ ଚନ୍ଦ୍ରଯାନ ସମ୍ପର୍କରେ ବୁଝାଇଥିଲେ।…

Read More

ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀ ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବିଜୁ ମହିଳା ଜନତା ଦଳର ଜିଲ୍ଲା କାର‌୍ୟ୍ୟକାରିଣୀ ବୈଠକ ବିଜେଡି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ମହିଳା ଜନତା ଦଳ ନୟାଗଡ଼ ଜିଲ୍ଲା ସଭାପତି ବିରଜା ଲକ୍ଷ୍ମୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁ ମହିଳା ଜନତା ଦଳ ସଭାପତି ସ୍ନେହାଙ୍ଗିନ ଛୁରିଆ ଯୋଗ ଦେଇଥିଲେ । ଏହି ବୈଠକରେ ବିଜୁ ମହିଳା ଜନତା ଦଳର ମହାସଚିବ କସ୍ତୁରୀ ମହାପାତ୍ର, ଅନୁସୁଚିତ ଜାତି ଓ ଜନଜାତିର ରାଜ୍ୟ ସଂଯୋଜିକା ଭାରତୀ ସିଂ, ବରିଷ୍ଠ ଉପସଭାନେତ୍ରୀ ମାନସି ସୁନ୍ଦରାୟ, ରାଜ୍ୟ ବିଜୁ ମହିଳା ଜନତା ଦଳର କୋଷାଧ୍ୟକ୍ଷ ଜୟଶ୍ରୀ ଦାସ, ବରିଷ୍ଠ ଉପସଭାନେତ୍ରୀ ପ୍ରଭାସିନି ନନ୍ଦ, ମାଳତୀ ଗୁରୁ ଓ ଜିଲ୍ଲାସ୍ତରୀୟ ସମସ୍ତ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଏହି ଅବସରରେ ନୟାଗଡ଼…

Read More

ଗଣିଆ ବସ ଷ୍ଟାଣ୍ଡର ଶୁଭ ଉଦଘାଟନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗଣିଆ,(ନୟାଗଡ଼ ଦର୍ପଣ): ଆସନ୍ତା ତା.୨୩.୦୮.୨୦୨୩ ରିଖ ସନ୍ଧ୍ୟା ୫ ଘଟିକା ସମୟରେ ଆଭାସୀ ମାଧ୍ୟମରେ ଗଣିଆ ବସ ଷ୍ଟାଣ୍ଡର ଶୁଭ ଉଦଘାଟନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଗଣିଆ ଠାରେ ଏହିଉଦଘାଟନ କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଜିଲ୍ଲା ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନ ସାଧାରଣ ଉପସ୍ଥିତ ରହିବେ l ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଓଡ଼ଗାଁ ବସଷ୍ଟାଣ୍ଡର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ଜିଲ୍ଲା ସସୱାଲ ହଲରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ହେବ ।…

Read More

ବିବାହିତା ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳର ଜନୈକ ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗରେ ଓଡ଼ଗାଁ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଯୁବକ ଜଣଙ୍କ ବାଣ୍ଠପୁର ପଞ୍ଚାୟତ ଧବଳେଇ ଗ୍ରାମର ପର୍ଶୁରାମ ବେହେରା(୨୦) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ପର୍ଶୁରାମ ପୀଡିତାଙ୍କ ୯ବର୍ଷର ପୁଅ ଓ ୫ ବର୍ଷର ଝିଅକୁ ପାଠ ପଢ଼ାଇବା ନିମନ୍ତେ ତାଙ୍କ ଘରକୁ ଆସୁଥୁଲା। ଇତି ମଧ୍ୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବାରୁ ଗତ ୧୩ତାରିଖ ରାତି ୧୦ଘଟିକା ୩୦ମିନିଟ ସମୟରେ ମହିଳାଙ୍କୁ ଘରୁ ନେଇ ନୟାଗଡ଼ ସହର ତ୍ରିନାଥ ଛକ ନିକଟରେ ଏକ ଭଡା ଘରେ ରହୁଥିଲେ। ପରେ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ପୀଡିତାଙ୍କ ଅନିଚ୍ଛା ସତ୍ତ୍ବେ ଶାରୀରିକ ସମ୍ପର୍କ ରଖିଥିଲା।ପୀଡିତାଙ୍କ ସ୍ବାମୀ ବହୁତ ଖୋଜାଖୋଜି ପରେ ନୟାଗଡ଼ରେ ଥ‌ିବା ଜାଣିପାରି ଓଡ଼ଗାଁ…

Read More

ନୟାଗଡ଼ ବିଜେଡି କାର୍ଯ୍ୟାଳୟରେ ସୋସିଆଲ ମିଡ଼ିଆ ସମ୍ପର୍କିତ ଦିନିକିଆ କର୍ମଶାଳା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ମହିଳା କାର୍ଯ୍ୟକର୍ତ୍ତାଙ୍କୁ ନେଇ ସୋସିଆଲ ମିଡିଆ ସମ୍ପର୍କରେ ଏକ କର୍ମଶାଳା ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସୋସିଆଲ ମିଡିଆର ଅପକାରିତା ଓ ଉପକାରିତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ସାହୁ ମା’ମାନଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି ସେମାନେ ସଫଳତାର ସହ କାର୍ଯ୍ୟ କରିଛନ୍ତି ବୋଲି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା’ମାନଙ୍କୁ ସମସ୍ତ ଦାୟିତ୍ୱ ଦେବାକୁ ଚାହୁଛନ୍ତି । ମା’ ମାନେ ସ୍ୱାବଲମ୍ବି ହେଲେ ଗାଁ ଠୁ ସହର ସବୁଠାରେ ବିକାଶର ବାନା ଉଡ଼ିବ ବୋଲି ଡ. ସାହୁ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ…

Read More

ନୟାଗଡ଼ ଗସ୍ତରେ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତି କରଣ ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଗସ୍ତରେ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତି କରଣ ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା । ଆଜି ସକାଳୁ ସକାଳୁ ବଲାଙ୍ଗି ପାର୍କ ପରିଦର୍ଶନ କରିବା ସହ ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହା ପରେ ମନ୍ତ୍ରୀ ବୃଦ୍ଧାଶ୍ରମ ପରିଦର୍ଶନ କରିଛନ୍ତି । ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ହିରକ ଜୟନ୍ତୀ ସମ୍ମିଳନୀ କକ୍ଷରେ ଆଜି ମଧୁବାବୁ ପେନ୍‌ସନ୍ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବା ପାଇଁ ପହଞ୍ଚିଛନ୍ତି । ନୟାଗଡ଼ ବିଡିଓ ପଦ୍ମ ଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର…

Read More

ଲୋକ ନୋଡ଼ାଲ ବିଦ୍ୟାପୀଠରେ ବିଜ୍ଞାନ ମେଳା

ଶରଣକୁଳ,(ନୟାଗଡ଼ ଦର୍ପଣ): ଆଜି ଶରଣକୁଳ ନିକଟବର୍ତ୍ତୀ ପଞ୍ଚିରିଡା ମାନପୁର ଗ୍ରାମରେ ଥିବା ଲୋକ ନୋଡ଼ାଲ ବିଦ୍ୟାପୀଠରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପୂର୍ବାହ୍ନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ବେତ ନାରାୟଣ ରଣସିଂହ ପ୍ରଦୀପ ପ୍ରଜ୍ବଳନ କରି ମେଳାର ଶୁଭ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଆରଧନା ଗୌଡ଼ ଓ ଶିକ୍ଷକ ମାନସ ରଞ୍ଜନ ସାହୁ ପ୍ରକଳ୍ପ ଗୁଡ଼ିକର ରେଜିଷ୍ଟ୍ରେସନ କରି କୁନି ବୈଜ୍ଞାନିକ ମାନଙ୍କୁ ବ୍ୟବସ୍ଥିତ ଭାବେ ଟେବୁଲ ପକାଇ ସଜାଇ ପ୍ରଦର୍ଶନର ବ୍ୟବସ୍ଥା କରାଇଥିଲେ। ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ମୋଟରେ ୩୫ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ସେଥିମଧ୍ୟରୁ ଜୁନିୟର ବର୍ଗରେ ୧୪ଟି ଓ ସିନିଅର ବର୍ଗରେ ୨୧ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଗୋପୀନାଥ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ପ୍ରକାଶ କିଶୋର ପ୍ରଧାନ ଓ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଡି…

Read More