ବିଦ୍ୟାଳୟରେ ଦାସିଆ ଅଜାଙ୍କ ଶ୍ରାଦ୍ଧ ଦିବସ ପାଳିତ

ରଣପୁର,(ନୟାଗଡ଼ ଦର୍ପଣ): ଓଡ଼ିଶାର ପାଠାଗାର ଆନ୍ଦୋଳନ କଥା ଉଠିଲେ ଯେଉଁ କେତେଜଣ ମହାନ ପୁରୋଧାଙ୍କ କଥା ଉଠେ, ସେଥି ମଧ୍ୟରୁ ଦାସିଆ ଅଜା ଖୁବ ପରିଚିତ। ଏକାଧାରରେ ସେ ଥିଲେ ଜଣେ ଖ୍ୟାତନାମା ସଂଗ୍ରାହକ, ନିଷ୍ଠାପର ସଂଗଠକ, ସମାଜ ସଂସ୍କାରକ, ତଥା ସାହିତ୍ୟ ପ୍ରଂଶସକ। ଦାସିଆ ଅଜାଙ୍କ ଉଦ୍ୟମରେ ନୟାଗଡ ଜିଲ୍ଲାର ଉଦୟପୁର ଗ୍ରାମରେ ପ୍ରତିଷ୍ଠିତ ବାଞ୍ଛାନିଧି ପାଠାଗାର, ଶ୍ରୀ ଅରବିନ୍ଦ ସଂଗ୍ରାହଳୟ ଏବଂ ଯଦୁମଣି ସାହିତ୍ୟ ସଂସଦ ଜାତୀୟ ସ୍ତରରେ ସାହିତ୍ୟକ ଓ ଗବେଷକଙ୍କ ପାଇଁ ପ୍ରେରଣାର ଆଲୋକବର୍ତ୍ତୀକା ହୋଇଛି। ସେହି ଦାସିଆ ଅଜାଙ୍କଙ୍କ ଜନ୍ମ ଜୟନ୍ତୀ ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟ, ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାମନ୍ତରାୟପୁର ପ୍ରାଥମିକ ବିଦ୍ୟାଳୟ, ପାମ୍ପଡା ପ୍ରାଥମିକ ବିଦ୍ୟାଳୟ, ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟ, ମଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟ ସମେତ ନରସିଂହପୁର କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ଦାସିଆ ଅଜାଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି। ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା ମଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଦାସିଆ ଅଜାଙ୍କ ସମ୍ପର୍କରେ ବୁଝାଇବା ସହିତ ପ୍ରତିଦିନ ବିଦ୍ୟାଳୟ ପାଠାଗାରରେ ଥିବା ପୁସ୍ତକୁ ପଢିବା ପାଇଁ ଉତ୍ସାହିତ କରିଥିଲେ। ସେହିପରି ନୀଳକଣ୍ଠଦେବ ପ୍ରାଥମିକ ବିଦ୍ୟାଳୟ, ମହତପଲ୍ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଝିଆଖଣ୍ଡ ଉଚ୍ଚ ବିଦ୍ୟାଳୟ ସମେତ ରଣପୁର ବ୍ଲକର ସମସ୍ତ  ବିଦ୍ୟାଳୟରେ ଏହି ଦିବସ ପାଳିତ ହୋଇ ଯାଇଛି।

Related posts