ଦ୍ୱିତୀୟ ସାଧନକେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ନିର୍ଦ୍ଦେଶ ଅନୁଯାୟୀ ଆଜି ସମଗ୍ରଶିକ୍ଷା କାର୍ଯ୍ୟାଳୟ ନୟାଗଡ଼ ପକ୍ଷରୁ ସାରା ଜିଲ୍ଲାର ପ୍ରତ୍ୟେକ ବ୍ଲକର ସାଧନକେନ୍ଦ୍ର ତରଫରୁ ଏହାର ସଂଯୋଜକମାନଙ୍କ ଜରିଆରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ଓଡ଼ଗାଁ ବ୍ଲକ୍ ମଶାବାରୀ ସାଧନକେନ୍ଦ୍ର ତରଫରୁ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ କୁରୁମବାଙ୍କତରାଠାରେ ସାଧନକର୍ମୀ ଯଶୋବନ୍ତ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗଦୀଶ ମିଶ୍ର ବୈଠକକୁ ଉଦଘାଟନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ବଂଶୀଧର ପାଲ୍ ଓ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ସାଧନକେନ୍ଦ୍ର ପରିସରଭୁକ୍ତ ବାରଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ସମୁଦାୟ ଯୋଗଦାନ କରି ବୈଠକର ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ସରକାରଙ୍କ ପକ୍ଷରୁ ଆହୂତ ବିଭିନ୍ନ…

Read More

ଓଡଗାଁରେଦୀକ୍ଷାନ୍ତ ଗ୍ରହଣ ଉତ୍ସବ

ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆଖୁପଦର ଠାରେ ୫୪ଜଣ ସ୍କାଉଟ୍ ଓ ୫୪ଜଣ ଗାଇଡର ଛାତ୍ରଛାତ୍ରୀଙ୍କୁ ନେଇ ଦୀକ୍ଷାନ୍ତ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଆଣ୍ଡ୍ ଗାଇଡ୍ ରାଜ୍ୟ ସଂଯୋଜକ ତଥା ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ନାୟକ ଯୋଗଦେଇଥିଲେ। ଦୀକ୍ଷାନ୍ତ ଗ୍ରହଣ ଉତ୍ସବ ରେ ସ୍କାଉଟ୍ ଗାଇଡ୍ ମାନଙ୍କଦ୍ୱାରା ଜାତୀୟ ସଙ୍ଗୀତ,ସ୍କାଉଟ୍ ପ୍ରାର୍ଥନା ଓ ଝଣ୍ଡା ଗୀତ ଗାନ କରାଯାଇଥିଲା।ସ୍କାଉଟ୍ ମାଷ୍ଟର ପଞ୍ଚାନନ ପଣ୍ଡା, ଗାଇଡ୍ କ୍ୟାପଟେନ୍ ସୌଦାମିନୀ ମହାପାତ୍ର, ଜ୍ଞାନଲିପ୍ସା ପ୍ରିୟଦର୍ଶିନୀ, କବ୍ ମାଷ୍ଟର ରଞ୍ଜନ କୁମାର ଦାଶ ଛାତ୍ର ଛାତ୍ରୀ ମାନଙ୍କୁ ଦୀକ୍ଷାନ୍ତ ଗ୍ରହଣ କରାଇ ବ୍ୟାଚ୍, ସ୍କାର୍ପ ଓ ଟୋପି ପ୍ରଦାନ କରାଇଥିଲେ।ଅଧ୍ୟକ୍ଷ ମନୋଜ କୁମାର ପ୍ରଧାନ ସମସ୍ତଙ୍କୁ ମିଷ୍ଟାନ୍ନ…

Read More

ଓଡ଼ଗାଁରେ ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀଙ୍କୁ ରାଜ୍ୟପୁରସ୍କାର ସାର୍ଟିଫିକେଟ ପ୍ରଦାନ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ୨୦୨୩/୨୪ ଶିକ୍ଷାବର୍ଷରେ ଓଡିଶା ରାଜ୍ୟ ଭାରତ ସ୍କାଉଟ ଗାଇଡ଼ ଦ୍ୱାରା ଯୋଗ୍ୟତା ହାସଲ କରିଥିବା ରାଜ୍ୟ ପୁରସ୍କାର ପ୍ରାପ୍ତ ସ୍କାଉଟ ଗାଇଡ଼, କବ୍, ବୁଲବୁଲ ଛାତ୍ରଛାତ୍ରୀମାନଙ୍କୁ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଡ.ଜଳନ୍ଧର ରଥଙ୍କ ସଭାପତିତ୍ୱରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍କାଉଟ ଓ ଗାଇଡ୍ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍କାଉଟ ପ୍ରାର୍ଥନା, ଝଣ୍ଡାଗୀତ୍ ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ଉକ୍ତ ସଭାରେ ରାଜ୍ୟ ପୁରସ୍କାର ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଯୋଜକ, ଓଡିଶା ରାଜ୍ୟ ଭାରତ ସ୍କାଉଟ ଆଣ୍ଡ୍ ଗାଇଡ୍ସର ରାଜ୍ୟ ସଂଯୋଜକ ତଥା ଅତିରିକ୍ତ ବ୍ଲକଶିକ୍ଷାଧିକାରୀ ରବୀନ୍ଦ୍ର କୁମାର ନାୟକ,ସମ୍ମାନିତ ଅତିଥିଭାବେ ସ୍କାଉଟମାଷ୍ଟର ପଞ୍ଚାନନ ପଣ୍ଡା,ରଞ୍ଜନ କୁମାର ଦାଶ, ସନ୍ତୋଷ କୁମାର ସାହୁ, ଗାଇଡ଼ କ୍ୟାପଟେନ୍ ସୌଦାମିନୀ ମହାପାତ୍ର ଜ୍ୟୋତିସ୍ମିତା ଦାଶ,…

Read More

ଓଡ଼ଗାଁ ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ଅଧିବେଶନ ଅନୁଷ୍ଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ଅଧିବେଶନ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ବୈଠକରେ ପୁରୀ ସାଂସଦ ଡ଼. ସମ୍ବିତ ପାତ୍ର, ଓଡିଶା ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ତହସିଲଦାର ମାନସ ରଞ୍ଜନ ଭୋଇ, ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନଙ୍କ ସମେତ ୩୬ ଗୋଟି ପଞ୍ଚାୟତର ଜନପ୍ରତିନିଧି ଉପସ୍ଥିତ ଥିଲେ। ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟରହିଲେ ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା। ବ୍ଳକର ୩୬ଗୋଟି ପଞ୍ଚାୟତର ୪୭୫୮୩ ଜଣ ହିତାଧିକାରୀଙ୍କ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ…

Read More

ଜନଶକ୍ତି ଉଚ୍ଚବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଓଡଗାଁ, (ନୟାଗଡ଼ ଦର୍ପଣ): ୭୫ତମ ବନ ମହୋତ୍ସବ ପାଳନ ଅବସରରେ ଆଜି ଓଡଗାଁ ବ୍ଲକ ମଶାବାରୀ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ଜନଶକ୍ତି ସରକାରୀ ଉଚ୍ଚବିଦ୍ୟାଳୟ ଭାଲିଆଡିହି ଦେଓଗାଁ ଠାରେ ଅବସରପ୍ରାପ୍ତ ଶିକ୍ଷକ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡାଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଓଡ଼ଗାଁ ବନାଞ୍ଚଳ ଅଧିକାରୀ ନିଖିଲେଶ ମଲିକ,ମୁଖ୍ୟ ବକ୍ତା ରୂପେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ, ସମ୍ମାନିତ ଅତିଥି ରୂପେ ପ୍ରକୃତିପ୍ରେମୀ ଅବସରପ୍ରାପ୍ତ ଶିକ୍ଷକ ଦ୍ୱିତୀକୃଷ୍ଣ ମିଶ୍ର ଓ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଆନନ୍ଦ ଡାକୁଆ ମଞ୍ଚାସୀନ ଥିଲେ। ଗଛ ଲଗେଇବା ଯେତିକି ଗୁରୁତ୍ୱପୂର୍ଣ୍ଣ ତାକୁ ବଞ୍ଚେଇରଖିବା ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ, ପ୍ଲାଷ୍ଟିକ ଜିନିଷ ର ବ୍ୟବହାର କମେଇବା,ଜରୁରୀ ଆବଶ୍ୟକ ନଥିଲେ ଏସି ନ ଚଲେଇବା ମୋଟରସାଇକେଲର ବ୍ୟବହାର ନ କରିବା…

Read More

ସାମାନ୍ୟ ବର୍ଷାରେ ଉବୁଟୁବୁ ରାଜ୍ୟ ରାଜପଥ, ଅଭିଯୋଗ କଲେ ଶୁଣୁନି ପୂର୍ତ୍ତ ବିଭାଗ

ନୟାଗଡ଼,(ନୟାଗଡ଼ ଦର୍ପଣ): ସାମାନ୍ୟ ବର୍ଷାରେ ନୟାଗଡ଼ ସହର ମଧ୍ୟ ଦେଇ ଯାଇଥିବା ନୟାଗଡ଼-ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥ ଉବୁଟୁବୁ ହେଉଛି। ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ ୧୧ ନଂ ୱାର୍ଡ ଅଞ୍ଚଳର ପଣ୍ଡା କ୍ଲିନିକ ନିକଟ ଦେଇ ଯାଇଥିବା ଏହି ରାଜପଥର ଅଧିକାଂଶ ସ୍ଥାନରେ ପିଚୁ ଉଠିଯାଇ ଖାଲ ଢ଼ିପ ହୋଇଯାଇଥିବା ବେଳେ ସାମାନ୍ୟ ବର୍ଷାରେ ଏଠାରେ ପାଣି ଲହଡ଼ି ଭାଙ୍ଗିଥାଏ। ଏହି ରାସ୍ତା ଦେଇ ଦୈନିକ ଶହ ଶହ ସଂଖ୍ୟାରେ ଯାନବାହନ ଚଳାଚଳ କରୁଥିବା ବେଳେ ଦୀର୍ଘ ଏକ ବର୍ଷ ହେଲା ଏହି ସମସ୍ୟା ଲାଗି ରହିଛି। ଅନେକ ସମୟରେ ଖରାପ ରାସ୍ତା ଯୋଗୁଁ ଅନେକ ଛୋଟମୋଟ ଦୁର୍ଘଟଣା ମାନ ଘଟୁଛି। ଏ ନେଇ ୧୧ ୱାର୍ଡବାସୀଙ୍କ ପକ୍ଷରୁ ନୟାଗଡ଼ ପୂର୍ତ୍ତ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ।…

Read More

ଅଭୁଲା ମଣିଷ ଅଲିଭା ହସ ଉନ୍ମୋଚିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଅପରାହ୍ନ ୫ ଘଟିକା ସମୟରେ ଓଡ଼ଗାଁ ଅଞ୍ଚଳର ଲୋକପ୍ରିୟ ଶିକ୍ଷକ, ବିଶିଷ୍ଟ କବି ତଥା ପ୍ରକୃତିପ୍ରେମୀ ସ୍ୱର୍ଗତ ପ୍ରହଲ୍ଲାଦ ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି।ଅବସରପ୍ରାପ୍ତ ଶିକ୍ଷକ ପଞ୍ଚାନନ ପଣ୍ଡାଙ୍କ ସଭାପତିତ୍ୱରେ ଉକ୍ତ ସ୍ମୃତିସଭାରେ ବିଶିଷ୍ଟ ସମାଜସେବୀ ଦାମୋଦର ସାହୁ,ଦିବାକର ନାୟକ, ମନୋଜ କୁମାର ନାୟକ, ଦ୍ୱିତୀକୄଷ୍ଣ ମିଶ୍ର, ପ୍ରଦୀପ୍ତ କୁମାର ନାୟକ, ଶରତଚନ୍ଦ୍ର ଷଡ଼ଙ୍ଗୀ, ପ୍ରଦ୍ୟୁମ୍ନ କୁମାର ସାଥୁଆ,ରମାକାନ୍ତ ପ୍ରଧାନ, ଅନାଦି ଚରଣ ମହାନ୍ତି, ପରମାନନ୍ଦ ସ୍ୱାଇଁ,ରାଜୀବ ଲୋଚନ ବରାଡ଼,ଗୀତାଞ୍ଜଳି ମହାପାତ୍ର, ପ୍ରଭାତି ପଟ୍ଟନାୟକ,ପ୍ରିୟଦର୍ଶନୀ ମହାପାତ୍ର,ସୁକାନ୍ତ କୁମାର ଚୌଧୁରୀ ଏବଂ ଓଡ଼ଗାଁ ସାମ୍ବାଦିକ ସଂଘ ସଭାପତି ଅଶୋକ କୁମାର ମହାପାତ୍ର ପ୍ରମୁଖ ବିଶିଷ୍ଟ ବ୍ୟକ୍ତିବିଶେଷ ଗଣ ଯୋଗଦେଇ ଅମର ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସ୍ମୃତି ଚାରଣ କରିଥିଲେ।ଏ ଅବସରରେ ସ୍ୱର୍ଗତ ବେହେରାଙ୍କ ଧର୍ମପତ୍ନୀ ଦମୟନ୍ତୀ…

Read More

ବୃତ୍ତଙ୍ଗ ବୃହତ୍ ଜଳସେଚନ ପ୍ରକଳ୍ପକୁ ମିଳିଲା ପରିବେଶ ମଞ୍ଜୁରୀ

ଦଶପଲ୍ଲା, (ନୟାଗଡ଼ ଦର୍ପଣ) ନୟାଗଡ଼ ଜିଲ୍ଲାବାସୀଙ୍କ ପ୍ରାୟ ଦୀର୍ଘ ପାଞ୍ଚ ଦଶନ୍ଧିର ସ୍ୱପ୍ନ ପୂରଣ ହେବାକୁ ଯାଉଛି। ବହୁ ପ୍ରତୀକ୍ଷିତ ବୃତଙ୍ଗ ଜଳସେଚନ ପ୍ରକଳ୍ପକୁ ଦ୍ଵିତୀୟ ପର୍ଯ୍ୟାୟ ପରିବେଶ ମଞ୍ଜୁରି ମିଳିଛି। କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁମନ୍ତ୍ରାଳୟର ମଞ୍ଜୁରି ପରେ ଏହି ପ୍ରକଳ୍ପ ବାସ୍ତବ ରୂପ ନେବାକୁ ଯାଉଥିବାରୁ ଜିଲ୍ଲାର ହଜାର ହଜାର ଚାଷୀଙ୍କ ମୁହଁରେ ଉତ୍ସାହ ଦେଖାଦେଇଛି । ଏହି ପ୍ରକଳ୍ପ ଦ୍ବାରା ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ଖଣ୍ଡପଡ଼ା, ନୂଆଗାଁ ଓ ଓଡ଼ଗାଁ ବ୍ଲକର ୨୩ହଜାର ୩ଶହ ହେକ୍ଟର ଜମି ଜଳସେଚିତ ହେବାସହ ପାନୀୟ ଜଳର ମଧ୍ୟ ସୁବନ୍ଦୋବସ୍ତ ହୋଇପାରିବ। ଟାକରା ପଞ୍ଚାୟତର ମଞ୍ଜାରୀ ନିକଟରେ ଥିବା ମାଇ ଓ ତାବଲଦେଈ ପାହାଡ଼ର ସଂଯୋଗରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ। ସମୁଦାୟ ୩,୫୫୨ ହେକ୍ଟରରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ମଧ୍ୟରେ…

Read More

ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ-୨୦୨୪ ପାଳନ ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ଫଳାଫଳ

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଆ ବକ୍ତୃତା (କନିଷ୍ଠ ବର୍ଗ)ପ୍ରଥମ – ବିଶ୍ୱ ବିଜିତା ମହାନ୍ତି– ଶ୍ରୀ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ଦ୍ୱିତୀୟ – ଅଭୟ ପ୍ରଧାନ -ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ, କୋରପିଠା, ଓଡ଼ଗାଁତୃତୀୟ – ପ୍ରତୀକ୍ଷା ପ୍ରିୟଦର୍ଶିନୀ ଚମ୍ପତି- ନୂଆଗାଁ ଉଚ୍ଚ ବିଦ୍ୟାଳୟ ଓଡ଼ିଆ ବକ୍ତୃତା (ବରିଷ୍ଠ ବର୍ଗ)ପ୍ରଥମ – ମନିଷା ପତି– ବ୍ରଜେନ୍ଦ୍ର ଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ, ରଣପୁର ଦ୍ୱିତୀୟ – ଶ୍ରେୟା ମିଶ୍ର – ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଦ୍ୱାରଗାଁ, ଦଶପଲ୍ଲାତୃତୀୟ – ପ୍ରିୟ ରଂଜନ ମିଶ୍ର – ଏନ.ଏ.ସି. ଉଚ୍ଚ ବିଦ୍ୟାଳୟ, ନୟାଗଡ଼ ଓଡ଼ିଆ ପ୍ରବନ୍ଧ(କନିଷ୍ଠ ବର୍ଗ)ପ୍ରଥମ – ବିଜୟଲକ୍ଷ୍ମୀ ପରିଡ଼ା– ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନୂଆଗାଁ ଦ୍ୱିତୀୟ – ଦିବ୍ୟାଶା ମହାନ୍ତି – ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଖଣ୍ଡପଡ଼ା ତୃତୀୟ – ସ୍ମୃତି ପ୍ରଜ୍ଞା ସାହୁ – ଏନ.ଏ.ସି.…

Read More

ବିଶ୍ଵନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ ‘ବିଚାର ପଥର’ର ପାଠକୀୟ ଚର୍ଚ୍ଚା

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ଵନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ ‘ବିଚାରପଥର’ର ପାଠକୀୟ ଚର୍ଚ୍ଚା ଜୁଲାଇ୬ତାରିଖରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନୟାଗଡ଼ର ନୀଳମାଧବ କଲ୍ୟାଣ ମଣ୍ଡପ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ସାହିତ୍ୟପ୍ରେମୀଙ୍କ ଗହଣରେ ଏହି ଆଲୋଚନାଚକ୍ରକୁ ଉଦଘାଟନ କରି ବିଶିଷ୍ଟ ସାରସ୍ଵତ ସାଧକ ତଥା ସ୍ଥାନୀୟ ବିଧାୟକ ଡଃ ଅରୁଣ କୁମାର ସାହୁ ସମାଜ ପରିବର୍ତ୍ତନରେ ସାହିତ୍ୟର ଭୂମିକା ସମ୍ପର୍କରେ ଆଲୋଚନା ରଖିବା ସହିତ ବିଚାରପଥର ଉପନ୍ୟାସର ସଫଳ ପାଠକୀୟ ସ୍ଵୀକୃତି ଉପରେ ଆଲୋକପାତ କରିଥିଲେ। ହଜିଯାଉଥିବା ଶବ୍ଦମାନଙ୍କୁ ପ୍ରୟୋଗ କରି ଲୋକପ୍ରିୟ ସାହିତ୍ୟସୃଷ୍ଟିରେ ଶ୍ରୀ ମହାପାତ୍ର ଜଣେ ଧୂରୀଣ ସାରସ୍ଵତ ସାଧକ ବୋଲି ଡଃ ସାହୁ ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା ସାହିତ୍ୟସ୍ରଷ୍ଟା ଶ୍ରୀ ନିରଞ୍ଜନ ସାହୁ ସମାଜର ବିବର୍ତ୍ତନରେ ରଚନାତ୍ମକ ସାହିତ୍ୟର ଭୂମିକା ଉପରେ…

Read More