ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ନୟାଗଡ ପକ୍ଷରୁ ଚଳିତ ବର୍ଷର ତୃତୀୟ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ସର୍ବମୋଟ ୨୭୧୧ ଗୋଟି ମାମଲାର ଆପୋଷ ସମାଧାନଦ୍ଵାରା ଫଇସଲା ହୋଇ ପାରିଛି । ଏଥିରେ ବିବାହଜନିତ ୦୩ ଗୋଟି ମାମଲା ଫଇସଲା କରାଯାଇଥିଲା । ୨୬୯୪ ଗୋଟି ରାଜସ୍ୱଜନିତ ମାମଲାର ଫଇସଲା କରାଯାଇ ସର୍ବମୋଟ ଟ. ୮,୭୬,୨୯୯ ଙ୍କା ଆଦାୟ କରାଯାଇଅଛି । ଅନ୍ଯାନ୍ଯ ୧୪ ଗୋଟି ମାମଲାର ଫଇସଲା କରାଯାଇ ଟ.୧,୦୮,୮୬୦.୧୭ ଙ୍କା ଆଦାୟ କରାଯାଇଅଛି । ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣା, ପରିବାର ଅଦାଲତ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଲିଲି ସେନାପତି, ବରିଷ୍ଠ ଦେୱାନି ଅଦାଲତ ବିଚାରପତି ବିଶ୍ଵଜିତ ନାୟକ, ଉପଖଣ୍ଡ ଫୌଜଦାରୀ ବିଚାରପତି ସୌଭାଗ୍ୟ ରଞ୍ଜନ ପ୍ରଧାନ, ଜେ.ଏମ. ଏଫ.ସି ସାବିତ୍ରୀ ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ସ୍ଵତନ୍ତ୍ର ପୋକସୋ ଜଜ ଶ୍ରୀ ମାନସ କୁମାର ପଣ୍ଡା, ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ଶୃତି ସ୍ନିଗ୍ଧା ଦାସ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଶେଷ କୁମାର ସାହୁ, ବରିଷ୍ଠ ଦେୱାନି ଜଜ ତଥା ସହକାରୀ ଦୌରା ଜଜ (ମହିଳା ଅଦାଲତ) ଡଃ ରୀନତି ମିଶ୍ର, ରେଜିଷ୍ଟ୍ରାର ସିଭିଲ କୋର୍ଟ ଡଃ ନିଶାକର ସାହୁ, ସିଭିଲ ଜଜ ଅନ ପ୍ରୋବେସନ ଶ୍ରୀ ରାକେଶ କୁମାର ସାହୁ ଏବଂ ସମୃଦ୍ଧି ସାଗରିକା ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା ୦୯.୧୨.୨୦୨୩ ରିଖ ଦ୍ଵିତୀୟ ଶନିବାର ପୁନଶ୍ଚ ଅନୁଷ୍ଠିତ ହେବାକୁ ଯାଉଅଛି ବୋଲି ପ୍ରାଧିକରଣର ସଚିବ ଶ୍ରୀ ବିଶେଷ କୁମାର ସାହୁ ଜନ ସାଧାରଣଙ୍କୁ ସୂଚନା ଦେବା ସହ ଏହାର ସୁଫଳ ନେବାକୁ ପରାମର୍ଶ ପ୍ରଦାନ କରିଛନ୍ତି।
