ଓଡ଼ଗାଁରେ ସାଇବର ସଚେତନତା ରଥକୁ ଭଵ୍ୟ ସ୍ୱାଗତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ):- ଜିଲ୍ଲା ପୋଲିସ୍ ପକ୍ଷରୁ ଆଜି ସାଇବର ସଚେତନତା ରଥକୁ ଓଡ଼ଗାଁ ପୋଲିସ ନେତୃତ୍ବରେ ଓଡ଼ଗାଁରେ ବୁଲା ଯାଇଥିଲା। ଏହି ପରିପ୍ରେକ୍ଷୀରେ ଓଡ଼ଗାଁ ପୋଲିସ ସମେତ କଲେଜ୍, ସ୍କୁଲ ଛାତ୍ରଛାତ୍ରୀ ଓ ଡ୍ରାଇଭର ମହାସଂଘଙ୍କ ମିଳିତ ଉଦ୍ୟମରେ ସାଇବର ସଚେତନତା ରଥକୁ ଓଡ଼ଗାଁ ରେ ପରିଭ୍ରମଣ କରାଯିବା ପରେ ଓଡ଼ଗାଁ ଇନଡୋର ଷ୍ଟାଡିୟମ ଠାରେ ସାଇବର ସଚେତନତା କାର୍ଯ୍ଯକ୍ରମ ନିମନ୍ତେ ଏକ ସଭା ଆୟୋଜନ କରାଯାଇଥିଲା। ଶରଣକୂଳ ଏସଡିପିଓ ସୁଧାକର ସାହୁ ଓ ଓଡ଼ଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁଙ୍କ ନେତୃତ୍ବରେ ଆୟୋଜିତ ଏହି ସଭାରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ ସାହୁ ଯୋଗଦେଇଥିଲେ। ସାଇବର ସଚେତନତା କାର୍ଯ୍ଯକ୍ରମ ନେଇ ଓଡ଼ଗାଁ କଲେଜ, ରଘୁନାଥ ବିଦ୍ୟାପୀଠ, ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ଦ୍ୱାରା ସଚେତନତା ନାଟକ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ଯକ୍ରମକୁ ଓଡ଼ଗାଁ ଥାନା ଏସ୍ଆଇ ଚକ୍ରଧର ସିଂ, ସ୍ୱାଗତ୍ କୁମାର ଦାଶ, ଏ ଏସ୍ଆଇ ମନୋଜ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

Related posts