କୃଷକ ଗଣହତ୍ୟାର କଳାଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): କୃଷକ ଗଣହତ୍ୟାର କଳାଦିବସ ପାଳିତ। ୨୦୨୧ମସିହା ଅକ୍ଟୋବର ୩ତାରିଖରେ କୃଷକମାନଙ୍କ ବହୁବିଧ ଦାବି ନେଇ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଉତ୍ତରପ୍ରଦେଶ ଖେରୀଠାରେ ସଂଗଠିତ ଚାଷୀ ପଟୁଆର ଉପରକୁ ଉଦ୍ଦେଶ୍ୟମୂଳକ ଭାବେ ଗାଡ଼ି ଚଢାଇ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ସାତଜଣ କୃଷକଙ୍କୁ ମାରିଦେଇ ଥିଲା। ଏହି ପରିପ୍ରେକ୍ଷୀରେ ଚାଷୀ ବିରୋଧୀ ମୋଦି ସରକାର ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନାହିଁ କିମ୍ବା ନୈତିକତା ଦୃଷ୍ଟିରୁ ସଂପୃକ୍ତ ମନ୍ତ୍ରୀଙ୍କୁ ପଦଚ୍ୟୁତ କଲେନାହିଁ। ସେଥିପାଇଁ ଏହି ଦିବସକୁ ସଂଯୁକ୍ତ କିଶନ ମୋର୍ଚ୍ଚା ପକ୍ଷରୁ ସରଣକୁଳ ଠାରେ କଳା ଦିବସ ଭାବେ ପାଳନ କରାଯାଇଛି । ରାଜ୍ୟ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତିର କଟୁ ସମାଲୋଚନା କରିଛନ୍ତି ବିଶ୍ଵନାଥ ମହାପାତ୍ର, ଗୋଲକ ବିହାରୀ ମୁଦୁଲି, ପବିତ୍ର ଇନ୍ଦ୍ରଜିତ, ସରୋଜ ନାୟକ, ଜ୍ୟୋତିପ୍ରଭା ଜେନା ପ୍ରମୁଖ ଗଣନେତୃତ୍ୱ ମାନେ।

Related posts