ଶରଣକୁଳ, (ନୟାଗଡ଼ ଦର୍ପଣ): ଶିଖରପୁର କମ୍ୟୁନିଷ୍ଟ ହଲ୍ ଠାରେ ସି.ପି.ଆଇ.ଏମ୍ ଶରଣକୁଳ ଲୋକାଲ କମିଟି ‘ଆନୁକୂଲ୍ୟରେ ପାର୍ଟିର ସର୍ବଭାରତୀୟ ସାଧାରଣ ସମ୍ପାଦକ କମ୍ରେଡ ସୀତାରାମ ୟେଚୁରୀଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରି ବରିଷ୍ଠ ନେତା ଗୋଲକବିହାରି ମୁଦୁଲିଙ୍କ ଅଧ୍ୟକ୍ଷତାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି !୧୩ସେପ୍ଟେମ୍ବର,୨୦୨୪ ଅପରାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅନ୍ୟତମ ଜିଲ୍ଲା ନେତୃତ୍ବ ବିଶ୍ଵନାଥ ମହାପାତ୍ର କମ୍ରେଡ ୟେଚୁରୀଙ୍କ ବିୟୋଗ କିଭଳି ଭାରତବର୍ଷର ମେହେନତୀ ଜଣଗଣଙ୍କର ଅପୂରଣୀୟ କ୍ଷତି ଘଟାଇଲା, ତାହାର ବିଶଦ ବିବରଣୀ ପ୍ରଦାନ କରିଥିଲେ। ଆଞ୍ଚଳିକ କମିଟି ସମ୍ପାଦକ ପବିତ୍ର ଇନ୍ଦ୍ରଜିତ, ମହିଳା ନେତ୍ରୀ ଜ୍ୟୋତିପ୍ରଭା ଜେନା, ଯୁବନେତା ଧିରେନ୍ ପାତ୍ର, କୃଷକ ନେତା ଭାଗିରଥି ସ୍ଵାଇଁ ପ୍ରମୁଖ ଶୋକବାର୍ତ୍ତା ପ୍ରକାଶ କରିଥିଲେ।
ଶରଣକୁଳରେ ୟେଚୁରୀଙ୍କୁ ଶ୍ରଦ୍ଧାଞ୍ଜଳି
