ଶରଣକୂଳ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ସ୍ଥିତ ନାରାୟଣ ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ ସହ ୬୯ତମ ବନ୍ୟପ୍ରାଣୀ ସପ୍ତାହ – ୨୦୨୩ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଞ୍ଚନ ଷଡଙ୍ଗୀଙ୍କ ତତ୍ୱାବଧାନରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ବାହାରି ଗ୍ରାମ୍ୟ ପରିକ୍ରମା କରିଥିଲେ। ବନ୍ୟପ୍ରାଣୀଙ୍କ ସୁରକ୍ଷା ବାର୍ତ୍ତା ପ୍ରଚାର କରିଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚରିଡା ରେଞ୍ଜର ସୁଶ୍ରୀ ଚନ୍ଦ୍ରମଣି ମୁର୍ମୁ, ଫରେଷ୍ଟର ସୁମନ୍ତ କୁମାର ପରିଡା, ବନରକ୍ଷୀ ମାନସ ସେଠି, ସୁଶାନ୍ତ ନାୟକ(ଏଫ ଜି)ଏବଂ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ର, ପ୍ରଜ୍ଞା ପାରମିତା ସାହୁ, ଗୋଦାବରୀ ବସନ୍ତରା(ସି ଆର ସି ସି)ଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ। ମହାପୁରୁଷଙ୍କ ଫଟୋରେ ପୁଷ୍ପ ମାଲ୍ୟ ଦେଇ ଛାତ୍ରଛାତ୍ରୀଙ୍କୁ ବନ୍ୟପ୍ରାଣୀଙ୍କ ସୁରକ୍ଷା, ସଂଖ୍ୟା ଅଭିବୃଦ୍ଧି ଏବଂ ସେମାନଙ୍କ ପାଇଁ ସୁନାଗରିକର କର୍ତ୍ତବ୍ୟ ବିଷୟରେ ସୁଶ୍ରୀ ମୁର୍ମୁ ଉଦବୋଧନ ଦେଇଥିଲେ। ପରିଶେଷରେ ବରିଷ୍ଠ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ର କାର୍ଯ୍ୟକ୍ରମଟି ସଫଳ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କରିଥିଲେ।
ନାରାୟଣ ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ଓ ୬୯ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ
