ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ କିଛିଦିନ ଧରି ଏପିଏମ ଆପ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ଆପ ଜରିଆରେ ଅନେକ ଲୋକ ଶିକାର ହୋଇଥିଲେ। ଦିନ ମଜୁରିଆଙ୍କ ଠାରୁ ଆରମ୍ଭ କରି ଓକିଲ, ଶିକ୍ଷକ, ସରକାରୀ ବାବୁ ଓ ରାଜନେତାମାନେ ଠକେଇର ଶିକାର ହୋଇଥିଲେ। କିଛି ବ୍ୟକ୍ତି ଲୋକଲଜ୍ୟାକୁ ଡରି କଳାଧନ ଗୁମର ଖୋଲିବ ବୋଲି ପୋଲିସ ପାଖକୁ ଆସିବାକୁ ସାହସ କରୁନଥିଲେ। ଏହି ଆପ ଦ୍ୱାରା ନୟାଗଡ଼ ଜିଲ୍ଲାର ପ୍ରାୟ ୭୦୦ରୁ ଉର୍ଦ୍ଧ୍ୱ ଲୋକ ଶିକାର ହୋଇଥିବା ବେଳେ ଜିଲ୍ଲାରେ 5କୋଟି ରୁ ଉର୍ଦ୍ଧ ଟଙ୍କା ଲୁଟ ହୋଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି। ପୋଲିସ ପ୍ରଶାସନ ତଥା ଶିକ୍ଷା ଭଳି ବିଭାଗର ଅନେକ କର୍ମଚାରୀ ଭରସା କରି ଏହି ଆପ ଜରିଆରେ ଟଙ୍କା ଜମା କରିଥିଲେ।

ଜିଲ୍ଲାରେ ପ୍ରଥମେ ଏହି ଆପକୁ ଆଣିଥିବା ଦୁଇ ଭାଇଙ୍କୁ ନୟାଗଡ଼ ଟାଉନ ଥାନା ପୋଲିସ ପକ୍ଷରୁ ଗିରଫ କରାଯାଇଛି, ନୟାଗଡ଼ ଗାୟତ୍ରୀ କଲୋନୀରୁ ଏହି ଘଟଣାରେ ବଡ଼ ଭାଇ ଅରୁଣ କୁମାର ଦାସ ଓ ତାଙ୍କ ସାନ ଭାଇ ଅମୁଲ୍ୟ କୁମାର ଦାସଙ୍କୁ ପୋଲିସ ଗିରଫ କରିଥିବା ନେଇ ନୟାଗଡ଼ ଏସଡିପିଓ ସ୍ନେହାଶିଷ ସାହୁ ସୂଚନା ଦେଇ ଛନ୍ତି। ଏହିଘଟଣାକୁ ନେଇ କିଛିଦିନ ତଳେ ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଦୁଇ ଭାଇଙ୍କୁ କୋଟ ଚାଲାଣ କରାଯାଇଛି। ଏହି ଆପରେ ଆଉ କେଉଁ କେଉଁମାନେ ସମ୍ପୃକ୍ତ ଅଛନ୍ତି ପୋଲିସ ତଦନ୍ତ ଜାରୀ ରଖିଛି। ଚିଟ ଫଣ୍ଡ ଦୁର୍ନୀତି ମନରୁ ଲିଭି ନଥିବା ବେଳେ ଅନେକ ଶିକ୍ଷିତ ଲୋକ ଅର୍ଥଲୋଭରେ ଏମିତି ଫସୁଥୁବା ନେଇ ବୁଦ୍ଧିଜୀବିମାନେ ଚିନ୍ତା ପ୍ରକଟକରିଛନ୍ତି।
