ଗ୍ରୀନ କ୍ଳବରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ପୁରସ୍କାର ବିତରଣ ଉତ୍ସବ

ଓଡଗାଁ, (ନୟାଗଡ଼ ଦର୍ପଣ): ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଶରଣକୁଳ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ମହାସମାରୋହରେ ରଙ୍ଗାରଙ୍ଗ କାଯ୍ୟର୍କ୍ରମ ଅନୁଷ୍ଠିତ ହୋଇଯାଇଛି। ନିକଟବତ୍ତୀର୍ ହରିହରପୁରର ଗ୍ରୀନ କ୍ଲବରେ ଆଜି ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଉତ୍ସବ ଆୟୋଜିତ ହୋଇଥିଲା। ଗ୍ରୀନ କ୍ଳବର ସଭାପତି ବିଭୁ ପ୍ରସାଦ ମିଶ୍ରଙ୍କ ପୋୈରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିରୂପେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର ଯୋଗ ଦେଇଥିବା ବେଳେ ବିଶିଷ୍ଠ ସମାଜସେବୀ ଡ.ସୁରେଶ ଚନ୍ଦ୍ର ବରାଡ଼ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ। ପ୍ରଥମେ ଦୁଇ ମହାପୁରୁଷଙ୍କ ଫଟୋଚିତ୍ରରେ ଅତିଥି ମାଲ୍ୟାର୍ପଣ କରିଥିଲେ। ତା ପରେ ସିନିଅର ଓ ଜୁନିଅର ବିଭାଗରେ ଡିବେଟ୍ ଓ ଡ଼୍ରଇଁ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା। ସିନିଅର ବର୍ଗ ବତ୍କୃତାରେ ବିପ୍ଳବ କୁମାର ମହାପାତ୍ର ପ୍ରଥମ, ପ୍ରାଚୀ ପ୍ରିୟ ଦଶିର୍ନୀ ଦ୍ଵିତୀୟ, ଅଂଶୁମାନ ବରାଡ଼ ତୃତୀୟଜୁନିଅର ବର୍ଗ ବତ୍କୃତାରେ ଓମ ରେଡ଼ି ପ୍ରଥମ, ଖୁସି ସ୍ବାଇଁ ଦ୍ଵିତୀୟ, ସାଧୁ ଚରଣ ପ୍ରଧାନ ତୃତୀୟ, ଜୁନିଅର ଡ୍ରଇଁରେ ପ୍ରାଚୀ ପ୍ରିୟ ଦଶିର୍ନୀ ପ୍ରଥମ, ସଙ୍ଘମିତ୍ର ଜେନା ଦ୍ଵିତୀୟ, ସାଧୁଚରଣ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅତିଥି ମାନେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ମୁଖ୍ୟବକ୍ତା ଶ୍ରୀ ବରାଡ଼ ସାମ୍ପ୍ରତିକ ସମୟରେ ଗାନ୍ଧୀବାଦର ପ୍ରୟୋଜନୀୟତା ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। କୁନି କୁନି ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସଂଗୀତର ତାଳେ ତାଳେ ନୃତ୍ୟ ପ୍ରଦର୍ଶନ କରିଥିଲେ। ଗ୍ରୀନ କ୍ଲବର ସଂପାଦକ କୁମର ବରାଡ଼, କୋଷାଧ୍ୟକ୍ଷ କୈଳାସ ମହାରଣା, ଉପଦେଷ୍ଟା ସୋୈଦାଗର ନାୟକ ଓ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।

Related posts